Rising Rushikulya River Floods Sorada: ବାତ୍ୟା ଅର୍ଣ୍ଣବର ପ୍ରଭାବ; ସୋରଡ଼ାରେ ବନ୍ୟା ଆତଙ୍କ, ଜଳବନ୍ଦୀ ଅନେକ ଲୋକ
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସଙ୍ଗୀନ ହୋଇଛି ପରିସ୍ଥିତି।
ଲଗାଣ ବର୍ଷା ଯୋଗୁଁ ନଦୀରେ ବଢ଼ିଛି ଜଳସ୍ତର।
ଫଳରେ ସହରଠାରୁ ଗାଁ, ସବୁଠି ପଶିଛି ବନ୍ୟାଜଳ।
ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ।
ସୋରଡ଼ାକୁ ବିଭିନ୍ନ ଅଞ୍ଚଳରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି।
Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ହେବାରୁ ଫୁଲି ଉଠିଛି ଋଷିକୂଲ୍ୟା ନଦୀ।
ନଦୀର ଜଳସ୍ତର ବଢ଼ିବା ପରେ ଏହାର ପ୍ରଭାବ ସୋରଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି।
ବର୍ଷା ଓ ବନ୍ୟାଜଳ ମିଶି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।
ସହରରେ ପଶିଲା ବନ୍ୟାଜଳ, ଜନଜୀବନ ଅସ୍ତବ୍ୟସ୍ତ ସୋରଡ଼ା ସହରର ଆଦର୍ଶ କଲୋନୀ, ମଠ ସାହି ଓ କାଳୀ ମନ୍ଦିର ସାହି ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।
ଘର ଚାରିପଟେ ପାଣି ଜମି ରହିଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଦେଇଛି।
ଅନେକ ସ୍ଥାନରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି।
Advertisment କେବଳ ସହର ନୁହେଁ, ସୋରଡ଼ା ବ୍ଲକର ଗ୍ରାମାଞ୍ଚଳରେ ମଧ୍ୟ ବନ୍ୟାଜଳ ପଶିଛି।
ପାଲକାଟୁ, ନୂଆଗାଁ, ତତାବାଲି ଓ ସୁରମଣୀ ସମେତ ଅନ୍ୟାନ୍ୟ ଗାଁରେ ପାଣି ମାଡ଼ିଯାଇଛି।
ଫଳରେ ଅନେକ ଲୋକ ଜଳବନ୍ଦୀ ଘେରରେ ରହିଛନ୍ତି।
ଯୋଗାଯୋଗ ବିଚ୍ଛିନ୍ନ, ଚିନ୍ତାରେ ଲୋକେ ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ ସୋରଡ଼ାକୁ ବିଭିନ୍ନ ଅଞ୍ଚଳରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଚିନ୍ତା ବଢ଼ିଛି।
ପରିସ୍ଥିତି ଆହୁରି ଖରାପ ହେବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି।
ଏଭଳି ସ୍ଥିତିରେ ଜଳବନ୍ଦୀ ଲୋକଙ୍କ ସୁରକ୍ଷା, ଆବଶ୍ୟକ ସହାୟତା ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ବର୍ଷା କମିବା ଓ ନଦୀର ଜଳସ୍ତର ହ୍ରାସ ପାଇବା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।