Judgement: ୬ ବର୍ଷୀୟ, ୧୭ବର୍ଷ ବୟସର ନାବାଳିକାଙ୍କୁ ଦୁଷ୍କର୍ମ; ଜେଲ୍ ଗଲେ ଦୁଷ୍କର୍ମକାରୀ
"ଝାରସୁଗୁଡ଼ା/ଯାଜପୁର: ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ୨ଜଣ ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି।
ଏହି ଘୃଣ୍ୟ କାମ ସହିତ ଜଡ଼ିତ ଦୁଷ୍କର୍ମୀମାନଙ୍କୁ ସଜା ମିଳିଛି।
ଝାରସୁଗୁଡ଼ା ଜିଲ୍ଲା ବନହରପାଲି ମାମଲାରେ ଦୋଷୀକୁ ଅଦାଲତ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।
ସେହିପରି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଘଟିଥିବା ଖରାପ କାମ ପାଇଁ ଦୋଷୀକୁ ୧୨ ବର୍ଷ ଜେଲ୍ ଦଣ୍ଡ ମିଳିଛି।
ମାମଲାର ବିବରଣୀରୁ ଜଣାଯାଏ, ଗତବର୍ଷ ଜୁନ ୨୨ ତାରିଖରେ ଝାରସୁଗୁଡ଼ା ବନହରପାଲି ଥାନା ଅଂଚଳରେ ଜଣେ ୬ ବର୍ଷୀୟା ନାବାଳିକାକୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।
ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସେହି ଦିନ ଠାରୁ ଅଭିଯୁକ୍ତ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ଥିଲା।
ଆଜି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବିରୋଧରେ ପ୍ରମାଣପତ୍ର ଏବଂ ୩୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୨୦ ବର୍ଷୀୟ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।
ଦୋଷୀଙ୍କୁ ପଚାଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଦୁଷ୍କର୍ମ ପୀଡ଼ିତାଙ୍କୁ ସରକାର ଆଠ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।Advertisment Judgement: ବିଜୟଙ୍କ ଛାଡପତ୍ର ମାମଲାରେ ନୂଆ ମୋଡ଼, ଅଗଷ୍ଟ ୭ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ କୋର୍ଟ ସେହିପରି ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅନ୍ୟ ଏକ ମାମଲାର ଶୁଣାଣି କରିଛନ୍ତି।
ଜଣେ ୧୭ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ବ୍ୟାସନଗର ସାପଗାଡ଼ିଆ ଗାଁର କିରଣ ମୁଖୀକୁ ଏହି ଜେଲ୍ ଦଣ୍ଡ ମିଳିଛି।
୨୦୨୫ରେ ଯାଜପୁର ରୋଡ଼ ଅଞ୍ଚଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏ ନେଇ ପୀଡ଼ିତା ପରିବାର ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରାଯାଇଥିଲା।
୧୭ ଜଣଙ୍କ ସାକ୍ଷ ପ୍ରମାଣକୁ ଆଧାର କରି କୋର୍ଟ ଏ ରାୟ ଶୁଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।