Judgement: କଟକଣା ସହ ଅଚଳ ବ୍ୟାଙ୍କ ଆକାଉଣ୍ଟ୍‌ ଚଳାଇବାପାଇଁ ଟିଏମ୍‌ସିକୁ ଅନୁମତି

Jul 09, 2026 - 20:18
Judgement: କଟକଣା ସହ ଅଚଳ ବ୍ୟାଙ୍କ ଆକାଉଣ୍ଟ୍‌ ଚଳାଇବାପାଇଁ ଟିଏମ୍‌ସିକୁ ଅନୁମତି

"କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି କଲିକତା ହାଇକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି।

ହାଇକୋର୍ଟ ଟିଏମ୍‌ସିକୁ ଏହାର ୩ ଟି ଅଚଳ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଅସ୍ଥାୟୀ ଭାବେ ଚଳାଇବାପାଇଁ ଅନୁମତି ଦେଇଛନ୍ତି।

ଆକାଉଣ୍ଟ୍‌ ଅଚଳ କରିବାକୁ ଯୁକ୍ତିଯୁକ୍ତ ଦର୍ଶାଇବାପାଇଁ ପୁଲିସ ଦାଖଲ କରିଥିବା ପ୍ରମାଣ ସନ୍ତୋଷଜନକ ନୁହେଁ ବୋଲି କୋର୍ଟ ଅନୁଧ୍ୟାନ କରିବାପରେ ଟିଏମ୍‌ସିକୁ ଏହାର ୩ଟି ଅଚଳ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଚଳାଇବାପାଇଁ ଅନୁମତି ଦେଇଛନ୍ତି।

Advertisment ତେବେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କ ତତ୍ତ୍ବାବଧାନରେ ଟିଏମ୍‌ସି କେବଳ ଦଳର ରୁଟିନ୍‌ ଖର୍ଚ୍ଚ ତୁଲାଇବାପାଇଁ ଆକାଉଣ୍ଟ୍‌ ପରିଚାଳନା କରିବ।

ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଟିଏମ୍‌ସିର ବ୍ୟାଙ୍କ କାରବାରକୁ ଯାଞ୍ଚ କରିବାପାଇଁ ଜଷ୍ଟିସ ‌ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଜଣିକିଆ ଖଣ୍ଡପୀଠ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁବ୍ରତ ତାଲୁକଦାରଙ୍କୁ ସ୍ବତନ୍ତ୍ର ଅଫିସର୍‌ ଭା‌ବେ ନିଯୁକ୍ତ କରିଛନ୍ତି।

Orissa HC: ହୋମିଓପାଥିକ ମେଡିକାଲ କଲେଜରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମସୁଧା, ହାଇକୋର୍ଟଙ୍କ ଜବାବ ତଲବ ଏହି ବ୍ୟବସ୍ଥା ଅଧୀନରେ କେବଳ ଦଳର ନିୟମିତ ଖର୍ଚ୍ଚ ପାଇଁ ଟଙ୍କା ଉଠାଣ ପାଇଁ ଅନୁମତି ମିଳିଛି। ‌ତେବେ ବ୍ୟାଙ୍କ୍‌ରେ ଚେକ୍‌ ଦାଖଲ କରାଯିବା ପୂର୍ବରୁ ତୃଣମୂଳର ୨ ଜଣ କାର୍ଯ୍ୟକର୍ତ୍ତାଙ୍କର ଏଥିରେ ସ୍ବାକ୍ଷର ରହିବା ଉଚିତ ଏବଂ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କ ଦ୍ବାରା ଏହା କାଉଣ୍ଟରସାଇନ୍‌ ହେବା ଉଚିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।