18 OCTOBER 2026

Welcome!

Unlock your personalized experience.
Sign Up

Kangana Ranaut : ବିରୋଧୀଙ୍କ ‘ହୀନ କାର୍ଯ୍ୟ’ ମୋଦୀଙ୍କ ନେତୃତ୍ୱର ଆବଶ୍ୟକତାକୁ ଦର୍ଶାଉଛି: କଙ୍ଗନା

Oct 18, 2026 - 19:45
Kangana Ranaut : ବିରୋଧୀଙ୍କ ‘ହୀନ କାର୍ଯ୍ୟ’ ମୋଦୀଙ୍କ ନେତୃତ୍ୱର ଆବଶ୍ୟକତାକୁ ଦର୍ଶାଉଛି: କଙ୍ଗନା

ରାୟପୁର: ଦେଶରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ। ବିରୋଧୀଙ୍କ ‘ହୀନ କାର୍ଯ୍ୟ’ ଦେଶକୁ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଦୃଢ଼ ନେତାଙ୍କ ଆବଶ୍ୟକତା କଥା ମନେ ପକାଇ ଦେଉଛି ବୋଲି ସେ କହିଛନ୍ତି। ଫ୍ରାନ୍ସରେ ସଦ୍ୟ ହିଂସା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷର ଉଦାହରଣ ଦେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ରବିବାର ଛତିଶଗଡ଼ର ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ କଙ୍ଗନା କହିଥିଲେ ଯେ, ଫ୍ରାନ୍ସରେ ଗତ ରାତିରେ ଘଟିଥିବା ହିଂସାରେ ଐତିହାସିକ କୋଠାଠାରୁ ଆରମ୍ଭ କରି ଦୋକାନବଜାର ପର୍ଯ୍ୟନ୍ତ ଜଳାପୋଡ଼ା ଓ ଲୁଟ୍‌ପାଟ୍‌ ହୋଇଛି। ଏଭଳି ଘଟଣା ଦେଶରେ ଦୃଢ଼ ନେତୃତ୍ୱର ଆବଶ୍ୟକତାକୁ ସ୍ପଷ୍ଟ କରୁଛି ବୋଲି ସେ ମତ ଦେଇଥିଲେ।

ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏହି ମନ୍ତବ୍ୟ ଆସିଛି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଆନ୍ଦୋଳନକୁ ସରକାର ପରିବର୍ତ୍ତନର ଲଢ଼େଇ ବୋଲି କହିବା ପରେ ବିଜେପି ନେତାମାନେ ଏହାର ତୀବ୍ର ବିରୋଧ କରୁଛନ୍ତି। କଙ୍ଗନା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ବିଶ୍ୱ ପରିସ୍ଥିତି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭଳି ପରିବେଶ ସୃଷ୍ଟି କରୁଥିବାବେଳେ ଭାରତ ପାଇଁ ମୋଦୀଙ୍କ ନେତୃତ୍ୱ ଆହୁରି ଅଧିକ ଜରୁରୀ ହୋଇପଡ଼ିଛି।

୩ କୃଷି ଆଇନ ଫେରିବା ଚାହୁଛନ୍ତି କଙ୍ଗନା ରାଣାୱତ
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।