ସରିଲା ପ୍ରଚାର ଆଜି ନିର୍ବାଚନ: କ୍ୟାମ୍ପସ ପାଇବ ନେତା

Oct 15, 2026 - 11:11
ସରିଲା ପ୍ରଚାର ଆଜି ନିର୍ବାଚନ: କ୍ୟାମ୍ପସ ପାଇବ ନେତା

"ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ପ୍ରଚାର।

ଗୁରୁବାର ଛାତ୍ରଛାତ୍ରୀ ବାଛିବେ ସେମାନଙ୍କ ନେତା।

ଏଥିପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଶେଷ ସୁଯୋଗ ହାତ ଛଡ଼ା କରିନାହାନ୍ତି। "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ବୈଠକରେ କ୍ୟାମ୍ପସର ସମସ୍ୟାକୁ କିଏ ଗଳା ଫଟାଇ ଚିତ୍କାର କରି କହିଥିଲେ ତ ଆଉ କିଏ ଟେବୁଲ୍‌ରେ ହାତ ବାଡ଼େଇ ଲଢ଼େଇ କରିବେ ବୋଲି କହିଥିଲେ।

କେହି କେହି ପ୍ରତିଶ୍ରୁତି ନୁହେଁ, ବରଂ ପ୍ରତିଜ୍ଞା କରି ଛାତ୍ରଛାତ୍ରୀଙ୍କୁ ଭୋଟ ଭିକ୍ଷା କରିଥିଲେ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜେସିବିରୁ ଫୁଲ ବର୍ଷା ହେଉଥିବା ସମୟରେ ପ୍ରାର୍ଥୀ କ୍ୟାମ୍ପସକୁ ପ୍ରବେଶ କରିବା ଆଜି ଦିନର ରୋଚକ ଘଟଣା ଥିଲା।

ବାଜା ବଜାଇ, ବାଣ ଫୁଟାଇ, ସ୍ପ୍ରେ ଉଡ଼ାଇ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଥିଲେ।

Advertisment Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ ରମାଦେବୀରେ ପ୍ରାର୍ଥୀଙ୍କ ପ୍ରତିଜ୍ଞାରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାର୍ଥୀମାନେ ପ୍ରଚାରର ଶେଷ ସୁଯୋଗ ହାତ ଛଡ଼ା କରି ନ ଥିଲେ।

କ୍ୟାମ୍ପସ ସମସ୍ୟାକୁ ଗୋଟି ଗୋଟି କରି ମଞ୍ଚରେ ବଖାଣିଥିଲେ।

ଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ, ହଷ୍ଟେଲ ସିଟ୍‌ ଅଭାବର ସମାଧାନ, ନୂତନ ପାଠ୍ୟକ୍ରମ ଖୋଲିବାକୁ ସ୍ବାଧୀନ ପ୍ରାର୍ଥୀ ସ୍ମୃତିରାଣୀ ବିଷୋଇ ପ୍ରତିଶ୍ରୁତି ଦେଇଥିଲେ।

ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୋନାଲି ବେହେରା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାଠାରୁ ୨୦୨୪ ପର୍ଯ୍ୟନ୍ତ କ୍ୟାମ୍ପସର କିଭଳି ବିକାଶ ହୋଇଛି ସେନେଇ କହିଥିଲେ।

ଏଥିସହ ଖେଳ ପଡ଼ିଆ, ଦ୍ୱିତୀୟ କ୍ୟାମ୍ପସ, ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ କାମ କରିବେ ବୋଲି କହିଥିଲେ।

ଏବିଭିପି ପ୍ରାର୍ଥୀ ପ୍ରତୀକ୍ଷା ଦାସ ମହାପାତ୍ର ଛାତ୍ରୀଙ୍କୁ ସମ୍ମାନ, ହଷ୍ଟେଲ ସମସ୍ୟା, ଭିତ୍ତିଭୂମି ବିକାଶ, ଖେଳ ପଡ଼ିଆ, ଜିମ୍‌ ପରି ସୁବିଧା ଉପଲବ୍ଧ କରାଇବା ଉପରେ ଗୁରୁତ୍ବ ଦେଇଥିଲେ।

ଛାତ୍ର ବିଜେଡି ଓ ଏବିଭିପିର ଅନ୍ୟ ପଦବି ଲାଗି ଲଢ଼ୁଥିବା ପ୍ରାର୍ଥୀମାନେ ମଧ୍ୟ ସମାନ ଢଙ୍ଗରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ବୈଠକ ପୂର୍ବରୁ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ନିର୍ବାଚନ ଲାଗି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି।

ଅଧ୍ୟାପକମାନେ ରାତି ଭିତରେ ହିଁ ଆସନ୍ତାକାଲିର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।

