Kalinga Ghati Faces Fresh Landslide Threat: କନ୍ଧମାଳରେ ଉତ୍ତରାଖଣ୍ଡ ଭଳି ଭୂସ୍ଖଳନ, ପାହାଡ଼ରୁ ଖସିଲା ମାଟି ଅତଡ଼ା
କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ।
ଅନ୍ଧାରୀକୋଟ ନିକଟ ପାହାଡ଼ରେ ଭୂସ୍ଖଳନ ହୋଇ ଏକ ବିରାଟକାୟ ପଥର ଖସିଛି ।
ବର୍ଷା ପବନରେ ବ୍ୟାଘ୍ରଦେବୀ ମନ୍ଦିର ପାଖରେ ପାହାଡ଼ରୁ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି।
ଗତ ବାତ୍ୟାରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇ ନିର୍ମାଣାଧୀନ ରାସ୍ତା ଧସି ଯାଇଥିଲା।
ସେବେଠାରୁ କଳିଙ୍ଗା ଘାଟି ରାସ୍ତା ସିଲ ହୋଇଛି।
ଏବେ ପୁଣି କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିବାରୁ ଘାଟି ରାସ୍ତାଟି ସମ୍ପୂର୍ଣ ଅସୁରକ୍ଷିତ ହୋଇପଡ଼ିଛି ।
Advertisment କନ୍ଧମାଳରେ ଉତ୍ତରାଖଣ୍ଡ ଭଳି ଭୂସ୍ଖଳନ !
ଦୁଇ ଦିନର ଲଗାଣ ବର୍ଷାରେ ରାଇକିଆ ବ୍ଲକରେ ମଧ୍ୟ ଭୟଙ୍କର ଭୂସ୍ଖଳନ।
ମାଣିକେଶ୍ୱରୀ ଡଙ୍ଗୀସୀ ପାହାଡ଼ରୁ ମାଟି ଅତଡ଼ା ଖସି ଡଙ୍ଗାସୀ ଗାଁର ୫ରୁ ଅଧିକ ଘର ନଷ୍ଟ ହୋଇଯାଇଛି।
ରୁଗୁପଡ଼ା ଗାଁର ଘରେ ମଧ୍ୟ ପଶିଲା ଆଣ୍ଠୁଏ ଉଚ୍ଚର ମାଟି, ଭୟଭୀତ ଅବସ୍ଥାରେ ଅଛନ୍ତି ୫୦ରୁ ୬୦ ଗ୍ରାମବାସୀ।
ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଲୋକଙ୍କୁ ସହାୟତା କରୁଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି।
କନ୍ଧମାଳରେ ଉତ୍ତରାଖଣ୍ଡ ଭଳି ଭୂସ୍ଖଳନ ଆତଙ୍କ!
ଲଗାଣ ବର୍ଷାରେ ରାଇକିଆ ବ୍ଲକରେ ଭୟଙ୍କର ଭୂସ୍ଖଳନ ମାଣିକେଶ୍ୱରୀ ଡଙ୍ଗୀସୀ ପାହାଡ଼ରୁ ଖସିଲା ମାଟି ଅତଡ଼ା ଭୂସ୍ଖଳନରେ ଡଙ୍ଗାସୀ ଗାଁର ୫ରୁ ଅଧିକ ଘର ନଷ୍ଟ ରୁଗୁପଡ଼ା ଗାଁର ଘରେ ମଧ୍ୟ ପଶିଲା ଆଣ୍ଠୁଏ ଉଚ୍ଚର ମାଟି ଭୟଭୀତ ଅବସ୍ଥାରେ ଅଛନ୍ତି ୫୦ରୁ ୬୦ ଗ୍ରାମବାସୀ ଲୋକଙ୍କୁ ସହାୟତା କରୁଛନ୍ତି ଅଗ୍ନିଶମ କର୍ମଚାରୀ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।