Judgement: ପାହାଡ଼ ନିକଟରେ ନାବାଳିକାକୁ ଦୁଷ୍କର୍ମ କରିଥିଲା; ଦୋଷୀକୁ ୨୦ ବର୍ଷ ଜେଲ୍ଦଣ୍ଡ
"କଟକ: ୨୦୧୨ରେ ବଡମ୍ବା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର କଟକ ଆଡ୍ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଶୁଣାଣି କରି ବଡମ୍ବା ଥାନା ଜାନିସାହି ଅଞ୍ଚଳର ବିଦ୍ୟାଧର ସେଣ ଓରଫ କୁନା(୪୬)କୁ ୨୦ ବର୍ଷ ସଶ୍ରମ ଜେଲ ଓ ୪୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।
ଅଦାଲତ ଆଇପିସିର ଦଫା ୩୭୬(୨)(ଆଇ) ଓ ପୋକ୍ସୋ ଆଇନର ଧାରା ୬ରେ କୁନାକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି।
ଜରିମାନା ଯଦି ପଇଠ ନ ହୁଏ ତେବେ ଆସାମୀକୁ ଅଧିକ ୬ ମାସର କଠିନ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଯଦି ଜରିମାନା ଅର୍ଥ ଆଦାୟ ହୁଏ ତାହା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ କରାଯିବ ବୋଲି ଅଦାଲତ କହିଛନ୍ତି।
ଏଥି ସହିତ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।Advertisment ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨, ଡିସେମ୍ବର ୪ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
୧୬ବର୍ଷୀୟା ପୀଡ଼ିତା ନାବାଳିକା ଜଣକ ପ୍ରାତଃକର୍ମ ସାରି ଗ୍ରାମ ନିକଟ ପାହାଡ ପାଖକୁ ଯାଉଥିବା ସମୟରେ କୁନା ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଘଟଣା ପରେ ପୀଡ଼ିତା ଲଜ୍ଜାରେ ଘରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପରିବାର ସଦସ୍ୟ ପୀଡ଼ିତାଙ୍କୁ ଏପରି କାର୍ଯ୍ୟରୁ ବିରତ କରିବା ପରେ ସେ ସମସ୍ତ କଥା ପ୍ରକାଶ କରିଥିଲେ।
ଏ ନେଇ ସେହିଦିନ ବଡମ୍ବା ଥାନାରେ ଏତଲା ଦିଆଯାଇଥିଲା।
ଏହି ମାମଲାରେ ମୋଟ ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ସ ବିଭିନ୍ନ ଦସ୍ତାବିଜ୍ ଆଧାରରେ ମାମଲାଣ ଅଦାଲତ ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।
Nabarangpur Minor Rape Case: ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।