Rahul Gandhi: ଦୀପକେଙ୍କୁ ରାହୁଲ ଗାନ୍ଧୀଙ୍କ ''ହାଇ ଟି'' ନିମନ୍ତ୍ରଣ, ବିରୋଧୀ ମେଣ୍ଟରେ ମିଳିପାରେ ବଡ଼ ସ୍ଥାନ

Oct 15, 2026 - 12:15
Rahul Gandhi: ଦୀପକେଙ୍କୁ ରାହୁଲ ଗାନ୍ଧୀଙ୍କ ''ହାଇ ଟି'' ନିମନ୍ତ୍ରଣ, ବିରୋଧୀ ମେଣ୍ଟରେ ମିଳିପାରେ ବଡ଼ ସ୍ଥାନ

"ନୂଆଦିଲ୍ଲୀ: କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରତି କଂଗ୍ରେସ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣୁଥିବା ନଜର ଆସିଛି।

କଂଗ୍ରେସ ପକ୍ଷରୁ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ତାଙ୍କ ଦଳକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ହେବାକୁ ଥିବା ''ହାଇ ଟି'' କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।

Advertisment ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ନାଗରିକ ସମାଜର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର ଦାୟିତ୍ୱ ପାଇଥିବା ଯୋଗେନ୍ଦ୍ର ଯାଦବ ଏହି ନିମନ୍ତ୍ରଣ ପଠାଇଛନ୍ତି।

ବ୍ୟାପକ ସହଯୋଗ ମିଳିବାର ସମ୍ଭାବନା ସିଜେପି ନେତାମାନଙ୍କୁ ଆପୋଷ ଆଲୋଚନା ପାଇଁ ନିମନ୍ତ୍ରଣ କରିବାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ସୁନେହରୀ ବାଗ୍ ରୋଡସ୍ଥିତ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ।

ରାହୁଲ ଗାନ୍ଧୀ ସିଜେପି ନେତାଙ୍କ ଗିରଫଦାରୀକୁ "କାପୁରୁଷତା" ବୋଲି କହିବା ସହ ସେମାନଙ୍କୁ ସମର୍ଥନ କରିଥିବାରୁ, ଦୀପକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଅକ୍ଟୋବର ୧୬ରେ ଦିଲ୍ଲୀର କନୋଟ୍ ପ୍ଲେସରେ ଏକ ବୃହତ ବିକ୍ଷୋଭ ଆହ୍ୱାନ କରିଛନ୍ତି।

ଏହି ନୂତନ ଗତିବିଧି ଦ୍ୱାରା ସିଜେପିକୁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ମଧ୍ୟରେ ଅଧିକ ରାଜନୈତିକ ସ୍ୱୀକୃତି ଏବଂ ବ୍ୟାପକ ସହଯୋଗ ମିଳିବାର ସମ୍ଭାବନା ରହିଛି।

UN: ଜାତିସଂଘରେ ପାକିସ୍ତାନର ମାନବାଧିକାର ରେକର୍ଡ ଉପରେ ପ୍ରଶ୍ନ ଉଠାଇଲା ଭାରତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।