Kanwariya Dies Hours After Offering Holy Water: ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ମୃତ୍ୟୁ, ଜଳଲାଗି କରିବାର କିଛି ସମୟ ପରେ ଚାଲିଗଲା ଜୀବନ

Aug 17, 2026 - 14:49
Kanwariya Dies Hours After Offering Holy Water: ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ମୃତ୍ୟୁ, ଜଳଲାଗି କରିବାର କିଛି ସମୟ ପରେ ଚାଲିଗଲା ଜୀବନ

ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ। ମହାଦେବଙ୍କ ପାଖରେ ଜଳଲାଗି ପରେ ଘରକୁ ଫେରିବା ସମୟରେ ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆର ଲିଚୁ ବିନ୍ଧାଣି ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷିକୂଲ୍ୟା ନଦୀକୁ ଜଳ ସଂଗ୍ରହ ପାଇଁ ଆସିଥିଲେ। ସଙ୍ଗମ ସ୍ଥଳରୁ ଜଳ ନେଇ କବିସୂର୍ଯ୍ୟନଗର ବ୍ଲକ ଯମୁନାଗିରି ପାହାଡ଼ରେ ବିଜେ ବାବା ସିଦ୍ଧେଶ୍ୱରଙ୍କ ନିକଟରେ ଜଳଲାଗି କରିଥିଲେ l

ବାବାଙ୍କ ଜଳାଲାଗି ପରେ ୧୨ଶହ ପାହାଚ ଓହ୍ଲାଇବା ବେଳେ ଅଧାରାସ୍ତାରେ ସେ ଗୁରୁତର ହୋଇପଡିଥିଲେ l ପାଖରେ ଥିବା କାଉଡିଆମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି କବିସୂର୍ଯ୍ୟନଗର ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ସୂଚନା ମିଳିଛି l...

ଶ୍ରାବଣ ସୋମବାରରେ ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରମ୍ପରା କାହିଁ କେଉଁ କାଳରୁ ରହିଛି। ହେଲେ ସେଇ ପରମ୍ପରାରେ କାଉଡିଆଙ୍କ ଆରାଧନା ବର୍ତ୍ତମାନ ସମୟରେ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳେ। ନିଷ୍ଠାରେ ପାଣି ଆଣି ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି କରନ୍ତି କାଉଡିଆ ।

ମହାଦେବଙ୍କ ପାଖରେ ଜଳଲାଗି କରି ଫେରୁଥିଲେ 
ପାହାଚ ଓହ୍ଲାଇବାବେଳେ ଗୁରୁତର ହୋଇପଡ଼ିଥିଲେ 
ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର 
ମୃତ କାଉଡ଼ିଆ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳର 
ଗଂଜାମ କବିସୂର୍ଯ୍ୟନଗର ବାବା ସିଦ୍ଧେଶ୍ବରଙ୍କ ନିକଟକୁ ଯାଇଥିଲେ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।