Aadhaar: ଆଧାର କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୩୧ ଡିସେମ୍ବର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ହେଲା ଏହି ସେବା
ନୂଆଦିଲ୍ଲୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) କୋଟି କୋଟି ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଘୋଷଣା କରିଛି। ଆଧାର ମୋବାଇଲ ଆପ୍ ଜରିଆରେ ଇମେଲ୍ ଆଇଡି (Email ID) ଅପଡେଟ୍ କରିବାର ସୁବିଧାକୁ ଆସନ୍ତା ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା କରାଯାଇଛି।
ପୂର୍ବରୁ ଆଧାରରେ ଇମେଲ୍ ଆଇଡି ଯୋଡ଼ିବା କିମ୍ବା ପରିବର୍ତ୍ତନ କରିବା ପାଇଁ ୭୫ ଟଙ୍କା ଶୁକ୍ଳ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ୟୁଜର୍ସମାନେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଘରେ ବସି ମୋବାଇଲ ଆପ୍ ମାଧ୍ୟମରେ ଏହି ସେବାର ଲାଭ ଉଠାଇ ପାରିବେ।
ଆଧାର ସେଣ୍ଟର ଯିବାର ଆବଶ୍ୟକତା ନାହିଁ
ଏହି ନୂତନ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଧାର ସେଣ୍ଟର ଚକ୍କର କାଟିବାକୁ ପଡ଼ିବ ନାହିଁ। ଯେଉଁ ବ୍ୟକ୍ତିମାନଙ୍କର ଆଧାର କାର୍ଡରେ ଇମେଲ୍ ଆଇଡି ଲିଙ୍କ୍ ହୋଇନାହିଁ କିମ୍ବା ପୁରୁଣା ଇମେଲ୍ ବଦଳାଇବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ଆହୁରି ପଢନ୍ତୁ: Cat Eye: ବିଲେଇ ଆଖିରୁ ରୋବୋଟିକ୍ କ୍ୟାମେରାକୁ ନୂଆ ଦିଗ, ଏଆଇ ଓ ଡ୍ରୋନ୍ ପ୍ରଯୁକ୍ତିରେ ମିଳିବ ସହାୟତା
ଇମେଲ୍ ଆଇଡି ଅପଡେଟ୍ ରଖିବା କାହିଁକି ଜରୁରୀ?
ଆଜିକାଲି ବ୍ୟାଙ୍କିଙ୍ଗ୍, ବୀମା, ବିଭିନ୍ନ ସରକାରୀ ଯୋଜନା, ଡିଜିଟାଲ୍ ଭେରିଫିକେସନ୍ ଏବଂ ଅନେକ ଅନଲାଇନ୍ ସେବା ପାଇଁ ଇମେଲ୍ ଆଇଡିର ଆବଶ୍ୟକତା ପଡ଼ୁଛି। ଆଧାରରେ ସଠିକ୍ ଇମେଲ୍ ଠିକଣା ରହିଲେ ସମସ୍ତ ଅପଡେଟ୍ ଏବଂ ନୋଟିଫିକେସନ୍ ସହଜରେ ମିଳିପାରିବ।
ଆହୁରି ପଢନ୍ତୁ: Akhaya Kumar: ବାଘ ଶିକାରୀ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର
ମୋବାଇଲ୍ ଆପ୍ ଜରିଆରେ କିପରି କରିବେ ଅପଡେଟ୍?
୧. ସର୍ବପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ଅଫିସିଆଲ୍ ଆଧାର ଆପ୍ (Aadhaar App) ଡାଉନଲୋଡ୍ କରନ୍ତୁ।
୨. ଆପ୍ରେ ଲଗଇନ୍ କରିବା ପରେ 'Update Aadhaar' କିମ୍ବା 'Update Email Address' ଅପ୍ସନକୁ ବାଛନ୍ତୁ।
୩. ଏହାପରେ ଆପଣଙ୍କର ନୂତନ ଇମେଲ୍ ଆଇଡି ପ୍ରବେଶ କରନ୍ତୁ ଏବଂ ସ୍କ୍ରିନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ରିକ୍ୱେଷ୍ଟ ସବ୍ମିଟ୍ କରନ୍ତୁ।
୪. ସଫଳ ସବ୍ମିଶନ ପରେ ଆପଣଙ୍କୁ ଏକ ସର୍ଭିସ୍ ରିକ୍ୱେଷ୍ଟ ନମ୍ବର (SRN) ମିଳିବ, ଯାହା ସାହାଯ୍ୟରେ ଆପଣ ଷ୍ଟାଟସ୍ ଟ୍ରାକ୍ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।