Judgement: ୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ; ଏବେ ଜେଲ୍ରେ ରହିବେ ୪ବର୍ଷ
"ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା କୋଷାଗୁମୁଡା ବିଇଓ କାର୍ଯ୍ୟାଳୟରେ ୧୧ବର୍ଷ ତଳେ ଜଣେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଠାରୁ ପାରିବାରିକ ପେନସନ୍ ସମାଧାନ ମାମଲା ପାଇଁ ଲାଂଚ ନେଉଥିବା ମାମଲାରେ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ମାନସ କୁମାର ପଣ୍ଡା ଅଭିଯୁକ୍ତ ଦ୍ବୟଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରଦାନ କରିଛନ୍ତି।
ଅଭିଯୁକ୍ତ ଦ୍ବୟ ହେଲେ ତତ୍କାଳୀନ ବିଆରସିସି କାର୍ଯ୍ୟାଳୟର ସହକାରୀ କିରାଣୀ ତପନ କୁମାର ଖୋସ୍ଲା ଓ ତତ୍କାଳୀନ ଶିକ୍ଷକ ବିଜୟ କୁମାର ସାହୁ।
ଉଭୟଙ୍କୁ 'ପି.ସି.
ଆକ୍ଟ, ୧୯୮୮' ର ଧାରା ୭ ଅଧୀନରେ ୩ ବର୍ଷର ସଶ୍ରମ କାରାଦଣ୍ଡ ଏବଂ ଧାରା ୧୩(୨) ଅଧୀନରେ ୪ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହା ସହିତ, ଉକ୍ତ ଦୁଇଟି ଅପରାଧ ପାଇଁ ସେମାନଙ୍କୁ ଯଥାକ୍ରମେ ୧୦,୦୦୦ ଟଙ୍କା ଏବଂ ୧୫,୦୦୦ ଟଙ୍କା ଏଭଳି ୨୫ହଜାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି।
Advertisment ମାମଲାର ବିବରଣୀରୁ ଜଣାଯାଏ ୨୦୧୫ମସିହାରେ କୋଷାଗୁମୁଡା ବ୍ଲକରେ କାର୍ଯ୍ୟ କରୁଥିବା ଶିକ୍ଷକ ଅଭିଶ୍ୟ କନ୍ଧପାନ ଅବସର ନେବା ପରେ ପେନସେନ୍ ପାଉଥିଲେ।
ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁକାନ୍ତି ହିଆଲ୍ ପାରିବାରିକ ପେନସନ୍ ପାଇବା ପାଇଁ କୋଷାଗୁମୁଡା ବିଆରସିସିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।
ଏହି କାର୍ଯ୍ୟାଳୟରେ ଏହି ବ୍ଲକର ନାଚଟେମିଙ୍ଗ ସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ସାହୁ କିରାଣୀ ଭାବେ ଓ କନିଷ୍ଠ ସହାୟକ ଭାବେ ତପନ କୁମାର ଖୋସ୍ଲା କାମ କରୁଥିଲେ।
ଏହି ପାରିବାରିକ ପେନସନ୍ ସମାଧାନ ମାମଲାରେ ଉଭୟ ୨ହଜାର ଲେଖାଏଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିଜ ନିଜ କାର୍ଯ୍ୟସ୍ଥଳରୁ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ିଥିଲେ।
ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ।
Rourkela POCSO Case: ନାବାଳିକା ଘରୋଇ ସହାୟିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ୧୧ଜଣ ସାକ୍ଷୀଙ୍କ ବୟାନଏହି ମାମଲାର ବିଚାର ଚାଳିଥିବା ବେଳେ ୧୧ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା।
ସାକ୍ଷ୍ୟ , ବିଭିନ୍ନ ଦଲିଲ ଆଦିର ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ପରିଚାଳନା କରୁଥିଲେ।
ଏହାରି ମଧ୍ୟରେ ଅଭିଯୁକ୍ତ ସହକାରୀ ଶିକ୍ଷକ ଶ୍ରୀ ସାହୁ ଅବସର ନେଲେଣି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।