Judgement: ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

Oct 15, 2026 - 12:51
Judgement: ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

"ନୂଆଦିଲ୍ଲୀ: ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଓବିସି ସଂରକ୍ଷଣ ପାଇଁ ଯୋଗ୍ୟ କି ନାହିଁ ସେ ସମ୍ପର୍କରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ହିନ୍ଦୁ ସାମାଜିକ ବ୍ୟବସ୍ଥା ମଧ୍ୟରେ ପଛୁଆ ବର୍ଗ କିମ୍ବା ଅନୁସୂଚିତ ଜାତିର ବ୍ୟକ୍ତି ଅନ୍ୟ ଧର୍ମ ଗ୍ରହଣ କରିବା ପରେ ସଂରକ୍ଷଣ ସୁବିଧା ପାଇପାରିବେ ନାହିଁ।

ହିନ୍ଦୁ ସାମାଜିକ ବ୍ୟବସ୍ଥା ମଧ୍ୟରେ ପଛୁଆ ବର୍ଗ କିମ୍ବା ଅନୁସୂଚିତ ଜାତିର ବ୍ୟକ୍ତି ଅନ୍ୟ ଧର୍ମ ଗ୍ରହଣ କରିବା ପରେ ସଂରକ୍ଷଣ ସୁବିଧା ପାଇଁ ଦାବି କରିପାରିବେ ନାହିଁ।Advertisment କୋର୍ଟ କହିଛନ୍ତି, ଧର୍ମ ପରିବର୍ତ୍ତନ ପରେ ଜଣେ ବ୍ୟକ୍ତିଙ୍କ ସାମାଜିକ ପଛୁଆ ସ୍ଥିତି ହିନ୍ଦୁ ସାମାଜିକ ବ୍ୟବସ୍ଥାରୁ ଅଣ-ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ସ୍ଥାନାନ୍ତର କରାଯାଇପାରିବ ନାହିଁ।

ବିଚାରପତି ପି.କେ.

ମିଶ୍ର ଏବଂ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କର ରାୟକୁ କାଏମ୍ ରଖିଛନ୍ତି।

ହାଇକୋର୍ଟଙ୍କ ରାୟ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିଲା ​​ଯାହା ଇସଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଓବିସି ବର୍ଗ ମଧ୍ୟରେ ସଂରକ୍ଷଣ ସୁବିଧା ପାଇବାକୁ ଅନୁମତି ଦେଇଥିଲା।

ତାମିଲନାଡୁରେ ଧର୍ମ ପରିବର୍ତ୍ତନ ପରେ ପଛୁଆ ବର୍ଗର ମାନ୍ୟତା ପ୍ରଦାନ କରିବା ସହ ଜଡିତ ମାମଲାରେ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି।

ସଂରକ୍ଷଣ ସୁବିଧା ପାଇବା ଉଚିତ୍ ତାମିଲନାଡୁର ସାତଟି ମୁସଲିମ ସମ୍ପ୍ରଦାୟକୁ ପଛୁଆ ବର୍ଗ(ବିସି) ଭାବରେ ମାନ୍ୟତା ଦେଉଥିବା ସରକାରୀ ଆଦେଶ(ଜିଓ)କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଜଷ୍ଟିସ୍ ପି.କେ.

ମିଶ୍ର ଏବଂ ଶ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ତାଙ୍କ ରାୟ ଶୁଣାଇଛନ୍ତି।

ମାଡ୍ରାସ ହାଇକୋର୍ଟ ଜିଓକୁ ଖାରଜ କରିଦେଇଥିଲେ।

ଏହି ଆଦେଶ ଇସଲାମ ଧର୍ମ ଗ୍ରହଣ କରିଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବ୍ୟକ୍ତିମାନଙ୍କୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାର ଅନୁମତି ଦେଇଥିଲା।

ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା ଯେ, ଧର୍ମାନ୍ତରୀକରଣ ଯୋଗୁଁ ସାମାଜିକ ଏବଂ ଶିକ୍ଷାଗତ ଭାବରେ ପଛୁଆ ଥିବା ଲୋକମାନେ ସଂରକ୍ଷଣ ସୁବିଧା ପାଇବା ଉଚିତ୍।

ଜାତି ଜନ୍ମ ଦ୍ୱାରା ନିର୍ଣ୍ଣୟ କରାଯାଏ ମାଡ୍ରାସ ହାଇକୋର୍ଟ ଏହି ଆଦେଶକୁ ଅସାମ୍ବିଧାନିକ ଘୋଷଣା କରି ଏହାକୁ ଖାରଜ କରିଦେଇଥିଲେ।

କୋର୍ଟ କହିଥିଲେ ଯେ, ଜାତି ଜନ୍ମ ଦ୍ୱାରା ନିର୍ଣ୍ଣୟ କରାଯାଏ, କିନ୍ତୁ ଧର୍ମ ପରିବର୍ତ୍ତନ ଦ୍ୱାରା ନୁହେଁ।

ଯେହେତୁ ଇସଲାମରେ କୌଣସି ଜାତି ପଦାନୁକ୍ରମ ନାହିଁ ତେଣୁ ଧର୍ମ ପରିବର୍ତ୍ତନ ପରେ ସଂରକ୍ଷଣ ଦାବି କରାଯାଇପାରିବ ନାହିଁ।

ଲବ୍ବାଇ, ମାରକର, ରାଉତର ଏବଂ ଡେକାନି ମୁସଲମାନ ଭଳି ଅଧିସୂଚିତ ସମ୍ପ୍ରଦାୟର ସଦସ୍ୟତା ଧର୍ମ ପରିବର୍ତ୍ତନ ଦ୍ୱାରା ନୁହେଁ, ଜନ୍ମ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ।

ତାମିଲନାଡୁ ସରକାର କହିଥିଲେ ଯେ, ସରକାରୀ ଆଦେଶ ଏକ ନୂତନ ପଛୁଆ ବର୍ଗ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ।

CJP Protest: ହଜାରେ ଜଣଙ୍କ ପାଇଁ ଅନୁମତି ସତ୍ତ୍ୱେ ୩୦ ହଜାର ଆସିଥିଲେ, ୨୪୦ ପୁଲିସ କର୍ମଚାରୀ ଆହତ ତାମିଲନାଡୁ ପଛୁଆ ବର୍ଗ କମିସନର ସୁପାରିଶରେ ଏହି ଆଦେଶ ଜାରି କରାଯାଇଥିଲା ଏବଂ ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ନିଶ୍ଚିତ କରିବା ଯେ, ସମ୍ବିଧାନର ଧାରା ୨୫ ଅନୁଯାୟୀ ଧର୍ମ ପରିବର୍ତ୍ତନ ଯୋଗୁଁ ଧାର୍ମିକ ସ୍ୱାଧୀନତା ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରା ନ ଯାଉ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।