‌Kakarudrapur: କାକରୁଦ୍ରପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା: ଗହୀର ବୁଲିଲେ ଅଧିକାରୀ

Sep 24, 2026 - 07:50
‌Kakarudrapur: କାକରୁଦ୍ରପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା: ଗହୀର ବୁଲିଲେ ଅଧିକାରୀ

"ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ ଅନ୍ତର୍ଗତ କାକରୁଦ୍ରପୁର ଅଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଗହୀରରୁ ଜଳ ନିଷ୍କାସନ ହେଉନଥିବାରୁ ଧାନ ବିଲ ବୁଡ଼ିରହୁଛି।

ତେଣୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି।

ଗହୀରରେ ବହିଯାଇଥିବା ପ୍ରାକୃତିକ ନାଳ ଓ ଡ୍ରେନ୍‌ଗୁଡ଼ିକ ବେଆଇନ ଭାବେ ଜବରଦଖଲ ହୋଇଥିବାରୁ ଶହଶହ ଏକର ଚାଷଜମିରେ ପାଣି ଜମି ରହିଛି।

ଫଳରେ ଦୁଇ ଦୁଇ ଥର ବିଲ ରୁଆ ହେବା ପରେ ଧାନଗଛ ଶଢ଼ି ନଷ୍ଟ ହୋଇଯାଇଛି।

ଏହି ଜଳବନ୍ଦି ସମସ୍ୟା ନେଇ ସ୍ଥାନୀୟ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ।

ଏଣୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।

ଏହାପରେ ଡ୍ରେନେଜ୍‌ ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

Advertisment Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ ସ୍ଥାନୀୟ ଚାଷୀମାନଙ୍କ କହିବା କଥା ଭିଙ୍ଗାରପୁରଠାରୁ ବାଲିପାଟଣା ପର୍ଯ୍ୟନ୍ତ ପଡ଼ିଥିବା ଶାଳପାଣି ଶଙ୍ଖକୁ ବେଆଇନ ଭାବେ ଜମି ମାଫିଆମାନେ ପୋତିବା ସହିତ ଅକ୍ତିଆର କରିସାରିଲେଣି।

ଏହାଦ୍ୱାରା ଭିଙ୍ଗାରପୁର, ପାଟପୁର, ପରିଆ ପାଟପୁର, ବେଣ୍ଟପୁର, ଜଗନ୍ନାଥପୁର, କାକରୁଦ୍ରପୁର, ଖମଙ୍ଗ ଆଦି ଅଞ୍ଚଳରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ।

ସେହିଭଳି ଗହୀରରେ ଥିବା ମୁଖ୍ୟ ନାଳଗୁଡ଼ିକ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି।

ଜଳ ନିଷ୍କାସନ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ବିଲରେ ଧାନଗଛ ବୁଡ଼ିବା ପର୍ଯ୍ୟନ୍ତ ପାଣି ଜମି ରହୁଛି।

ପୂର୍ବରୁ ଚାଷୀମାନେ ଭୁବନେଶ୍ୱର ଡ୍ରେନେଜ୍ ଡିଭିଜନର ଅଧିକାରୀମାନଙ୍କୁ ଗୁହାରି କରି ବିଫଳ ହୋଇଥିଲେ।

ଜଳବନ୍ଦି ସମସ୍ୟାର ସ୍ଥାୟୀ ସମାଧାନ ଓ ନାଳଗୁଡ଼ିକର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଆସୁଛନ୍ତି।

ଏନେଇ ଡ୍ରେନେଜ୍‌ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସହ ଯୋଗା‌ଯୋଗ କରିବାରୁ ସେ କହିଛନ୍ତି ଯେ ଚାଷୀମାନଙ୍କ ସମସ୍ୟା ବିଷୟରେ ପଦସ୍ଥ ଅଧିକାରୀମାନେ ଅବଗତ ଅଛନ୍ତି ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।

ଲଗାଣ ବର୍ଷାରେ ଜୀବନଯାତ୍ରା ବେହାଲ, ଜଳବନ୍ଦିରେ ବହୁ ପରିବାର IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି ବାଲିଅନ୍ତା ବଜାର: ଲଘୁଚାପଜନିତ ଲଗାଣ ବର୍ଷାରେ ବାଲିଅନ୍ତା ବଜାର ଅଞ୍ଚଳରେ ଜୀବନଯାତ୍ରା ବେହାଲ ହୋଇପଡ଼ିଛି।

ବେଣୁପୁର, ବାଲିଅନ୍ତା ଅଣ୍ଡିଲୋ, ବାଲିଅନ୍ତା ସ୍କୁଲ, ନହରକଣ୍ଟା, ହଂସପାଳ ଓ ହରିଦାସପୁର ଅଞ୍ଚଳ‌ରେ ବହୁ ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ ଲୋକେ ଜଳବନ୍ଦି ହୋଇ କଲବଲ ହେଉଛନ୍ତି।

ବହୁ ଜାଗାରେ ଡ୍ରେନ୍‌ ପାଣି ବର୍ଷା ଜଳ ସହ ମିଶି ଘରେ ପଶିଛି।

ସ୍ଥାନୀୟ ବାସିନ୍ଦା ରାମ ମହାରଣାଙ୍କ ଅଭିଯୋଗ ଅନୁସାରେ ସବୁଆଡ଼େ ଜଳ ଭର୍ତ୍ତି ହୋଇରହିଛି।

ଜଳ ନିଷ୍କାସନ ହୋଇପାରୁନି।

କେଉଁଠି ରାସ୍ତା, କେଉଁଠି ଗଡ଼ିଆ, ଜାଣିବା କଷ୍ଟକର।

ଅଭିଭାବକମାନେ ପିଲାଙ୍କୁ ବାହାରକୁ ଛାଡ଼ିବା ପାଇଁ ଭୟ କରୁଛନ୍ତି।

ଅଣ୍ଡିଲୋ ମୁସଲମାନସାହିର କିଛି ଘରେ ପାଣି ପଶି ଜମି ରହିଛି।

ସେମାନେ ଖଟ ଉପରେ ବସିବସି ରାତି ବିତାଇଛନ୍ତି।

ଘରେ ରୋଷେଇ କରିବା ସମ୍ଭବ ନ ହେବାରୁ ଲୋକେ ଭୋକ ଉପାସରେ ବି ରାତି କାଟିଛନ୍ତି।

ଖବର ପାଇ ସରପଞ୍ଚ କୃଷ୍ଣକେଶବ ଆପଟ୍ଟ ଲୋକ ଲଗାଇ ପୋତି ହୋଇଯାଇଥିବା ଡ୍ରେନ୍‌ଗୁଡିକ ସଫା କରାଇଛନ୍ତି, କିନ୍ତୁ ତାହା ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି।

ପାଣି ନିଷ୍କାସନ ବାଟକୁ ବିଲ୍‌ଡରମାନେ ଜବରଦଖଲ କରିଥିବାରୁ ଏପରି ସମସ୍ୟା ଉପୁଜିଛି।

ବର୍ଷା ଦିନ ପୂର୍ବରୁ ଏହାର ସ୍ଥାୟୀ ସମାଧାନ କରାଯାଇଥିଲେ, ଆଜି ଏପରି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ କହିଛନ୍ତି।

ହଂସପାଳ, ନହରକଣ୍ଟା, ହରିଦାସପୁର, ମିଲେନିୟମ୍‌ ସିଟି ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି, କିନ୍ତୁ ଲଗାଣ ବର୍ଷାରେ ପୁଣି ପାଣି ଜମିଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।