Ladakh: ଲଦାଖର ଅଷ୍ଟମ ଜିଲ୍ଲା ହେଲା ସାଙ୍କୁ, ଦୀର୍ଘଦିନର ପୂରଣ ହେଲା ଦାବି

Oct 16, 2026 - 22:11
Ladakh: ଲଦାଖର ଅଷ୍ଟମ ଜିଲ୍ଲା ହେଲା ସାଙ୍କୁ, ଦୀର୍ଘଦିନର ପୂରଣ ହେଲା ଦାବି

"ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଆଉ ଏକ ନୂଆ ଜିଲ୍ଲା ଗଠନ ହୋଇଛି।

ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଶୁକ୍ରବାର ସାଙ୍କୁକୁ ଲଦାଖର ଅଷ୍ଟମ ଜିଲ୍ଲା ଭାବେ ଘୋଷଣା କରିଛନ୍ତି।

ଏହା ସହ ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।

ନୂଆ ଜିଲ୍ଲା ଗଠନ ଫଳରେ ସ୍ଥାନୀୟ ଲୋକଙ୍କ ପାଖରେ ପ୍ରଶାସନିକ ସେବା ପହଞ୍ଚିବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।Advertisment ଉପରାଜ୍ୟପାଳ ସାକ୍ସେନା ସୋସିଆଲ୍‌ ମିଡିଆରେ ଏହି ଘୋଷଣା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ "ସବ୍‌କା ସାଥ୍‌, ସବ୍‌କା ବିକାଶ" ଦୃଷ୍ଟିକୋଣ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ସାଙ୍କୁ ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।

ଏହି ଜିଲ୍ଲା ଗଠନରେ ସ୍ଥାନୀୟ ସାମାଜିକ ଓ ଧାର୍ମିକ ସଂଗଠନ ଅଞ୍ଜୁମନ-ଏ-ସାହିବ ଜମାନର ଭୂମିକାକୁ ଉପରାଜ୍ୟପାଳ ପ୍ରଶଂସା କରିଛନ୍ତି।

ସଂଗଠନର ମୁଖ୍ୟ ପୃଷ୍ଠପୋଷକ ସୟଦ ମହମ୍ମଦ ରଜଭି ଏବଂ ଅଧ୍ୟକ୍ଷ ଶେଖ ସାଦିକ ବଲାଗିଙ୍କ ଉଦ୍ୟମକୁ ସେ ସ୍ୱୀକାର କରିଛନ୍ତି।

ଆହୁରି ପଢନ୍ତୁ: Affair: ସହକର୍ମୀଙ୍କ ସହିତ ପ୍ରେମକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ଭାରତୀୟ ବଂଶୋଦ୍ଭବ ଯୁବକ ଏଥିସହ କାର୍ଗିଲ୍‌ ସ୍ୱୟଂଶାସିତ ପାହାଡ଼ି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଡାକ୍ତର ଜାଫର ଅଖୁନ୍‌, ଲଦାଖର ସାଂସଦ ହନିଫା ଜାନ୍‌ ଏବଂ ଲେହର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ତାଶି ଗ୍ୟାଲସନ୍‌ଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଚଳିତ ବର୍ଷ ଏପ୍ରିଲ୍‌ରେ ଲଦାଖରେ ଆଉ ପାଞ୍ଚଟି ଜିଲ୍ଲା—ନୁବ୍ରା, ଶାମ୍‌, ଚାଙ୍ଗଥାଙ୍ଗ, ଜାନ୍‌ସ୍କର ଓ ଦ୍ରାସ୍‌—ଗଠନ ପାଇଁ ଘୋଷଣା କରାଯାଇଥିଲା।

ଏହାଦ୍ୱାରା ଜିଲ୍ଲା ସଂଖ୍ୟା ଦୁଇରୁ ସାତକୁ ବୃଦ୍ଧି ପାଇଥିଲା।

ଏବେ ସାଙ୍କୁକୁ ଜିଲ୍ଲା କରାଯିବା ପରେ ଲଦାଖରେ ପ୍ରଶାସନିକ ଜିଲ୍ଲା ସଂଖ୍ୟା ଆଠ ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।