Kalyansinghpur: କଲ୍ୟାଣସିଂହପୁରରେ ୧୨ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ
"କଲ୍ୟାଣସିଂହପୁର: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି,ଏମ୍ ଏମ୍ ଡି ଆର୍ (ସଂଶୋଧିତ) ଆଇନ୍ -୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ଆହ୍ୱାନରେ କଲ୍ୟାଣସିଂହପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l Advertisment ଆହୁରି ପଢନ୍ତୁ :Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ କଂଗ୍ରେସ ବ୍ଲକ ସଭାପତି ଚିନ୍ତାଲି ନାଗେଶ୍ୱର ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଯୁବ କଂଗ୍ରେସ ନେତା ପ୍ରଶାନ୍ତ ନନ୍ଦ କୌଶଲ୍ୟା ଓ ସି ପି ଆଇ ଏମ୍ ବ୍ଲକ ସମ୍ପାଦକ ରାମଚନ୍ଦ୍ର ପ୍ରାସ୍କା ସହ ସମସ୍ତ କର୍ମୀମାନେ ପିକେଟିଂ କରି ବନ୍ଦରେ ସାମିଲ ହେବା ପାଇଁ ସହରବାସୀଙ୍କୁ ନିବେଦନ କରୁଛନ୍ତି ।
ବିଶେଷ କରି ଏମଏମଡିଆର ଆଇନର ପ୍ରତ୍ଯାହାର, ମୁଖ୍ଯ ନିର୍ବାଚନ କମିଶନଙ୍କ ଇସ୍ତଫା, ବନ୍ଯା ପ୍ରପିଡିତଙ୍କୁ ଆବଶ୍ୟକୀୟ ସହାୟତା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି ।
ଗାଡି ଚଳାଚଳ, ସ୍କୁଲ,କଲେଜ, ସରକାରୀ ଅଫିସ, ପେଟ୍ରୋଲ ପମ୍ପ, ଆମ ବସ ସେବା ଆଦି ବନ୍ଦ ରହିଛି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।