Judgement: ନାମଲେଖା ସୁଯୋଗ ନ ମିଳିଲେ କ୍ଷତିପୂରଣ ପ୍ରଦାନ କରାଯିବ: ହାଇକୋର୍ଟ
"କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ଜଣେ ଛାତ୍ରୀ ୩ ବର୍ଷିୟା ଏଲଏଲ.ବି.
ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବା ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
୨୦୨୬-୨୭ ଶିକ୍ଷାବର୍ଷରେ ଏନଏଲୟୁଓରେ ୩ବର୍ଷିଆ ଏଲଏଲ.ବି.
ପାଠ୍ୟକ୍ରମରେ ସମସ୍ତ ସିଟ ପୂରଣ ହୋଇ ସାରିଥିବା ବେଳେ ଏବେ ଯଦି ଆବେଦନକାରୀଙ୍କ ନାମଲେଖା ପାଇଁ ନିର୍ଦ୍ଦେଶ ଦିଆଯାଏ ତେବେ ନାମଲେଖାଇ ସାରିଥିବା ଜଣଙ୍କୁ ବାହାର କରିବାକୁ ପଡ଼ିବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
Advertisment ଏଭଳି ସ୍ଥିତିରେ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଯଦି ଏହି ପାଠ୍ୟକ୍ରମରେ କୌଣସି ସିଟ ଖାଲି ହୁଏ ତେବେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯିବ।
ଏହି ଅବଧି ଭିତରେ ଯଦି ଆବେଦନକାରୀଙ୍କୁ ନାମଲେଖା ସୁଯୋଗ ନ ମିଳେ ତେବେ ତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।
ଏନଏଲୟୁଓ ପକ୍ଷରୁ ହୋଇଥିବା ତ୍ରୁଟି ପାଇଁ ଆବେଦନକାରୀଙ୍କୁ ଏହା ଏକ ପ୍ରତୀକାତ୍ମକ କ୍ଷତିପୂରଣ ବୋଲି ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଛାତ୍ରୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Russia Supreme Court: ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ଦଳ ନିର୍ବାଚନରୁ ବାଦ୍ ପଡ଼ିବ: ରୁଷ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ଡୋମିସାଇଲ ରିଜର୍ଭେସନ ବର୍ଗରେ ଏନଲୟୁଓରେ ନାମଲେଖା ପାଇଁ ଆବେଦନକାରୀ ଦରଖାସ୍ତ କରିଥିଲେ।
ଆବେଦନକାରୀଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା।
ତାଙ୍କ ସର୍ବଭାରତୀୟ ସ୍ତରର ରୢାଙ୍କ ୬୧ ଓ ଓଡ଼ିଶା ଡୋମିସାଇଲ ରିଜର୍ଭେସନ ରୢାଙ୍କ ୬ ରହିଥିଲା।
ତାଙ୍କୁ ପ୍ରୋଭିଜନାଲ ନାମଲେଖା ସୁଯୋଗ ଦିଆଯାଇ କାଉନସିଲିଂ ପାଇଁ ଡକାଯାଇଥିଲା।
କାଉନସିଲିଂ ବେଳେ କୁହାଯାଇଥିଲା ଯେ ଏହି ସଂରକ୍ଷିତ ବର୍ଗରେ ନାମଲେଖା ପାଇଁ ପ୍ରାର୍ଥୀ ଓଡ଼ିଶାରେ ଥିବା ଶିକ୍ଷାନୁଷ୍ଠାନରୁ ସ୍ନାତକ ବା ସମତୁଲ ପରୀକ୍ଷା ପାସ କରିଥିବା ଆବଶ୍ୟକ।
ଏପରି ନିର୍ଦ୍ଦେଶନାମା ଚଳିତ ବର୍ଷ ମୂଳରୁ ରହିଛି।
ଆବେଦନକାରୀ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ସ୍କୁଲରୁ ଯୁକ୍ତ ଦୁଇ ପାସ କରିବା ପରେ ଛତିଶଗଡ଼ର ରାୟପୁରସ୍ଥିତ ଏକ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ।
ତେଣୁ ତାଙ୍କୁ ତିନି ବର୍ଷିଆ ଏଲଏଲ.ବି.
ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଦିଆଯାଇ ନଥିଲା।
ଆବେଦନକାରୀଙ୍କୁ ମୂଳରୁ ଏଣ୍ଟ୍ରାନ୍ସରେ ବସିବାକୁ ଅନୁମତି ଦିଆଯାଇଥିଲା ଓ ସଫଳ ହେବା ପରେ ନାମଲେଖା ପାଇଁ ଫି" ମଧ୍ୟ କାଉନସେଲିଂ ପୂର୍ବରୁ ଦାଖଲ ପାଇଁ ଅନୁମତି ମିଳିଥିଲା।
ସେ ଅନ୍ୟ ଅନୁଷ୍ଠାନରେ ନାମଲେଖା ପାଇଁ ମଧ୍ୟ ପଦକ୍ଷେପ ନେଇ ନଥିଲେ।
ଏଭଳି ସ୍ଥିତିରେ ତାଙ୍କର କିଛି ତ୍ରୁଟି ନଥିବା ବେଳେ ନାମଲେଖା ସୁଯୋଗ ପ୍ରଦାନ କରାଯିବା ଉଚିତ ଦର୍ଶାଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା।
ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।