Karnnataka: କର୍ଣ୍ଣାଟକରେ ଭୟଙ୍କର ମରୁଡ଼ି, ପାନୀୟ ଜଳ ଓ ବିଦ୍ୟୁତ୍ ସଙ୍କଟ ଆଶଙ୍କା: ମୁଖ୍ୟମନ୍ତ୍ରୀ
"ରାମନଗର: କର୍ଣ୍ଣାଟକରେ ଭୟଙ୍କର ମରୁଡ଼ି ସ୍ଥିତି ଦେଖାଦେଇଛି ଏବଂ ଆଗକୁ ପାନୀୟ ଜଳ ଓ ବିଦ୍ୟୁତ୍ର ଘୋର ଅଭାବ ଦେଖାଦେଇପାରେ ବୋଲି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋମବାର କହିଛନ୍ତି।
ରାଜ୍ୟରେ ମରୁଡ଼ି ମୁକାବିଲା ପାଇଁ ତାପଜ ବିଦ୍ୟୁତ୍ ଉତ୍ପାଦନ ବଢ଼ାଇବା ସହ ଜାତୀୟ ବିଦ୍ୟୁତ୍ ଗ୍ରିଡ୍ରୁ ଅତିରିକ୍ତ ବିଦ୍ୟୁତ୍ ଆଣିବାର ବିକଳ୍ପ ଖୋଜାଯାଉଥିବା ସେ କହିଛନ୍ତି।Advertisment ନିଜ ପୈତୃକ ସହର କନକପୁରାରେ ସାମ୍ବାଦିକଙ୍କୁ ଶିବକୁମାର କହିଛନ୍ତି ଯେ, ରାଜ୍ୟର ୧୦୦ଟି ତାଲୁକକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇସାରିଛି।
ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଅନ୍ୟ ଅଞ୍ଚଳଗୁଡ଼ିକୁ ମରୁଡ଼ିଗ୍ରସ୍ତ ଘୋଷଣା କରିବା ପ୍ରକ୍ରିୟା ଚାଲିଛି।
ଚଳିତ ବର୍ଷ ଭୂତଳ ଜଳସ୍ତରରେ ବ୍ୟାପକ ହ୍ରାସ ଘଟିଛି।
ଜଳାଭାବ ଯୋଗୁଁ ଫସଲ ନଷ୍ଟ ହୋଇଥିବା ବେଳେ ଅନେକ ସ୍ଥାନରେ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରିନାହିଁ।
ଆହୁରି ପଢନ୍ତୁ: Puja Mandap Catches Fire ଜଳିଗଲା ଗଣପତିଙ୍କ ପୂଜାମଣ୍ଡପ, ଜନଗହଳି ସତ୍ବେ ବଡ଼ ଟଳିଲା ବଡ଼ବିପଦ ଶିବକୁମାର କହିଛନ୍ତି, ଗତ ସପ୍ତାହରେ ରାଜ୍ୟର ବିଦ୍ୟୁତ୍ ଚାହିଦା ୧୯,୦୦୦ ମେଗାୱାଟ୍ ଅତିକ୍ରମ କରିଥିଲା।
ଫଳରେ ସନ୍ଧ୍ୟାର ଅଧିକ ଚାହିଦା ସମୟରେ ସରକାର ପ୍ରତି ୟୁନିଟ୍ ୧୧ରୁ ୧୩ ଟଙ୍କା ଦରରେ ବିଦ୍ୟୁତ୍ କିଣିବାକୁ ବାଧ୍ୟ ହେଉଛନ୍ତି।
ବିଦ୍ୟୁତ୍ ସଙ୍କଟ ନେଇ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବାକୁ ଶକ୍ତି ମନ୍ତ୍ରୀ କେଜେ ଜର୍ଜଙ୍କୁ କୁହାଯାଇଛି।
ମରୁଡ଼ି ଯୋଗୁଁ ଜଳସମ୍ପଦ ଓ ବିଦ୍ୟୁତ୍ ଉତ୍ପାଦନ ଉପରେ ମଧ୍ୟ ଚାପ ବଢ଼ୁଥିବାରୁ ଆଗାମୀ ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।