Kargil War : ରିଲ୍ ସହିତ ରିଏଲ ହିରୋ ଥିଲେ ନାନା
"ମୁମ୍ବାଇ: ଗୁରୁବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା ନାନା ପାଟେକର।
ସେ ସେହି ହାତଗଣତି ଅଭିନେତାଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କୁ ବାସ୍ତବ ଜୀବନର ହିରୋ ବୋଲି କୁହାଯାଏ।
୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ସେ ବନ୍ଧୁକ ଧରି ପାକିସ୍ତାନ ବିରୋଧରେ ଲଢ଼ିବା ପାଇଁ ସୀମାରେ ପହଞ୍ଚି ଯାଇଥିଲେ।
ଏଥିପାଇଁ ତାଙ୍କୁ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍ଙ୍କଠାରୁ ବିଶେଷ ଅନୁମତି ନେବାକୁ ପଡ଼ିଥିଲା।Advertisment ମରାଠା ଲାଇଟ୍ ଇନ୍ଫାଣ୍ଟ୍ରି (ଭାରତୀୟ ସେନାବାହିନୀର ଏକ ପ୍ରତିଷ୍ଠିତ ଏବଂ ସବୁଠାରୁ ପୁରୁଣା ଲାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟ.) ସହ ମେଜର ଭାବେ ନାନା ପାଟେକର ସକ୍ରିୟ ସୈନିକ ଭାବେ କାମ କରିଥିଲେ।
୬୦ ଦିନର ସେବା ସମୟରେ ସେ ଅନେକଥର ଯବାନମାନଙ୍କ ସହ ପାକିସ୍ତାନ ସୀମାରେ ପାଟ୍ରୋଲିଂ ମଧ୍ୟ କରିଥିଲେ।
ନାନା ପାଟେକରଙ୍କ ଦେଶପ୍ରେମ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନଥିଲା।
ସାମାଜିକ ପ୍ରସଙ୍ଗ ହେଉ, କୃଷକଙ୍କ ସମସ୍ୟା ହେଉ କିମ୍ବା ଦେଶର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗକୁ ନେଇ ସେ ସବୁବେଳେ ସକ୍ରିୟ ରହୁଥିଲେ।
୧୯୮୮ରେ ନାନା ପାଟେକର ଟେରିଟୋରିଆଲ୍ ଆର୍ମିରେ ଯୋଗ ଦେଇଥିଲେ।
ଯଦିଓ ତାଙ୍କ ନିଯୁକ୍ତି ସମ୍ମାନଜନକ ଭାବେ ହୋଇଥିଲା, ସେ କିନ୍ତୁ ମରାଠା ଲାଇଟ୍ ଇନ୍ଫାଣ୍ଟ୍ରି ସହ ସେନା ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିଲେ।
ନାନା କମାଣ୍ଡୋ ଟ୍ରେନିଂର ମଧ୍ୟ ଅଂଶ ଥିଲେ।
କାର୍ଗିଲ ଯୁଦ୍ଧରେ ସୀମାକୁ ଯିବାକୁ ଅଧିକାରୀମାନେ କରିଥିଲେ ମନା ୧୯୯୯ରେ କାର୍ଗିଲ ଯୁଦ୍ଧ ଆରମ୍ଭ ହେବା ସମୟରେ ନାନା ପାଟେକର ଅଗ୍ରିମ ମୋର୍ଚ୍ଚାରେ ନିଯୁକ୍ତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।
ନାନା ଜଣେ ଅଭିନେତା ହୋଇଥିବାରୁ ଏତେ ଭୟଙ୍କର ଯୁଦ୍ଧ ମଧ୍ୟରେ ତାଙ୍କୁ କିପରି ପଠାଯିବ, ଏନେଇ ସେନା ଅଧିକାରୀମାନେ ଚିନ୍ତିତ ଥିଲେ।ଅଧିକାରୀମାନେ ମନା କରିବା ପରେ ନାନା ସିଧାସଳଖ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କ ସହ କଥା ହୋଇଥିଲେ।
ସେ ନିଜେ ଜାତୀୟ ସ୍ତରର ରାଇଫଲ୍ ସୁଟର୍ ଥିବା କଥା କହିବା ସହ ମରାଠା ଲାଇଟ୍ ଇନ୍ଫାଣ୍ଟ୍ରି ସହ ନେଇଥିବା ସେନା ପ୍ରଶିକ୍ଷଣ ବିଷୟରେ ମଧ୍ୟ ଜଣାଇଥିଲେ।
ଏହାପରେ ଅଗ୍ରିମ ମୋର୍ଚ୍ଚାକୁ ଯିବା ପାଇଁ ସେ ଅନୁମତି ମାଗିଥିଲେ।
ପ୍ରତିରକ୍ଷାମନ୍ତ୍ରୀଙ୍କ ଅନୁମତି ପରେ ସୀମାରେ ପହଞ୍ଚିଥିଲେ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କ ଅନୁମତି ପାଇବା ପରେ ନାନା ପାଟେକର ସୀମାରେ ପହଞ୍ଚିଥିଲେ।
ସେ ମରାଠା ଲାଇଟ୍ ଇନ୍ଫାଣ୍ଟ୍ରିର କ୍ୱିକ୍ ରିଆକ୍ସନ୍ ଟିମ୍ର ଅଂଶ ହେଲେ।
ଏହି ସମୟରେ ତାଙ୍କ ନିଯୁକ୍ତି ଯୁଦ୍ଧ ପ୍ରଭାବିତ ଦ୍ରାସ୍, ସୋପୋର, ବାରାମୁଲା ଓ ଲେହ୍ ସେକ୍ଟରରେ ହୋଇଥିଲା।
ନାନା ପାଟେକର ପ୍ରାୟ ୨୫ ବର୍ଷ ଧରି ଟେରିଟୋରିଆଲ୍ ଆର୍ମିରେ ସେବା ଦେଇଥିଲେ ଏବଂ ୨୦୧୩ରେ ଅବସର ନେଇଥିଲେ।
୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡିଇଓ ଅଫିସର ପ୍ରୋଗ୍ରାମର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।