15 OCTOBER 2026

Welcome!

Unlock your personalized experience.
Sign Up

Karishma Kapoor: କରିସ୍ମା କପୁରଙ୍କ ପୋଷାକ ଦେଖି ବିରକ୍ତ ହୋଇଥିଲେ ସଲମାନ ଖାନ୍, ସୁଟିଂ ପାଇଁ ମନା କରିଥିଲେ

Oct 15, 2026 - 13:34
Karishma Kapoor: କରିସ୍ମା କପୁରଙ୍କ ପୋଷାକ ଦେଖି ବିରକ୍ତ ହୋଇଥିଲେ ସଲମାନ ଖାନ୍, ସୁଟିଂ ପାଇଁ ମନା କରିଥିଲେ

ମୁମ୍ବାଇ: ଲୋକପ୍ରିୟ ଚାଟ୍ ଶୋ’ ‘କଫି ୱିଥ୍ କରନ୍’ର ୯ମ ତଥା ଅନ୍ତିମ ସିଜିନ୍ ଆରମ୍ଭ ହୋଇଯାଇଛି। ଏହି ଶୋ’ର ପ୍ରଥମ ଏପିସୋଡ଼ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଏବଂ ଅଭିନେତ୍ରୀ କରିସ୍ମା କପୁର ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ, କ୍ୟାରିୟର୍ ଏବଂ ପୁରୁଣା ସ୍ମୃତିକୁ ନେଇ ଅନେକକଥା ସେୟାର କରିଛନ୍ତି। ସେଥିମଧ୍ୟରୁ ଫିଲ୍ମ ‘ଦୁଲହନ୍ ହମ ଲେ ଜାଏଙ୍ଗେ’ର ସୁଟିଂ ସମୟର ଏକ ମଜାଦାର ଘଟଣା ଏବେ ଚର୍ଚ୍ଚାରେ ରହିଛି।

ଡ୍ରେସକୁ ନେଇ କ’ଣ ଥିଲା ବିବାଦ?
ଶୋ’ରେ କରିସ୍ମା କପୁର ଖୁଲାସା କରିଛନ୍ତି ଯେ, ଏକଦା ଫିଲ୍ମ ‘ଦୁଲହନ୍ ହମ୍ ଲେ ଜାଏଙ୍ଗେ’ର ସୁଟିଂ ବେଳେ ସଲମାନ ଖାନ୍ ତାଙ୍କ ପୋଷାକକୁ ନେଇ କ୍ଷୁବ୍ଧ ହୋଇଥିଲେ। କରିସ୍ମା ନିଜ ଲୁକ୍ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିଲେ ଏବଂ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିଥିଲେ। କିନ୍ତୁ ସଲମାନ ଏହାକୁ ଦେଖି କହିଥିଲେ, “ତୁମେ ଏ କ’ଣ ପିନ୍ଧିଛ?” କରିସ୍ମା ଯେତେ ବୁଝାଇଲେ ମଧ୍ୟ ସଲମାନ ସେହି ପୋଷାକରେ ସୁଟିଂ କରିବାକୁ ସଫା ସଫା ମନା କରିଦେଇଥିଲେ।

ଆହୁରି ପଢନ୍ତୁ: Building Collapse: ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ିଲା: ୧୩ ବର୍ଷରୁ କମ୍ ବୟସର ୨୧ ପିଲାଙ୍କ ମୃତ୍ୟୁ

ପରେ କରିସ୍ମାଙ୍କୁ ଏନେଇ ନିର୍ଦ୍ଦେଶକ ଡେଭିଡ୍ ଧୱନଙ୍କ ନିକଟରେ ଅଭିଯୋଗ କରିବାକୁ ପଡ଼ିଥିଲା। କରିସ୍ମା କହିଛନ୍ତି ଯେ ଡ୍ରେସଟି ଅତ୍ୟନ୍ତ ଛୋଟ ଥିବାରୁ ନାଚିବା ସମୟରେ ଅସୁବିଧା ହେବ ବୋଲି ସଲମାନ ଆପତ୍ତି ଉଠାଇଥିଲେ। ଏହି ସମୟରେ କରନ୍ ଜୋହର୍ ଯେତେବେଳେ କରିସ୍ମାଙ୍କ ସହ ସଲମାନଙ୍କ ପୂର୍ବତନ ସମ୍ପର୍କ ବିଷୟରେ ପଚାରିଥିଲେ, ସଲମାନ ମଜାରେ କହିଥିଲେ ଯେ କରିସ୍ମା ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଦେଇଥିବାରୁ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ସଲମାନଙ୍କ ଏଭଳି ରୋମାଞ୍ଚକର ଏବଂ ହସାଉଥିବା ଢଙ୍ଗ ଶୋ’ର ପରିବେଶକୁ ବେଶ୍ ଆନନ୍ଦଦାୟକ କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।