Judgement: ‘ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା’

Oct 06, 2026 - 08:00
Judgement: ‘ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା’

"କଟକ: ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା।

କିନ୍ତୁ ଏଭଳି ସଂପର୍କ ଯେତେବେଳେ ନଷ୍ଟ ହୁଏ ସେତେବେଳେ କେବଳ ଆଇନଗତ ରୂପକୁ ବଜାୟ ରଖିବା ଦ୍ୱାରା ବିବାହର ପବିତ୍ରତା ରକ୍ଷା ହୁଏ ନାହିଁ।

ଓଡ଼ିଶା ହାଇକୋର୍ଟଦେଇଥିବା ଏଭଳି ଏକ ସୁନ୍ଦର ରାୟ ଜନତାଙ୍କର ହୃଦୟ ଜିତିଛି।Advertisment ହାଇକୋର୍ଟ କହିଛନ୍ତି ଯେ, ବିବାହ ନିଶ୍ଚିତ ଭାବରେ ଏକ ପବିତ୍ରତା ବହନ କରିଥାଏ, ଯାହାକୁ ସାଧାରଣତଃ ରକ୍ଷା କରିବା ପାଇଁ ଅଦାଲତ ଚେଷ୍ଟା କରିବା ଉଚିତ୍।

କିନ୍ତୁ ବିବାହର ପବିତ୍ରତା କେବଳ ସେହି ସମ୍ପର୍କର ଆଇନଗତ ରୂପକୁ ବଜାୟ ରଖିବା ଦ୍ୱାରା ସୁରକ୍ଷିତ ହୁଏ ନାହିଁ, ଯେତେବେଳେ ସେହି ସମ୍ପର୍କର ମୂଳ ଭିତ୍ତିଭୂମି ବହୁ ମାତ୍ରାରେ ନଷ୍ଟ ହୋଇଯାଇଥାଏ।

ଏଥି ସହିତ ବିବାହ ବିଚ୍ଛେଦ ସପକ୍ଷରେ ରାୟଗଡ଼ା ପରିବାର ଅଦାଲତ ୨୦୨୪, ଜାନୁଆରି ୨୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।

ଅପିଲ ଖାରଜ କଲେ କୋର୍ଟ ପରିବାର ଅଦାଲତ ଆବେଦନକାରୀ ସ୍ବାମୀ ଓ ପତ୍ନୀଙ୍କ ମଧ୍ୟରେ ୨୦୨୧, ଅକ୍ଟୋବର ୨୦ରେ ଅନୁଷ୍ଠିତ ବିବାହକୁ ରଦ୍ଦ କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଦାୟର ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ରାୟ ବିରୋଧରେ ସ୍ବାମୀ ଦାୟର କରିଥିବା ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Guest teacher: ଅବସରପ୍ରାପ୍ତ ୬୩୮୭ ଜଣଙ୍କୁ ଅତିଥି ଶିକ୍ଷକ ନିଯୁକ୍ତି ମାମଲା: ସରକାରୀ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ଦାମ୍ପତ୍ୟ ଜୀବନରେ ବିବାଦମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସ୍ବାମୀ ଓ ପତ୍ନୀଙ୍କ ମଧ୍ୟରେ ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା।

ଉଭୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟରତ ଥିଲେ।

ଦାମ୍ପତ୍ୟ ଜୀବନରେ ବିବାଦ ଦେଖା ଦେଇଥିଲା ଓ ୨୦୨୩ରେ ସ୍ବାମୀଙ୍କୁ ଛାଡ଼ି ପତ୍ନୀ ଚାଲି ଯାଇଥିଲେ।

ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ପତ୍ନୀ।

ରାୟଗଡ଼ା ପରିବାର ଅଦାଲତରେ ପତ୍ନୀ ନିଷ୍ଠୁରତା ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ପରିବାର ଅଦାଲତ ଆବେଦନକୁ ଗ୍ରହଣ କରି ବିବାହକୁ ରଦ୍ଦ କରିଥିଲେ।

ଏହି ରାୟ ବିରୋଧରେ ସ୍ବାମୀ ହାଇକୋର୍ଟରେ ଅପିଲ ଦାୟର କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।