Junior Asia Cup Hockey: କନିଷ୍ଠ ଏସିଆ କପ୍ ହକି: ଅନ୍ମୋଲଙ୍କ ୪ ଗୋଲ୍: ଭାରତ ୧୪-୦ରେ ଜିତିଲା
"ମୋକି (ଚୀନ): ଏଏଚ୍ଏଫ୍ (ଏସୀୟ ହକି ମହାସଂଘ) କନିଷ୍ଠ ପୁରୁଷ ଏସିଆ କପ୍ ହକିରେ ଭାରତ ଆଧିପତ୍ୟଭରା ବିଜୟ ହାସଲ କରିଛି।
ଶନିବାର ପୁଲ୍-ଏ"ର ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଆ ତାରକା ଅନ୍ମୋଲ ଏକ୍କାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୧୪-୦ ଗୋଲ୍ରେ ଇଣ୍ଡୋନେସିଆକୁ ପରାସ୍ତ କରି ନିଜ ଟାଇଟଲ୍ ବଜାୟ ଅଭିଯାନ ଆରମ୍ଭ କରିଛି।
ଭାରତର ଏହି ବିଶାଳ ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ପ୍ରଭଦୀପ ସିଂହ।
ସେ ଏକାକୀ ୫ଟି ଗୋଲ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଅଧିନାୟକ ଅନମୋଲ ୪ଟି ଗୋଲ୍ କରିଥିବାବେଳେ ଅଜିତ ଯାଦବ ୩ଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ପୂରଣ କରିଥିଲେ।
ଅନ୍ୟ ଦୁଇଟି ଗୋଲ୍ ହରପାଲ ଓ ଆଶୁ ମୌର୍ଯ୍ୟଙ୍କ ଷ୍ଟିକ୍ରୁ ଆସିଥିଲା।
Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲା।
ପଞ୍ଚମ ମିନିଟ୍ରେ ପ୍ରଭଦୀପ ଗୋଲ୍ କରି ଭାରତକୁ ଆଗୁଆ କରିଥିଲେ।
ଅଷ୍ଟମ ମିନିଟ୍ରେ ହରପାଲ ଆଉ ଏକ ଗୋଲ୍ ଦେଇଥିଲେ।
ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗରେ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଆକ୍ରମଣ ଆହୁରି ତୀବ୍ର ହୋଇଥିଲା।
୧୬ତମ ମିନିଟ୍ରେ ପେନାଲ୍ଟି ଷ୍ଟ୍ରୋକ୍ରୁ ଅନମୋଲ ଗୋଲ୍ କରିଥିଲେ।
୨୦ତମ ମିନିଟ୍ରେ ଅଜିତ ଯାଦବ ସ୍କୋର୍ ୪-୦ କରିଥିଲେ।
ପରେ ପ୍ରଭଦୀପ ୨୬ତମ ଓ ୩୦ତମ ମିନିଟ୍ରେ ଲଗାତାର ଦୁଇଟି ଗୋଲ୍ କରି ନିଜ ହ୍ୟାଟ୍ରିକ୍ ପୂରଣ କରିଥିଲେ।
ଫଳରେ ପ୍ରଥମାର୍ଦ୍ଧ ଶେଷରେ ଭାରତ ୬-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଣ୍ଡୋନେସିଆକୁ କୌଣସି ସୁଯୋଗ ଦେଇ ନଥିଲା ଭାରତ।
୩୫ତମ ଓ ୪୨ତମ ମିନିଟ୍ରେ ଅନମୋଲ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ।
ତୃତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ପ୍ରଭଦୀପ ଆଉ ଏକ ଗୋଲ୍ କରିବାରୁ ସ୍କୋର୍ ୯-୦ରେ ପହଞ୍ଚିଥିଲା।
