Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
"ଓଡ଼ିଶା Book Odisha Photograph: (sambad) ଲେଖକ: ଶିଶିର ସାହୁଭାଷାନ୍ତର: ଦେବେନ୍ଦ୍ର ପୃଷ୍ଟିପ୍ରକାଶକ: ଆମ ଓଡ଼ିଶାବି-୩, ୟୁନିଟ୍-୮, ଭୁବନେଶ୍ବରମୂଲ୍ୟ: ୪୫୦ ଟଙ୍କା, ପୃଷ୍ଠା: ୩୨୮Advertisment ଆହୁରି ପଢ଼ନ୍ତୁ- Nigeria: ନାଇଜେରିଆରେ ପାଇପଲାଇନରୁ ତୈଳ ଚୋରି ବେଳେ ବିଷାକ୍ତ ଗ୍ୟାସ ଲିକ୍, ୩୭ ମୃତ ଓଡ଼ିଶାର ପ୍ରାକୃତିକ ପ୍ରାଚୁର୍ଯ୍ୟ କାହିଁକି ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିନାହିଁ?
ଲେଖକ କହନ୍ତି ଯେ, ଓଡ଼ିଶା କୃଷିପ୍ରଧାନ ରାଜ୍ୟ ଅଥଚ କୃଷକକୁ ତା"ର ଉତ୍ପାଦ ମୂଲ୍ୟ ମିଳେନାହିଁ।
ଅରଣ୍ୟ ଅର୍ଥନୀତି ଅସଂଗଠିତ।
ଔଦ୍ୟୋଗିକ ପରିବେଶ ନାହିଁ।
ନିଯୁକ୍ତି ସୃଜନ ନାହିଁ।
ଖଣିଜ ଉତ୍ପାଦନ ହୁଏ ଖୁବ୍, ମାତ୍ର ଖଣିଜ ପଦାର୍ଥ ନେଇ ଉଦ୍ୟୋଗ ନାହିଁ।
ଏ ପରିପ୍ରେକ୍ଷୀରେ ଆହ୍ୱାନ କ"ଣ?
ଗୋଟେ ରୋଡ୍ମ୍ୟାପ୍ ଦରକାର।
ନାଗରିକଙ୍କର ଉତ୍ତରଦାୟିତ୍ୱ ଦରକାର।
ସମତୁଲ ଆଞ୍ଚଳିକ ସମୃଦ୍ଧି, ଜିଲ୍ଲାସ୍ତରରେ ଅର୍ଥନୈତିକ ଯୋଜନା ଜରିଆରେ ସାମଗ୍ରିକ ଆବଶ୍ୟକତାକୁ ପୂରଣ କରିବାର ପ୍ରତିବଦ୍ଧସମ୍ପନ୍ନ ପ୍ରୟାସ ଲୋଡ଼ା।
କୃଷି, ଖଣି, ଜଙ୍ଗଲ, ମାଛଚାଷ ଆଦି କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ କ୍ଷମତା ଅନେକ ସୁଦୃଢ଼।
କିନ୍ତୁ ମୂଲ୍ୟଯୋଗ, ଉଦ୍ୟୋଗ ଓ ନିଯୁକ୍ତି ସୃଜନରେ ଓଡ଼ିଶାର ପ୍ରଦର୍ଶନ ଅନ୍ୟ ରାଜ୍ୟ ତୁଳନାରେ ପଛରେ।
ଉତ୍ପାଦନ, ପ୍ରକ୍ରିୟାକରଣ, ଉପଲବ୍ଧି ଓ ମାଲିକାନା ମଧ୍ୟରେ ରହିଥିବା ବ୍ୟବଧାନ ହିଁ ତାହାର କାରଣ ବୋଲି ଲେଖକ ଯୁକ୍ତି ରଖନ୍ତି।
ଓଡ଼ିଶା କାହିଁକି ଭାରତର ପଞ୍ଚମ ବୃହତ୍ତର ଅର୍ଥନୀତି ହେଇପାରିବ ନାହିଁ?
ଓଡ଼ିଶାର ପ୍ରାକୃତିକ ସମ୍ପତ୍ତି, ଜନତତ୍ତ୍ୱ, ଶ୍ରମ ବଳ, ସାମ୍ପ୍ରତିକ ଅର୍ଥନୀତି, ଆକାର, ସଂରଚନା ଓ ସଂବେଗ ଅନୁକୂଳ ଥିବା ସତ୍ତ୍ୱେ ଓଡ଼ିଶାର ସମ୍ବଳ ଓ ସାମୂହିକ ଘରୋଇ ଉତ୍ପାଦନ ମଧ୍ୟରେ ବ୍ୟବଧାନ କାହିଁକି?
