Kashinagar Theft: କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର

Sep 14, 2026 - 19:51
Kashinagar Theft:  କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର

"କାଶୀନଗର (ଆନନ୍ଦ ପାତ୍ର ): କାଶୀନଗର ଏସ୍‌ବିଆଇ ଛକ ନିକଟରେ ଥିବା ରୁଗୁଡା ଲଛନା ଓ ଆଉ କିଛି ଦୁରରେ ଥିବା ଅନ୍ୟଜଣଙ୍କ ଘରେ କବାଟ ତାଡ଼ି ଦୁର୍ବୁତ୍ତମାନେ ପଶି ଲକ୍ଷାଧିକ ଟଙ୍କା ନଗଦ, ସୁନା ଓ ରୁପା ଗହଣା ଚୋରି କରିନେଇଛନ୍ତି।

Advertisment Theft : ଏସ୍‌ପିଙ୍କ ବାସଭବନ ନିକଟରେ ଘରୁ ଚୋରି, ୨୫ ଲକ୍ଷ ଟଙ୍କାର ପାଟ ଶାଢ଼ୀ ସହ ନଗଦ ଓ ରୂପା ସାମଗ୍ରୀ ଚୋରି ସୂଚନା ମୁତାବକ, ଆର୍‌ ଲଛନା ନିଜ ଶାଶୁଙ୍କ ଦେହାନ୍ତ ପରେ ଅସ୍ଥି ବିସର୍ଜନ ପାଇଁ ନିଜ ପରିବାର ସହ ରାଜ୍ୟ ବାହାରକୁ ଯାଇଥିଲେ।

ଅନ୍ୟ ଘର ମାଲିକ ମୁରଲୀ ଦାମୋଦର ଘରେ ଚାବି ଦେଇ କଟକ ଯାଇଥିଲେ।

ଆର୍‌ ଲଛନାଙ୍କ ଘରୁ ୩ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଏବଂ ଦାମୋଦରଙ୍କ ଘରୁ ସେହିଭଳି ଟଙ୍କା ଓ ଅଳଙ୍କାର ଚୋରି ହୋଇଛି।

Electrical Wire Theft: ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଚୋରି, ପୁଲିସକୁ ଡେମୋ ଦେଖାଇଲା ଅଭିଯୁକ୍ତ ଅଭିଯୋଗ ପାଇ କାଶୀନଗର ଥାନା ଅଧିକାରୀ ତ୍ରିନାଥ ସାହୁ ନିଜର ଟିମ୍‌ ଏବଂ ଫରେନ୍‌ସିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏନେଇ କାଶୀନଗର ଥାନାରେ ୧୭୫/୨୬ ଓ ୧୭୬/୨୬ ରେ ଦୁଇଟି ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।