କ୍ୟାମ୍ପସ ବାହାରେ ପୁଲିସ ମୁତୟନ ସହ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି।

ନିର୍ବାଚନ ପାଇଁ ୫ଟି ବୁଥ୍‌ କରାଯିବ।

ପ୍ରତି ବୁଥ୍‌ ବାହାରେ ଜଣେ ଲେଖାଏ ପୁଲିସ କର୍ମଚାରୀ ଓ ସୁରକ୍ଷା କର୍ମୀ ନିୟୋଜିତ ‌ରହିବେ।

ନିର୍ବାଚନ ପରିଚାଳନା ଲାଗି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ‌ ହୋଇଛି।

ଉତ୍କଳ: ଅରୋପ ପ୍ରତ୍ୟାରୋପ, ଶାନ୍ତିପୂର୍ଣ୍ଣ ମତଦାନ ପାଇଁ  ବୈଠକ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବାକୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ସମେତ ଭୁବନେଶ୍ବର ଡିସିପି ସରବଣା ବିବେକ୍‌ ଏମ୍‌, ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଛାତ୍ର ସଙ୍ଗଠନର ପ୍ରାର୍ଥୀମାନେ ବୈଠକରେ ସାମିଲ ହୋଇଛନ୍ତି।

କ୍ୟାମ୍ପସରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ନିରାପଦ ଭାବେ ପରିଚାଳନା ଦିଗରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତ ଛାତ୍ର ସଙ୍ଗଠନ ସହମତି ପ୍ରକାଶ କରିଛନ୍ତି।

ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଜଜ୍ଞେଶ୍ବର ଦଣ୍ଡପାଟଙ୍କ ସୂଚନା ଅନୁଯାୟୀ ଗୁରୁବାର ମତଦାନ ପାଇଁ କ୍ୟାମ୍ପସର ୩୫ଟି ବିଭାଗରେ ମତଦାନ କେନ୍ଦ୍ର ହୋଇଛି।

ଅପରାହ୍ଣ ୨ଟାରେ ଭୋଟ ଗ୍ରହଣ ସରିବା ପରେ ବାକ୍ସଗୁଡ଼ିକୁ ବାଣିଜ୍ୟ ବିଭାଗକୁ ଅଣାଯିବ।

ସେଠାରେ ୪ଟି କାଉଣ୍ଟରରେ ଭୋଟ ଗଣତି ହେବ।

ଏବର୍ଷ ୩୫୦୦ରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ସମସ୍ତ କେନ୍ଦ୍ରରେ ସିସିଟିଭି ସହ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇଛି।

ଭୋଟ ବାକ୍ସ ଆଣିବାକୁ ୫ଟି ସ୍ବତନ୍ତ୍ର ଗାଡ଼ି ରଖାଯିବ।

ବିନା ପରିଚୟପତ୍ରରେ କାହାକୁ ବି ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି।

Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା ଦିନତମାମ ରହିଲେ ଡିସିପିଛାତ୍ର ସଂସଦ ନିର୍ବାଚନର ପ୍ରଥମ ଅନୁଭୂତି ଗୋଟାଇଥିବା ଭୁବନେଶ୍ବର ଡିସିପି ସରବଣା ବିବେକ୍‌ ଏମ୍‌.

ଆଜି ଦିନତମାମ କ୍ୟାମ୍ପସରେ ରହିଥିଲେ।

କ୍ୟାମ୍ପସରେ ଗଣ୍ଡଗୋଳ ହେବା ଖବର ପାଇବା ମାତ୍ରେ ସେ ସଦଳବଳେ କ୍ୟାମ୍ପସରେ ପହଞ୍ଚି ଛାତ୍ର ସଙ୍ଗଠନଗୁଡ଼ିକୁ ବୁଝାସୁଝା କରିଥିଲେ।

ପରିସ୍ଥିତି ଅଣାୟତଃ ହେବାରୁ ପ୍ରାୟ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଡାକିବା ସହ ସମସ୍ତ ଛାତ୍ର ସଙ୍ଗଠନକୁ ଅଲଗା କରିଥିଲେ।

ଉତ୍ତେଜନା ଲାଗିରହିବାରୁ ଡିସିପି ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଗଣ୍ଡଗୋଳ ସମୟରେ ପୁଲିସ  କମିସନର ସୁରେଶ ଦେବଦତ୍ତ ସିଂ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ବୈଠକରେ ପ୍ରାର୍ଥୀମାନେ ପ୍ରତିଶ୍ରୁତି କମ୍‌ ଦେଇଥିଲେ ଏବଂ ଆରୋପ ପ୍ରତ୍ୟାରୋପ ଅଧିକ ଥିଲା।

ଏଠାାରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନୋଟି ଯାକ ଛାତ୍ର ସଙ୍ଗଠନର ପାନେଲ୍‌ର ପ୍ରାର୍ଥୀ ପରସ୍ପର ବିରୋଧରେ କହିଥିଲେ।

ଏବିଭିପି ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର କ୍ୟାମ୍ପସରେ ପରିବର୍ତ୍ତନ ଆସିବ।

ପରିବର୍ତ୍ତନର ସ୍ୱର ଗୁଞ୍ଜରିବ।

ଆଗକୁ ଆଉ ଗୁଣ୍ଡା ରାଜ ଚଳିବ ନାହିଁ।

ଛାତ୍ର ନିର୍ବାଚନ କିଏ ବନ୍ଦ କରିଥିଲା ବୋଲି ସେ ପ୍ରଶ୍ନ କରିଥିଲେ।

ଛାତ୍ର କଂଗ୍ରେସ ସଭାପତି ପ୍ରାର୍ଥୀ ସୌରଭ ବେହେରା କହିଲେ ଆମେ ଭୟ ମୁକ୍ତ କ୍ୟାମ୍ପସ ଚାହୁଁ।

୮ ବର୍ଷ ପରେ ନିର୍ବାଚନ ହେଉଛି, ଏହା ଆମର ଅଧିକାର।

ବିଶ୍ବବିଦ୍ୟାଳୟ ପାଇଁ ବିଜେଡି ସରକାର ୨୪ ବର୍ଷ ଓ ବିଜେପି ସରକାର ଅଢ଼େଇ ବର୍ଷରେ କ"ଣ କରିଛନ୍ତି ଆମେ ଦେଖିଛୁ।

ସୁସ୍ଥ ଓ ସୁରକ୍ଷିତ କ୍ୟାମ୍ପସ କରିବାକୁ ଆମେ ସଂକଳ୍ପ ବଦ୍ଧ ବୋଲି କହିଥିଲେ।

ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ବିଜେଡି ସରକାର ସମୟରେ କ୍ୟାମ୍ପସର ଉନ୍ନତିକରଣ ପାଇଁ ଦିଆଯାଇଥିବା ଅର୍ଥ ଓ ବିକାଶ ସମ୍ପର୍କରେ ତଥ୍ୟ ରଖିବା ସହ ଆଗକୁ ଧାରା ଜାରି ରହିବ ବୋଲି କହିଥିଲେ।

ତଡ଼ା ଖାଇଲେ ଅଣଛାତ୍ରଯେତେ ଉଦ୍ୟମ କଲେ ମଧ୍ୟ ବାଣୀବିହାର କ୍ୟମ୍ପସରୁ ଅଣଛାତ୍ର ତଥା ପୁରାତନ ଛାତ୍ର ଯାଉନାହାନ୍ତି।

ପରିଣାମ ସ୍ବରୂପ ଆଜି "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ବୈଠକରେ ଗଣ୍ଡଗୋଳ, ଭଙ୍ଗାରୁଜାରେ ସେମାନେ ହିଁ ଆଗଧାଡ଼ିରେ ରହିଥିଲେ।

ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଓ ଏବିଭିପିର ପୁରାତନ ଛାତ୍ରନେତା ବୈଠକ ସ୍ଥଳରେ ଉପସ୍ଥିତ ରହି ଗଣ୍ଡଗୋଳ ପାଇଁ ଉସୁକାଉଥିବା ନଜରକୁ ଆସିଥିଲା।

ତେଣୁ ଡିସିପି ତୁରନ୍ତ ପଦକ୍ଷେପ ନେବା ସହ ସେମାନଙ୍କୁ ବୈଠକ ସ୍ଥଳ ଛାଡ଼ି ୫ ମିନିଟ୍‌ରେ ଚାଲି ଯିବାକୁ ଚେତାବନୀ ଦେଇଥିଲେ।

ତା"ପରେ ବି ଅଣଛାତ୍ର ହଲ୍‌ ଛାଡ଼ି ନ ଯିବାରୁ ଡିସିପିଙ୍କ ସମେତ ପୁଲିସ ଅଧିକାରୀମାନେ ସେମାନଙ୍କୁ ବାହାରକୁ ତଡ଼ିଥିଲେ।

ବାହାରେ ମଧ୍ୟ ସେମାନେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରୁଥିବାରୁ ପୁଲିସ କଡ଼ା ନଜର ରଖିଥିଲା।

