SOG Constable Arrested: ଯୁବତୀଙ୍କୁ ଧୋକା ଦେବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ପୋଲିସ ବାବୁ
ଅନଲାଇନରେ ପ୍ରେମ, ଅଫଲାଇନରେ ପ୍ରତାରଣା।
ପ୍ରେମ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ SOG କନଷ୍ଟେବଳ।
ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ SOG କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି।
ସେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନରେ କାର୍ଯ୍ୟରତ ଥିଲେ।
ଅଭିଯୋଗ ଅନୁସାରେ, ସୋସିଆଲ ମିଡିଆ ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା।
ଧୀରେ ଧୀରେ ତାହା ପ୍ରେମ ସମ୍ପର୍କର ରୂପ ନେଇଥିଲା।
Advertisment ବିବାହର ପ୍ରତିଶ୍ରୁତି ଦେଇ ସେ ଯୁବତୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ।
କିଛି ଦିନ ପରେ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କଠାରୁ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି।
ଶେଷରେ ନ୍ୟାୟ ପାଇଁ ଯୁବତୀ ଜଣକ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।