ଓଡ଼ିଶା ଅର୍ଥନୈତିକ କ୍ଷମତା ହାସଲ କରିନାହିଁ କାହିଁକି?
ଆତ୍ମନିର୍ଭର ଓଡ଼ିଶା ପାଇଁ ନିଯୁକ୍ତି ସୁଯୋଗ କେତେ?
ଏଭଳି ବିଭିନ୍ନ ଦିଗକୁ ନେଇ ପୁସ୍ତକଟିରେ ଆଲୋଚନା କରାଯାଇଛି।
ଆହୁରି ପଢ଼ନ୍ତୁ- J&K's Budgam: ଜମ୍ମୁ-କାଶ୍ମୀରର ବଡଗାମ୍ରେ ଯୁଗ୍ମ ଅପରେସନରେ ଆତଙ୍କବାଦୀ ନିହତ ବାଘ ଭୟ Book Bagha Photograph: (sambad) ଗାଳ୍ପିକ: ମନୋଜ ପୂଜାରୀପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସନୟାପଲ୍ଲୀ, ଭୁବନେଶ୍ବରମୂଲ୍ୟ: ୧୪୯ ଟଙ୍କା, ପୃଷ୍ଠା: ୧୧୫ ବଦଳୁଛି ସମୟ।
ବଦଳୁଛି ମଣିଷର ଆଚରଣ।
ମଣିଷଟିଏ ପଶୁ ପାଲଟିଯାଉଥିବାର ଦୃଶ୍ୟମାନ ମନକୁ ଚାଲିଆସି କିପରି ଆତଙ୍କିତ କରିପକାଏ ତାକୁ ନେଇ ସଂକଳନର ଶୀର୍ଷକ ଗଳ୍ପ "ବାଘ ଭୟ"।
ଏହି ଗଳ୍ପରେ ଯେମିତି ଆତଙ୍କିତ ହେଇପଡ଼ିଛି ଏଲିନା "ଦୁଇବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ" ଖବରଟି ପଢ଼ି।
ନିଜ ଝିଅର ମୁହଁ ଭାସିଉଠୁଛି ତା" ଆଖି ଆଗରେ।
ଶୋଭାଙ୍କ ଆଖି ଆଗରେ ଭାସିଉଠୁଛି ବାରମ୍ବାର ସେଇ ଅଟୋବାଲାର ଗୁଟ୍ଖା ଚୋବାଉଥିବା ସନ୍ଦେହ ଉଦ୍ରେକକାରୀ ମୁହଁ।
ପୁଣି ଝିଅ ସୁରଭିର ଫେରିବା ଡେରିହେବାକୁ ନେଇ ଚିନ୍ତିତ ହୋଇପଡ଼ୁଥିଲା ସୁଲଗ୍ନା।
ସମସ୍ତଙ୍କ ମନରେ ବାଘର ଭୟ!
ବାଘ ସାଂପ୍ରତିକ ସମୟର ଏକ ପ୍ରତୀକ।
ସାଂପ୍ରତିକ ସମୟର ଚିତ୍ର ମଧ୍ୟ ରହିଛି ସଂକଳନର ଦ୍ବିତୀୟ ଗଳ୍ପ "ବିସ୍ଥାପିତ ମାଟି ଓ ଈଶ୍ବର କଥା"ରେ।
ଧର୍ମକୁ ନେଇ ଦଙ୍ଗା ଆଉ ଏହାର ମର୍ମନ୍ତୁଦ ପରିଣତି ରହିଛି "ରିଂ ଟୋନ୍" ଗଳ୍ପରେ।
ସଂକଳନଟିରେ ରହିଛି "ବୃକ୍ଷ ଦାହ" ପରି ଭିନ୍ନସ୍ବାଦର ଗଳ୍ପ, ଯେଉଁଥିରେ ବୃକ୍ଷକୁ ଦାହ କରାଯାଉଛି, ମଣିଷମାନଙ୍କୁ କାଠଖଣ୍ଡ ପରି ଖଞ୍ଜିଦିଆଯାଉଛି।
ସଂକଳନରେ ସ୍ଥାନପାଇଛି କୋଡ଼ିଏଟି ଗଳ୍ପ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।