Judgement: ସମୟରେ ସଂପତ୍ତି ବିବରଣୀ ପୋର୍ଟାଲରେ ଦାଖଲ କରି ନଥିବା ଶିକ୍ଷକଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି
"କଟକ: ନିର୍ଦ୍ଧାରିତ ସମୟସୀମା ଭିତରେ ସଂପତ୍ତି ବିବରଣୀ ଅନ୍ଲାଇନରେ ଏଚଆରଏମଏସ ପୋର୍ଟାଲରେ ଦାଖଲ କରି ନଥିବା ତଥା ପଦୋନ୍ନତି ପାଇଁ ଯୋଗ୍ୟ ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି।
ଆବେଦନକାରୀ ଶିକ୍ଷକମାନେ ଯଦି ସଂପତ୍ତି ବିବରଣୀ ହାତରେ ଦାଖଲ କରନ୍ତି ତେବେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଏହାକୁ ବିନା ଆପତ୍ତିରେ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment ଆବେଦନକାରୀ ହାତରେ ଦାଖଲ କରିବାକୁ ଥିବା ସଂପତ୍ତି ବିବରଣୀ ଗ୍ରହଣ କରାଯିବ, ଯାହା ଦ୍ବାରା ସେମାନେ ପଦୋନ୍ନତି ପ୍ରକ୍ରିୟା ପାଇଁ ଯୋଗ୍ୟ ହେବେ ବୋଲି ହାଇକୋର୍ଟ କହିଛନ୍ତି।
ଏଥି ସହିତ ବରଗଡ଼ ଜିଲ୍ଲାର ଏନ.ସି.ସାହୁ ଓ ଅନ୍ୟ ୬ଜଣ ଶିକ୍ଷକଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ଉଚ୍ଚପ୍ରାଥମିକ ସ୍କୁଲର ଲେଭଲ-୪ ସ୍ନାତକ ଶିକ୍ଷକ ପଦକୁ ପଦୋନ୍ନତି ପାଇଁ ଆବେଦନକାରୀ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ସଂପତ୍ତି ବିବରଣୀ ନିର୍ଦ୍ଧାରିତ ସମୟ ଭିତରେ ଚଳିତ ବର୍ଷ ଦାଖଲ କରି ନଥିଲେ।
Education: ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି ଏଭଳି ସ୍ଥିତିରେ ଆବଶ୍ୟକ ଯୋଗ୍ୟତା ଥିଲେ ମଧ୍ୟ ପଦୋନ୍ନତି ବେଳେ ଆବେଦନକାରୀଙ୍କ ନାମ ବିଚାରକୁ ନିଆ ନ ଯାଇ ପାରେ ବୋଲି ଆଶଙ୍କା ଦେଖା ଦେଇଥିଲା।
ପ୍ରତିବର୍ଷ ଜାନୁଆରି ୧ରୁ ୩୧ ତାରିଖ ମଧ୍ୟରେ ଏଚଆରଏମଏସ ପୋର୍ଟାଲରେ ଅନ୍ଲାଇନରେ ଶିକ୍ଷକମାନେ ସଂପତ୍ତି ବିବରଣୀ ଦାଖଲ କରିବା କଥା।
ଆବେଦନକରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସଂପତ୍ତି ବିବରଣୀ ଦାଖଲ କରି ପାରି ନଥିଲେ।
ଅନ୍ୟପକ୍ଷରେ ପଦୋନ୍ନତି ପ୍ରସଂଗରେ ବିଚାର ବେଳେ ସଂପତ୍ତି ବିବରଣୀ ଦାଖଲ କରି ନଥିବାରୁ ଆବେଦନକାରୀଙ୍କୁ ବାଦ ଦିଆଯିବାର ସମ୍ଭାବନା ରହିଛି।
ହାଇକୋର୍ଟ ଏଭଳି ସ୍ଥିତିକୁ ବିଚାରକୁ ନେଇ ଆବେଦନକାରୀ ହାତରେ ଦାଖଲ କରିବାକୁ ଥିବା ସଂପତ୍ତି ବିବରଣୀକୁ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ହାଇକୋର୍ଟ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।