Junior Teachers Protest In Bhubaneswar: ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ଚାକିରି ନିୟମିତ ଦାବିରେ ଧାରଣା

Sep 17, 2026 - 17:13
Junior Teachers Protest In Bhubaneswar: ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ଚାକିରି ନିୟମିତ ଦାବିରେ ଧାରଣା

ରାଜଧାନୀରେ ଜୋରଦାର ହୋଇଛି କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ। ଚାକିରି ନିୟମିତ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ହଜାର ହଜାର କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧାରଣା ଦେଇଛନ୍ତି।
ସୂଚନା ଅନୁସାରେ, ପ୍ରାୟ ୧୩ ହଜାର କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ଦାବି ନେଇ ରାଜଧାନୀରେ ଏକାଠି ହୋଇଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଉଛି ଚାକିରି ନିୟମିତ କରିବା। 

ଆନ୍ଦୋଳନକାରୀ ଶିକ୍ଷକମାନଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ସେମାନଙ୍କ ଚାକିରି ଏପର୍ଯ୍ୟନ୍ତ ନିୟମିତ ହୋଇନାହିଁ। ଏହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୋଟିଏ ମାତ୍ର ଦାବିକୁ ନେଇ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି କନିଷ୍ଠ ଶିକ୍ଷକମାନେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ନେଇ ସେମାନଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।