Judgement: ଚେକ୍ ବାଉନ୍ସ ମାମଲାରେ ଲକ୍ଷ୍ମଣ ଜାମୁଦାଙ୍କୁ ୩୦ ଲକ୍ଷ ଜରିମାନା

Oct 16, 2026 - 22:53
Judgement: ଚେକ୍ ବାଉନ୍ସ ମାମଲାରେ ଲକ୍ଷ୍ମଣ ଜାମୁଦାଙ୍କୁ ୩୦ ଲକ୍ଷ ଜରିମାନା

"ଆନନ୍ଦପୁର: ଠିକା କାମର ବକେୟା ପ୍ରାପ୍ୟ ସମ୍ପର୍କିତ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରକରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦେବଦତ୍ତ ଦାଶ ମହାପାତ୍ର ଜାମୁଡ଼ା ଇଞ୍ଜିନିୟରିଂ କନଷ୍ଟ୍ରକସନ୍‌ର ମୁଖ୍ୟ ଲକ୍ଷ୍ମଣ ଜାମୁଦାଙ୍କୁ ୩୦ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଅନାଦାୟ ୩ ମାସ କାରାଦଣ୍ଡ ରାୟ ଶୁଣାଇଛନ୍ତି।

Advertisment ମକଦ୍ଦମା ପରିଚାଳନା କରୁଥିବା ବରିଷ୍ଠ ଆଇନୀଜୀବୀ ହେମରଞ୍ଜନ ବେହେରାଠାରୁ ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁର ଘସିପୁରାର ପ୍ରମୁଖ ବ୍ୟବସାୟୀ ତ୍ରିଲୋଚନ ଦାଶ ୨୦୧୬ ମସିହାରେ ଜାମୁଦା କମ୍ପାନିର ଠିକା କାମ କରି ପ୍ରାପ୍ୟ ଦାବି କରିଥିଲେ।

କମ୍ପାନି ମୁଖ୍ୟ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଗୋବରଘାଟି ଗାଁର ଲକ୍ଷ୍ମଣ ଜାମୁଦା ଶ୍ରୀ ଦାଶଙ୍କୁ ୨୧ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ୍‌ ଦେଇଥିଲେ।

ଏହି ଚେକ୍‌ ବ୍ୟାଙ୍କରେ ବାଉନ୍ସ ହୋଇଯିବାରୁ ଶ୍ରୀ ଦାଶ ଆନନ୍ଦପୁର କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ସାକ୍ଷପ୍ରମାଣ ଓ ଦସ୍ତାବିଜ୍‌କୁ ତର୍ଜମା କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।

ଦୀର୍ଘ ଦିନରୁ ଏହି ଆଇନଗତ ଲଢ଼େଇ ଚାଲିଥିଲା।

ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।