Kashmiri Bangles: ସବୁ ପୋଷାକକୁ ଖୁବ ମାନିବ କଶ୍ମୀରୀ ଚୁଡ଼ି

Oct 06, 2026 - 15:08
Kashmiri Bangles: ସବୁ ପୋଷାକକୁ ଖୁବ ମାନିବ କଶ୍ମୀରୀ ଚୁଡ଼ି

"ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଚୁଡ଼ି ମହିଳାଙ୍କ ଶୃଙ୍ଗାରର ଏକ ପ୍ରମୁଖ ଅଂଶ।

ବିବାହ, ପର୍ବପର୍ବାଣି ହେଉ କି ସାଧାରଣ ଦିନ ହାତରେ ଚୁଡ଼ି ପିନ୍ଧିଲେ ଲୁକ୍‌ରେ ଏକ ଭିନ୍ନ ଆକର୍ଷଣ ଆସିଥାଏ।

ତେବେ ପ୍ରତ୍ୟେକ ପୋଷାକ ସହ କେଉଁ ଚୁଡ଼ି ପିନ୍ଧିବେ, ତାହା ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ରହିଥାଏ।

ଏଭଳି ସମୟରେ କଶ୍ମୀରୀ ଚୁଡ଼ି ଏକ ଭଲ ବିକଳ୍ପ ହୋଇପାରେ।

Advertisment କଶ୍ମୀରୀ ଚୁଡ଼ି ବିଭିନ୍ନ ରଙ୍ଗ, ଡିଜାଇନ୍‌ ଓ ପ୍ୟାଟର୍ନରେ ମିଳିଥାଏ।

ରଙ୍ଗିନ ଚୁଡ଼ି ସହ ମୋତି, ନଗ, ଗୋଲ୍ଡେନ୍‌ ଡିଟେଲିଂ ଓ ପାରମ୍ପରିକ ଡିଜାଇନ୍‌ ଥିବା ଚୁଡ଼ି ମଧ୍ୟ ମିଳେ।

ଦୈନନ୍ଦିନ ବ୍ୟବହାର ପାଇଁ ପତଳା ଓ ସିମ୍ପଲ୍‌ ଚୁଡ଼ି ଏବଂ ବିବାହ କିମ୍ବା ପର୍ବପର୍ବାଣି ପାଇଁ ହାଲୁକା ଭାବେ ସଜାଯାଇଥିବା ସେଟ୍‌ ବାଛିପାରିବେ।

ସାଧାରଣ ସୁଟ୍‌ କିମ୍ବା ସଲୱାର ସୁଟ୍‌ ସହ କଶ୍ମୀରୀ ଚୁଡ଼ି ବେଶ୍‌ ଆକର୍ଷଣୀୟ ଦେଖାଯାଏ।

ଶାଢ଼ି ସହ କଶ୍ମୀରୀ ଚୁଡ଼ି ହାଲୁକା ରଙ୍ଗର ପୋଷାକ ସହ ଗାଢ଼ ରଙ୍ଗର ଚୁଡ଼ି ପିନ୍ଧିଲେ ଭଲ କଣ୍ଟ୍ରାଷ୍ଟ ମିଳେ।

ଅନ୍ୟପଟେ ଗାଢ଼ କିମ୍ବା ହେଭି ସୁଟ୍‌ ସହ ହାଲୁକା ରଙ୍ଗର ଚୁଡ଼ି ପିନ୍ଧିଲେ ଲୁକ୍‌ ବାଲାନ୍ସ ହୋଇଥାଏ।

ଚାହିଁଲେ ଚୁଡ଼ି ସହ ଛୋଟ କଡ଼ା ମଧ୍ୟ ମିଶାଇପାରିବେ।

ଶାଢ଼ି ସହ କଶ୍ମୀରୀ ଚୁଡ଼ି ପିନ୍ଧିଲେ ପାରମ୍ପରିକ ଲୁକ୍‌ ଆହୁରି ଆକର୍ଷଣୀୟ ହୋଇପାରେ।

ବିଶେଷକରି କଟନ୍‌, ସିଲ୍କ କିମ୍ବା ପ୍ରିଣ୍ଟେଡ୍‌ ଶାଢ଼ି ସହ ରଙ୍ଗିନ ଚୁଡ଼ି ଭଲ ମାନିଥାଏ।

ଶାଢ଼ିର କୌଣସି ଏକ ରଙ୍ଗ ସହ ମେଳ ଖାଉଥିବା ଚୁଡ଼ି ବାଛିଲେ ସମ୍ପୂର୍ଣ୍ଣ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଏ।

ଦୈନନ୍ଦିନ ବ୍ୟବହାର ପାଇଁ କୁର୍ତ୍ତି ସହ ମଧ୍ୟ ଏହି ଚୁଡ଼ି ପିନ୍ଧିପାରିବେ।

ସାଧାରଣ ଧଳା, କ୍ରିମ୍‌, କଳା କିମ୍ବା ହାଲୁକା ରଙ୍ଗର କୁର୍ତ୍ତି ସହ ଦୁଇ-ତିନିଟି ରଙ୍ଗର ପତଳା ଚୁଡ଼ି ଲୁକ୍‌କୁ ଷ୍ଟାଇଲିଶ୍‌ କରିପାରେ।

ଚୁଡ଼ି ବାଛିବା ବେଳେ ଲାଲ, ସବୁଜ, ଗୋଲାପୀ, ନୀଳ, ଗୋଲ୍ଡେନ୍‌ କିମ୍ବା କ୍ରିମ୍‌ ଭଳି ସହଜରେ ମ୍ୟାଚ୍‌ ହେଉଥିବା ରଙ୍ଗ ବାଛିଲେ ଗୋଟିଏ ସେଟ୍‌କୁ ବିଭିନ୍ନ ପୋଷାକ ସହ ମିକ୍ସ ଆଣ୍ଡ ମ୍ୟାଚ୍‌ କରିପାରିବେ।

Fit Susan: ୧୦୮ ବର୍ଷରେ ବି ଫିଟ୍‌ ସୁସାନ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।