Judgement: ସିବିଏସ୍‌ଇର ଅନ୍‌ସ୍କ୍ରିନ୍‌ ମାର୍କିଂରେ ସ୍ଥାୟୀ ସମାଧାନ ଚାହିଁଲେ ସୁପ୍ରିମ୍‌କୋର୍ଟ

Aug 21, 2026 - 21:56
Judgement: ସିବିଏସ୍‌ଇର ଅନ୍‌ସ୍କ୍ରିନ୍‌ ମାର୍କିଂରେ ସ୍ଥାୟୀ ସମାଧାନ ଚାହିଁଲେ ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଅନ୍‌ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଯୁକ୍ତିଗତ ତ୍ରୁଟିର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ଙ୍କୁ କହିଛନ୍ତି ସୁପ୍ରିମ୍‌କୋର୍ଟ।

ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ୨୫ ଅଗଷ୍ଟରେ ହେବ।Advertisment ଓଏସ୍‌ଏମ୍‌ ମାଧ୍ୟମରେ ଖାତା ଡିଜିଟାଲ୍‌ ଭାବେ ମୂଲ୍ୟାୟନ କରାଯାଉଥିବା ବେଳେ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା।

ମୂଲ୍ୟାୟନରେ ତ୍ରୁଟି ଯୋଗୁଁ କିଛି ଛାତ୍ରଛାତ୍ରୀଙ୍କ ଫଳାଫଳ ଖରାପ ହୋଇଥିବା ଏବଂ ଏହା ସେମାନଙ୍କ ଉଚ୍ଚଶିକ୍ଷାରେ ନାମଲେଖାକୁ ପ୍ରଭାବିତ କରିଥିବା ଅଭିଯୋଗ କରି ଆବେଦନ ହୋଇଥିଲା।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଅଦାଲତରେ ଉପସ୍ଥିତ ଥିଲେ।

ସରକାର ଏହି ପ୍ରସଙ୍ଗରେ ଏକ ନୋଟ୍‌ ପ୍ରସ୍ତୁତ କରିଥିବା ସେ କହିଥିଲେ।

ତେବେ ଏହାକୁ ଅଦାଲତରେ ଦାଖଲ କରିବା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଆବଶ୍ୟକ ବୋଲି ସେ କହିଥିଲେ।

ଏହାପରେ ସୋମବାର ସୁଦ୍ଧା ସରକାରଙ୍କ ପକ୍ଷ ଜଣାଇବାକୁ ପୀଠ କହିଥିଲେ।

Dara Singh case: ଦାରା ସିଂ ମାମଲା: ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ; ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନେବୁ ସରକାରଙ୍କ ଅନୁସାରେ, ମୂଲ୍ୟାୟନକୁ ନେଇ ଅଭିଯୋଗ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସପ୍ତାହର ପୁନଃମୂଲ୍ୟାୟନ ସୁଯୋଗ ଦିଆଯାଇଥିଲା ଏବଂ ପ୍ରାୟ ୧.୬୮ ଲକ୍ଷ ଛାତ୍ରଛାତ୍ରୀ ଏଥିରୁ ଲାଭ ପାଇଛନ୍ତି।

କିନ୍ତୁ ଆବେଦନକାରୀଙ୍କ ପକ୍ଷର ଓକିଲ ରାକେଶ ବିଞ୍ଜୋଲା କହିଥିଲେ, ଏହି ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ।

ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିବାରୁ ଏବଂ ଅନେକ ଛାତ୍ରଛାତ୍ରୀ ସମୟସୀମା ବିଷୟରେ ଜାଣି ନ ଥିବାରୁ ପୁନଃମୂଲ୍ୟାୟନ ପାଇଁ ଆଉ ଏକ ସପ୍ତାହ ସୁଯୋଗ ଦେବାକୁ ସେ ଦାବି କରିଥିଲେ।

ଯେଉଁ ଛାତ୍ରଛାତ୍ରୀ ଆବଶ୍ୟକ ଦସ୍ତାବିଜ ଦେଇପାରି ନ ଥିଲେ କିମ୍ବା ପ୍ରଯୁକ୍ତିଗତ ସମସ୍ୟା ଯୋଗୁଁ ଆବେଦନ କରିପାରି ନ ଥିଲେ, ସେମାନଙ୍କ ତଥ୍ୟ ଦେବାକୁ ମଧ୍ୟ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି।

ଏଥି ସହ ଓଏସ୍‌ଏମ୍‌ ସମସ୍ୟାର ସ୍ଥାୟୀ ସମାଧାନ ଦରକାର ବୋଲି କୋର୍ଟ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।