ଶେଷ କ୍ୱାର୍ଟରରେ ଭାରତୀୟ ଦଳ ଆହୁରି ୫ଟି ଗୋଲ୍ ଲଦି ଥିଲା।
୫୧ତମ ମିନିଟ୍ରେ ଅନମୋଲ ନିଜର ଚତୁର୍ଥ ଗୋଲ୍ କରିଥିଲେ।
ଏହାର ମାତ୍ର ଏକ ମିନିଟ୍ ପରେ ପ୍ରଭଦୀପ ନିଜର ପଞ୍ଚମ ଗୋଲ୍ କରିଥିଲେ।
୫୩ତମ ମିନିଟ୍ରେ ଅଜିତ ଯାଦବ ଦୁଇଟି ଗୋଲ୍ କରି ନିଜ ହ୍ୟାଟ୍ରିକ୍ ପୂରଣ କରିବା ସହ ଭାରତକୁ ୧୩-୦ରେ ପହଞ୍ଚାଇଥିଲେ।
ମ୍ୟାଚ୍ର ୫୯ତମ ମିନିଟ୍ରେ ଆଶୁ ମୌର୍ଯ୍ୟା ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ୧୪-୦ ବିଜୟ ନିଶ୍ଚିତ କରିଥିଲେ।
ଏହି ବିଜୟ ସହ ଭାରତ ୩ ପଏଣ୍ଟ ହାସଲ କରି ଜାପାନ ଓ ଦକ୍ଷିଣ କୋରିଆ ସହ ସମାନସ୍ଥିତିରେ ରହିଛି।
ଉନ୍ନତ ଗୋଲ୍ ବ୍ୟବଧାନ ଯୋଗୁଁ ଭାରତ ପୁଲ୍-ଏ"ର ଶୀର୍ଷସ୍ଥାନ ଦଖଲ କରିଛି।
Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ଦକ୍ଷିଣ କୋରିଆକୁ ୪-୧ରେ ହରାଇଲେ ବାଳିକାମହିଳା କନିଷ୍ଠ ଏସିଆ କପ୍ରେ ଭାରତ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ନିଜ ବିଜୟ ଅଭିଯାନ ଆରମ୍ଭ କରିଛି।
ଗତ ଦୁଇ ସଂସ୍କରଣରେ ମହିଳା କନିଷ୍ଠ ଏସିଆ କପ୍ ଜିତିଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
ପ୍ରଥମ କ୍ୱାର୍ଟରରେ ଭାରତ ଅନେକ ସୁଯୋଗ ସୃଷ୍ଟି କରିଥିଲା।
ଏହାର ଫଳ ମଧ୍ୟ ଶୀଘ୍ର ମିଳିଥିଲା।
ମ୍ୟାଚ୍ର ୮ମ ମିନିଟ୍ରେ ସାନିକା ଚନ୍ଦ୍ରକାନ୍ତ ମାଣେ ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।
ଏହାପରେ ଭାରତୀୟ ଦଳ ଦକ୍ଷିଣ କୋରିଆ ଉପରେ ଚାପ ବଜାୟ ରଖିଥିଲା।
ପ୍ରଥମ କ୍ୱାର୍ଟରରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମଧ୍ୟ ମିଳିଥିଲା।
୧୪ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣର ସମେତ ଉଭୟ ସୁଯୋଗକୁ ଭାରତ ଗୋଲ୍ରେ ପରିଣତ କରିପାରିନଥିଲା।
ତେବେ ଭାରତ ନିଜର ଆକ୍ରମଣ ଜାରି ରଖି ପରବର୍ତ୍ତୀ ସମୟରେ ଆଉ ତିନିଟି ଗୋଲ୍ କରି ମ୍ୟାଚ୍କୁ ନିଜ ସପକ୍ଷରେ କରିଥିଲା।
ଭାରତ ପକ୍ଷରୁ ପୂର୍ଣ୍ଣିମା ଯାଦବ, ପୂଜା ସାହୁ ଓ ମଧୁ ସିଦାର ମଧ୍ୟ ଗୋଲ୍ ସ୍କୋର କରିଥିଲେ।
ଦକ୍ଷିଣ କୋରିଆ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ ମଧ୍ୟ ଭାରତର ଆଧିପତ୍ୟକୁ ରୋକିପାରିନଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।