student missing: ଏମକେସିଜି ଭେଷଜ ମହାବିଦ୍ୟାଳୟର ଛାତ୍ର ନିଖୋଜ, ସ୍ବତନ୍ତ୍ର ଟିମ ଗଠନ କରି ପୁଲିସ ଖୋଜୁଛି କହିଲେ ଏସପି
"ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି।
ସୂଚନାକ୍ରମେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମ ନିବାସୀ ରବିନ୍ଦ୍ର ସାହୁ ଓ ଟୁନି ସାହୁଙ୍କ ପୁଅ ସାଗର ସାହୁ (୨୧)।
ସେ ଗତ ଅଗଷ୍ଟ ୩୧ ରୁ ନିଖୋଜ ହୋଇଯାଇଛନ୍ତି।
ଗତ ରବିବାର ଦିନ ତାଙ୍କ ମୋବାଇଲ ଫୋନ ବ୍ରହ୍ମପୁର ରେଳ ଷ୍ଟେସନରୁ ମିିଳିଥିଲା।Advertisment ଆହୁରି ପଢନ୍ତୁ :Trump"s Face: ଏବେ "ହେଡ୍ ନା ଟେଲ୍"ରେ ରାଷ୍ଟ୍ରପତି: ଟ୍ରମ୍ପଙ୍କ ମୁହଁ ଥିବା ବିବାଦୀୟ ୧ ଡଲାର ମୁଦ୍ରା ଜାରି କଲା ଆମେରିକା ଟଙ୍କାଶାଳ ଶିକ୍ଷାନୁଷ୍ଠାନରେ ଏମବିବିଏସ୍ ପାଠ୍ୟକ୍ରମର ପ୍ରଥମ ବର୍ଷ ଛାତ୍ର ସାଗର ବିନା କୋଚିଂରେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମକେସିଜିରେ ନାମ ଲେଖାଇଥିବା ମାମୁଁ କୁଳମଣି ସାହୁ ସୂଚନା ଦେଇଛନ୍ତି।
ସାଗରଙ୍କ ନିଖୋଜ ନେଇ ବିଏନପୁର ଥାନା ଓ ଜିଆରପି ଥାନା ଷ୍ଟେସନ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏମକେସିଜି ଛାତ୍ର ସଂଘ ପକ୍ଷରୁ ସାଗରଙ୍କୁ ଖୋଜିବା ପାଇଁ ନିଜଆଡ଼ୁ ପ୍ରୟାସ ଆରମ୍ଭ କରିଛନ୍ତି।
ଆହୁରି ପଢନ୍ତୁ :Chief Justice: ଅଭିଯୋଗ ଉପରେ ମୁହଁ ଖୋଲିଲେ ରାଜସ୍ଥାନ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି; କହିଲେ, ସବୁ ମିଥ୍ୟା ଓ ମନଗଢ଼ା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କ ଫୋଟ ସହ ତଥ୍ୟ ଉପଲବ୍ଧ କରାଇ କେହି ବ୍ୟକ୍ତିବିଶେଷ ତାଙ୍କୁ ଚିହ୍ନଟ କଲେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
ବ୍ରହ୍ମପୁର ଏସପି ଡା.ଶରବଣା ବିବେକ ଏମ କହିଛନ୍ତି, ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରି ସିସିଟିଭି ଯାଞ୍ଚ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି।
ସାଗରଙ୍କ ମାନସିକ ସ୍ଥିତି ବିଷୟରେ ସେମାନଙ୍କ ସହପାଠୀଙ୍କ ସହ ଆଲୋଚନା ହୋଇଛି।
ଖୁବଶୀଘ୍ର ସନ୍ଧାନ ମିଳିଵ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।