Kalinga Ghat Road Reopens: ଖୋଲିଲା କଳିଙ୍ଗା ଓ ଗାଜଲବାଡ଼ି ଘାଟି, ଯାନବାହନ ଚଳାଚଳ ଉପରୁ ହଟିଲା କଟକଣା

Nov 07, 2026 - 10:40
Kalinga Ghat Road Reopens: ଖୋଲିଲା କଳିଙ୍ଗା ଓ ଗାଜଲବାଡ଼ି ଘାଟି, ଯାନବାହନ ଚଳାଚଳ ଉପରୁ ହଟିଲା କଟକଣା

ଦୀର୍ଘ ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା।

ଆଜିଠାରୁ ଘାଟିରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅନୁମତି ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ।

ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗତ ସେପ୍ଟେମ୍ବର ୨୩ ତାରିଖରୁ ଯାତାୟାତ ଉପରେ ଲାଗିଥିଲା କଟକଣା।

Advertisment ସେହିପରି ବାତ୍ୟା ଅର୍ଣ୍ଣବ ପାଇଁ ବନ୍ଦ ରହିଥିବା ଗାଜଲବାଡ଼ି ଘାଟି ରାସ୍ତାରେ ମଧ୍ୟ ଆଜିଠାରୁ ଗାଡ଼ି ଚଳାଚଳକୁ ମିଳିଛି ଅନୁମତି।

ଅକ୍ଟୋବର ୨୭ରୁ ବନ୍ଦ ରହିଥିଲା ଗାଡ଼ି ଚଳାଚଳ।

ତେବେ ଅସ୍ଥାୟୀ ମରାମତି ପରେ ଏଠାରେ କେବଳ ହାଲୁକା ଯାନବାହନ ଚଳାଚଳ କରିବାକୁ ହୋଇଛି ନିଷ୍ପତ୍ତି।

ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।