ଏପରିକି ଡିସିପିଙ୍କ ସହ କେତେକ ପୁରାତନ ଛାତ୍ର ଯୁକ୍ତତର୍କ କରିଥିଲେ।

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି ବିରିଆନି ବନାମ ମଟନ୍‌ପ୍ରଚାରର ଶେଷ ଦିନରେ ମଧ୍ୟ ରାଜ୍ୟର ଦୁଇ ପ୍ରମୁଖ ଛାତ୍ର ସଙ୍ଗଠନ ଛାତ୍ର ବିଜେଡି ଓ ଏବିଭିପି ବାଣୀବିହାର କ୍ୟାମ୍ପସରେ ଖାଦ୍ୟ ବାଣ୍ଟି୍ଥିଲେ।

ମଧ୍ୟାହ୍ନଭୋଜନ ପାଇଁ ସେଣ୍ଟର କ୍ୟାଣ୍ଟିନ୍‌ରେ ଏବିଭିପି ପକ୍ଷରୁ ମଟନ୍‌ ଓ ଭାତ ଏବଂ ଛାତ୍ର ବିଜେଡି ପକ୍ଷରୁ ଦୀକ୍ଷାନ୍ତ ହଲ୍‌ ବାହାରେ ଚିକେନ୍‌ ବିରିଆନିର ବ୍ୟବସ୍ଥା ହୋଇଥିଲା।

ଅପରାହ୍ଣରେ ୨ଟାରେ ଖାଇବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ୪ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା।

କାର୍ଯ୍ୟକ୍ରମ ଶେଷ ହେବା କ୍ଷଣି ବିଭିନ୍ନ ଛାତ୍ର ସଙ୍ଗଠନର ନେତାମା‌ନେ ଖାଇବା ନିକଟରେ ଭିଡ଼ ଜମାଇଥିଲେ।

ଦେବରାୟ ମହାବିଦ୍ୟାଳୟ୯ ବୁଥ୍‌ରେ ମତଦାନ ଦେବରାୟ ମହାବିଦ୍ୟାଳୟର ପ୍ରାର୍ଥୀମାନେ ଖେଳପଡ଼ିଆର ଉନ୍ନତୀକରଣ, ବିଦ୍ୟାର୍ଥୀଙ୍କ ପାଇଁ କମନରୁମ୍, ପାନୀୟ ଜଳ, ପର୍ଯ୍ୟାପ୍ତ ଆଲୋକୀକରଣ, ମୁଖ୍ୟ ରାସ୍ତାରୁ କଲେଜ୍‌ର ସାଇନ୍ ଏଜ୍, ପରିସ୍ରାଗାର ସଫା ଭଳି ଏକାଧିକ ମୁଦ୍ଦା ଉଠାଇଛନ୍ତି।

ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ପୃଥ୍ବୀରାଜ ସାମଲ କମନରୁମ୍‌ର ନବୀକରଣ ଓ ଖେଳକୁ ଅଧିକ ଗୁରୁତ୍ବ ଦେବାକୁ କହିଥିଲେ।

ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌମେନ୍ଦ୍ର ପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କ ଅଧ୍ୟାପକ ସଙ୍କଟ, କଲେଜ୍ ପରିସରକୁ ସଫା, ଖେଳ ଉପକରଣ ପାଇଁ ଅଧିକ ବଜେଟ୍ ଉପରେ ଗୁରୁତ୍ବ ଦେଇଥିଲେ।

ଏନ୍‌ଏସ୍‌ୟୁଆଇ ସମର୍ଥିତ ପ୍ରାର୍ଥୀ ଦୀପାଞ୍ଜଳି ଗୌଡ଼ ଓ ସ୍ବାଧୀନ ପ୍ରାର୍ଥୀ ଶୁଭଙ୍କର ସାହୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା, କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼, ଅଣଛାତ୍ର ପ୍ରବେଶ ଉପରେ ରୋକ୍ ଲାଗିବ ସେ ଉପରେ ଗୁରୁତ୍ବାରୋପ କରିଥିଲେ।

କଲେଜର ଅଧ୍ୟକ୍ଷ ପ୍ରଭାମଞ୍ଜରୀ ପଟ୍ଟନାୟକ, ପ୍ରାଧ୍ୟାପକ ବାମଦେବ ହୋତା ପ୍ରମୁଖ ବୈଠକକୁ ସଂଚାଳନ କରିଥିଲେ।

ନିର୍ବାଚନ ପାଇଁ ୯ଟି ରୁମ୍‌ରେ ଭୋଟଗ୍ରହଣ ପାଇଁ ବୁଥ୍ ହୋଇଛି।

ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୭ଟି ସିସିଟିଭି ଏବଂ ୮୦ରୁ ଅଧିକ କଲେଜ୍ ଷ୍ଟାଫ୍ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।