Kalinga Tarangini: ୨୫ ଲକ୍ଷର ‘କଳିଙ୍ଗ ତରଙ୍ଗିଣୀ’ ଏବେ ପରିତ୍ୟକ୍ତ: ବର୍ଷସାରା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ଯୋଜନା ଥିଲା

Oct 04, 2026 - 05:24
Kalinga Tarangini: ୨୫ ଲକ୍ଷର ‘କଳିଙ୍ଗ ତରଙ୍ଗିଣୀ’ ଏବେ ପରିତ୍ୟକ୍ତ: ବର୍ଷସାରା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ଯୋଜନା ଥିଲା

"କଟକ: ଗତବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଥିବା "କଳିଙ୍ଗ ତରଙ୍ଗିଣୀ" ବୋଇତ ଏବେ ମୃତପ୍ରାୟ ଅବସ୍ଥାରେ ପଡ଼ିରହିଛି।

ପାଖାପାଖି ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବୋଇତ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।

କିଛି ଦିନ ପର୍ଯ୍ୟନ୍ତ ଗଡ଼ଗଡ଼ିଆ ଘାଟ ପାଖରେ ବନ୍ଧା ହୋଇ ପଡ଼ିବା ପରେ ଏବେ ସିଲଭର ସିଟି ବୋଟ୍‌ କ୍ଲବ୍‌ ପାଖରେ ଏହାକୁ ବାନ୍ଧି ରଖା ଯାଇଛି।

ଏତେ ଟଙ୍କା ବ୍ୟୟରେ ନିର୍ମିତ ବୋଇତର ରକ୍ଷଣାବେକ୍ଷଣ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ ଗତବର୍ଷ ବାଲିଯାତ୍ରା ପୂର୍ବରୁ ନଭେମ୍ବର ୧ ତାରିଖରେ କଳିଙ୍ଗ ତରଙ୍ଗିଣୀକୁ ଉଦ୍‌ଘାଟନ କରାଯାଇଥିଲା।

ପୁରୀର ଏକ ସଂସ୍ଥା ଦୁଇ ମାସ କାଳ ୨୦ ଜଣ କାରିଗରଙ୍କୁ ନେଇ ଏହାକୁ ନିର୍ମାଣ କରିଥିଲା।

୧୨ ମିଟର ଲମ୍ବର ଏହି ବୋଇତରେ ଏକ ସମୟରେ ୨୧ ଜଣ ବସିପାରିବା ଭଳି ବ୍ୟବସ୍ଥା ଥିଲା।

ପୂର୍ବରୁ କେବଳ ବାଲିଯାତ୍ରାର ଉଦ୍‌ଘାଟନୀ ଦିନ ବୋଇତର ବ୍ୟବହାର ହେଉଥିବା ବେଳେ ଗତବର୍ଷଠୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହାକୁ ବ୍ୟବହାର ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିଲା।

କିନ୍ତୁ ଏହା କେବଳ ଭିଭିଆଇପିଙ୍କ ସେବାରେ ଲାଗିଥିଲା।

ବର୍ଷସାରା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ଯୋଜନା ଥିଲାଇଞ୍ଜିନ୍‌ ଅଚଳ, ଏଣେତେଣେ ପଡ଼ିଛି ଲାଇଫ୍‌ ଜ୍ୟାକେଟ୍‌ ‌ପୁଣି ବାଲିଯାତ୍ରାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବ୍ୟବହାର ଯୋଜନା ତେବେ ବାଲିଯାତ୍ରା ପରଠୁ ବର୍ଷ ସାରା ଏଥିରେ ମହାନଦୀରେ ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଇଥିଲା।

କିନ୍ତୁ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ଭୁଲିଗଲା।

୪ ମାସ ଧରି ଗଡ଼ଗଡ଼ିଆ ଘାଟରେ ପଡ଼ିରହିବା ପରେ ଗଲା ମାର୍ଚ୍ଚ ୨୦ ତାରିଖରେ ଏହି ବୋଇତର ଦାୟିତ୍ବ ଘରୋଇ ସଂସ୍ଥାକୁ ଟେକି ଦିଆଯିବାକୁ ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲା।

ହେଲେ କେହି ଏଥିପାଇଁ ଆଗକୁ ନ ଆସିବାରୁ ବାରମ୍ବାର ଆବେଦନର ଅବଧି ବଢ଼ାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।

ଯେଉଁଥିପାଇଁ ଏହା ଅବହେଳିତ ଅବସ୍ଥାରେ ସେମିତି ପଡ଼ିରହିଛି।

କଳିଙ୍ଗ ତରଙ୍ଗିଣୀରେ ଲଗାଯାଇଥିବା ୪୦ ହର୍ଷ ପାୱାରର ଇଞ୍ଜିନ୍‌ ମଧ୍ୟ ବ୍ୟବହାର ହେଉ ନ ଥିବାରୁ ଖରାପ ହେବା ସ୍ଥିତିରେ ପହଞ୍ଚିଛି।

ବୋଇତ ଭିତରେ ଲାଇଫ୍‌ ଜ୍ୟାକେଟ୍‌ଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇ ପଡ଼ିରହିଛି।

Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଏଥର ବାଲିଯାତ୍ରାରେ ମଧ୍ୟ ପୁଣି ଥରେ କଳିଙ୍ଗ ତରଙ୍ଗିଣୀକୁ ନେଇ ପ୍ରଶାସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି।

ବାଲିଯାତ୍ରା ପରିଚାଳନା ପାଇଁ ଆବେଦନ ଆହ୍ବାନ କରାଯାଇଥିଲା ବେଳେ ସେଥିରେ ଅଷ୍ଟମ ପ୍ୟାକେଜ୍‌ରେ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧.୬୩ କୋଟି ଟଙ୍କା ଅଟକଳ ରଖାଯାଇଛି।

ଯେଉଁଥିରେ କଳିଙ୍ଗ ତରଙ୍ଗିଣୀର ନୂଆ ରୂପକୁ ସ୍ଥାନ ଦିଆଯିବାର ଯୋଜନା ହୋଇଛି।

ଫଳରେ ପୁଣି ଥରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଭିଭିଆଇପିଙ୍କ ସେବାରେ ଏହାକୁ ଲଗାଯିବ।

ହେଲେ ବାଲିଯାତ୍ରା ସରିବା ପରେ ସବୁ କିଛି ପାଣିରେ ଭସାଇ ଦିଆଯିବ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରା ନଯିବା ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ସମାଲୋଚନାର ସ୍ବର ଉଠୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।