Seafood: ଚିଙ୍ଗୁଡ଼ି, ସାମୁଦ୍ରିକ ଖାଦ୍ୟ ରପ୍ତାନି ହ୍ରାସ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ୨୩ କୋଟି କ୍ଷତି
"ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଓଡ଼ିଶାରୁ ମାଛ, ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୨୩.୪୦ କୋଟି ଟଙ୍କାର କ୍ଷତି ହୋଇଛି।
ଯୁଦ୍ଧ ଦ୍ବାରା ପ୍ରଭାବିତ ଅଞ୍ଚଳରେ ରପ୍ତାନି ମୂଲ୍ୟରେ ୧୪.୫୭ ପ୍ରତିଶତ ହ୍ରାସ ଘଟିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏମ୍ପେଡା ତଥ୍ୟ ଅନୁସାରେ ୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ରାଜ୍ୟର ମୋଟ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୬.୩୬ ପ୍ରତିଶତ ବଢ଼ିଥିଲା।
ଏହି ସମୟରେ ରପ୍ତାନି ମୂଲ୍ୟରେ ୭୬୩.୯୪ କୋଟି ଟଙ୍କାର ବୃଦ୍ଧି ହୋଇଥିଲା।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୫ରେ ଓଡ଼ିଶାରୁ ମଧ୍ୟପ୍ରାଚ୍ୟକୁ ୧୬୦.୫୭ କୋଟି ଟଙ୍କାର ସାମୁଦ୍ରିକ ଦ୍ରବ୍ୟ ରପ୍ତାନି କରାଯାଇଥିଲା।
Advertisment Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ ୨୦୨୬ର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସେହି ମୂଲ୍ୟ ୧୪.୫୭ ପ୍ରତିଶତ ହ୍ରାସ ପାଇ ୧୩୭.୧୭ କୋଟି ଟଙ୍କାକୁ ଖସିଆସିଛି।
ଡଲାର ଅନୁସାରେ ରପ୍ତାନି ମୂଲ୍ୟରେ ୨୨.୮୦ ପ୍ରତିଶତର ହ୍ରାସ ହୋଇଛି।
୨୦୨୫ରେ ରପ୍ତାନି ୧୮.୮୪ ଡଲାର ଥିଲା ଯାହା ୨୦୨୬ରେ ୧୪.୫୪ ଡଲାରକୁ ହ୍ରାସ ପାଇଛି।
ରାଜ୍ୟର ମୋଟ୍ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ସମ୍ପର୍କରେ ସେ କହିଛନ୍ତି ଯେ, ୨୦୨୧-୨୨ରେ ମୋଟ୍ ରପ୍ତାନି ମୂଲ୍ୟ ୪୬୨୭.୯୧ କୋଟି ଟଙ୍କା ଥିଲା।
୨୦୨୩-୨୪ରେ ତାହା ୩୯୫୪.୬୦ କୋଟି ଟଙ୍କାକୁ ହ୍ରାସ ପାଇଥିଲା।
୨୦୨୫-୨୬ ସୁଦ୍ଧା ତାହା ୫୪୩୧.୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
୨୦୨୫-୨୬ରେ ରାଜ୍ୟରୁ ୫୪୦୯.୯୨ କୋଟି ଟଙ୍କାର ଫ୍ରୋଜେନ୍ ଚିଙ୍ଗୁଡ଼ି, ୬.୩୧ କୋଟି ଟଙ୍କାର ଫ୍ରୋଜେନ ମାଛ, ୭.୨୭ କୋଟି ଟଙ୍କାର କାଳି ମାଛ ଓ ୭.୮୧ କୋଟି ଟଙ୍କାର ଶୁଖିଲା ଦ୍ରବ୍ୟ ରପ୍ତାନି କରାଯାଇଥିଲା।
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...
ସେହିପରି, ରାଜ୍ୟର ମାଛ ଚାହିଦା ଓ ସ୍ଥାନୀୟ ଉତ୍ପାଦନ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ ୨୦୨୫-୨୬ରେ ୯.୪୬ ଲକ୍ଷ ଟନ୍ ମାଛ ଆବଶ୍ୟକ ଥିଲା ଓ ରାଜ୍ୟରେ ୧୨.୭ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିଲା।
ଏହି ବର୍ଷ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ୨୫,୪୭୭ ଟନ୍ ମାଛ ଆମଦାନି କରାଯାଇଥିଲା।
୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ମାଛ ଆମଦାନି ୧୪.୩୧ ପ୍ରତିଶତ ହ୍ରାସ ପାଇଛି।
୨୦୨୫-୨୬ରେ ବାଲେଶ୍ବରରେ ୧.୮୬ ଲକ୍ଷ ଟନ୍, ପୁରୀରେ ୧.୨୧ ଲକ୍ଷ ଟନ୍, ଗଞ୍ଜାମରେ ୧.୧୬ ଲକ୍ଷ ଟନ୍, ଜଗତସିଂହପୁରରେ ୧.୧୪ ଲକ୍ଷ ଟନ୍ ଓ ଭଦ୍ରକରେ ୧.୦୮ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।