Farmers’ Protest କୃଷକଙ୍କ ସୁରକ୍ଷା ନେଇ ସେପ୍ଟେମ୍ବର ୧୫ରୁ ରାଜ୍ୟବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ
"ଭୁବନେଶ୍ବର: ଚାଷୀଙ୍କ ସୁରକ୍ଷା ବିଫଳତା, ଚାଉଳ ନ ଉଠିବା ଓ ଖରିଫ ଋତୁର ଚାଉଳ ଉଠାଣ ପ୍ରସଙ୍ଗରେ ଚଳିତମାସ ୧୫ରୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ପ୍ରତି ଜିଲ୍ଲାରେ ୨ଦିନ ଲେଖାଏ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଘୋଷଣା କରିଛନ୍ତି କିସାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ।Advertisment Farmers Worried: ବନ୍ୟାଜଳରେ ବୁଡ଼ିଛି ଶହ ଶହ ଏକର ଚାଷଜମି, ଚିନ୍ତାରେ ଚାଷୀ ଆଜି (ରବିବାର) କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବାଶିଷ ପଟ୍ଟନାୟକ କହିଲେ, ଏଫ୍ସିଆଇ ଚାଉଳ ଉଠାଉନି ବୋଲି ଯୋଗାଣ ମନ୍ତ୍ରୀ ଭରାସଭାରେ କହିବା ଡବଲ ଇଞ୍ଜିନର ମୁଖା ଖୋଲିଯାଇଛି।
କେନ୍ଦ୍ର କେବଳ ଡବଲ ଇଞ୍ଜିନ ରାଜ୍ୟକୁ ଶୋଷଣ କରିବା ପାଇଁ ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି।
ପଶ୍ଚିମାଞ୍ଚଳ ଓଡ଼ିଶାର ଭାତହାଣ୍ଡି।
ସେଠାରେ ଚାଷୀଙ୍କ ଧାନ ବିକ୍ରୀ ନ ହୋଇ ପଡ଼ି ରହିବା ପରିତାପର ବିଷୟ।
ବିଜେପି ଦଳର ପ୍ରକୃତ ପରିଚୟ ରାଜ୍ୟବାସୀ ଜାଣି ରଖିବା ଉଚିତ।
Farmers' protests: ଚାଷୀଙ୍କ ବିରୋଧ ପରେ ଓହରିଲେ ସରକାର: ଟୋକନ୍ ପାଇବା ପାଇଁ ଆଇଡି ଆବଶ୍ୟକ, ଭାଗ ଚାଷୀଙ୍କ ତଥ୍ୟ ଦେବାକୁ ଆସିବ ଆପ୍ କଂଗ୍ରେସ ସମବାୟ ସେଲ୍ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଲେ, ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ରାଜ୍ୟର ଚାଷୀ ଡବଲ ଅସୁବିଧା ଓ ଦୁଃଖର ସମ୍ମୁଖୀନ ହେଉଛନ୍ତି।
ଗୋଟିଏ ପଟେ ଏମ୍ଏସ୍ପି ବୃଦ୍ଧି କରିଛନ୍ତି କିନ୍ତୁ ଅନ୍ୟ ପଟରେ ଚାଷୀଙ୍କ ଧାନ କିଣୁ ନାହାନ୍ତି।
ଏମ୍ଏସ୍ପି ବୃଦ୍ଧି ଯୋଗୁଁ କୃଷକ ଯେତିକି ଲାଭବାନ ହେବା କଥା ତାହା ନ ହୋଇ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି।
ସରକାର ଏମ୍ଏସ୍ପିକୁ ଆଜି ପର୍ଯ୍ୟନ୍ତ ନିୟମ କରି ପାରିଲେ ନାହିଁ।
ଏଥିରୁ କୃଷକ ପାଇଁ ସରକାରଙ୍କ ମନ୍ଦ ଅଭିସନ୍ଧି ରହିଥିବା ପ୍ରମାଣିତ ହେଉଛି।
ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।