Sainik School Kunjpura: ସୈନିକ ସ୍କୁଲରେ ଶିକ୍ଷକ-ଅଣଶିକ୍ଷକ ପଦବିରେ ନିଯୁକ୍ତି ସୁଯୋଗ

Oct 06, 2026 - 14:46
Sainik School Kunjpura: ସୈନିକ ସ୍କୁଲରେ ଶିକ୍ଷକ-ଅଣଶିକ୍ଷକ ପଦବିରେ ନିଯୁକ୍ତି ସୁଯୋଗ

"ନୂଆଦିଲ୍ଲୀ: ହରିୟାଣାର ସୈନିକ ସ୍କୁଲରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭିନ୍ନ ବିଷୟରେ ଟିଜିଟି ଶିକ୍ଷକଙ୍କଠାରୁ ଆରମ୍ଭ କରି ବ୍ୟାଣ୍ଡ ମାଷ୍ଟର, ମେସ୍ ମ୍ୟାନେଜର, ନର୍ସିଂ ସିଷ୍ଟର ଓ ୱାର୍ଡ ବୟ ପଦବି ପାଇଁ ଖାଲି ପଦ ରହିଛି।

ପ୍ରାର୍ଥୀମାନେ ସୈନିକ ସ୍କୁଲ କୁଞ୍ଜପୁରାର ଅଧିକୃତ ୱେବସାଇଟ୍ https://sskunjpura.org/କୁ ଯାଇ ବିଜ୍ଞପ୍ତି ଯାଞ୍ଚ କରିପାରିବେ।

ତେବେ ଆବେଦନପତ୍ର ଅଫଲାଇନ୍‌ରେ ସ୍କୁଲକୁ ପଠାଇବାକୁ ପଡ଼ିବ।

ଅନଲାଇନ୍ ଆବେଦନ କରିବାର ସୁବିଧା ନାହିଁ।Advertisment କର୍ଣ୍ଣାଲସ୍ଥିତ ସୈନିକ ସ୍କୁଲ କୁଞ୍ଜପୁରାର ପ୍ରିନ୍ସିପାଲଙ୍କ ପକ୍ଷରୁ ଏହି ସମସ୍ତ ପଦବି ପାଇଁ ଆବେଦନ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ନିୟମିତ ଓ ଚୁକ୍ତିଭିତ୍ତିକ ଉଭୟ ପ୍ରକାରର ପଦବି ରହିଛି।

ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଅନୁଯାୟୀ ଏଥିପାଇଁ ଆବେଦନ କରିପାରିବେ।

ଅଣଶିକ୍ଷକ ପଦବି ମଧ୍ୟରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ପଦ ରହିଛି।

ଏହି ପଦବିରେ ମାସିକ ଦରମା ମିଳିବ।

ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଆବଶ୍ୟକ କାଗଜପତ୍ର ସହ ନିଜର ଆବେଦନପତ୍ର ସ୍କୁଲରେ ପହଞ୍ଚାଇବା ଆବଶ୍ୟକ।

ବୟସ ସୀମା କେତେ?

ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ମଧ୍ୟ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ ହେବା ଆବଶ୍ୟକ।

ଟିଜିଟି ପଦବୀ ପାଇଁ ୨୧ରୁ ୩୫ ବର୍ଷ ଏବଂ ହର୍ସ ରାଇଡିଂ ଇନ୍‌ଷ୍ଟ୍ରକ୍ଟର, ବ୍ୟାଣ୍ଡ ମାଷ୍ଟର, ମେସ୍ ମ୍ୟାନେଜର, ନର୍ସିଂ ସିଷ୍ଟର ଓ ୱାର୍ଡ ବୟ ପଦବି ପାଇଁ ୧୮ରୁ ୫୦ ବର୍ଷ ବୟସର ପ୍ରାର୍ଥୀ ଆବେଦନ କରିପାରିବେ।

ବୟସ ସୀମା ୩୧ ଅକ୍ଟୋବର ୨୦୨୬ ଅନୁଯାୟୀ ନିର୍ଦ୍ଧାରଣ କରାଯିବ।

ସୈନିକ ସ୍କୁଲରେ କେତେ ଦରମା ମିଳିବ?•    ହର୍ସ ରାଇଡିଂ ଇନଷ୍ଟ୍ରକ୍ଟର  (ଚୁକ୍ତିଭିତ୍ତିକ): ୩୫,୦୦୦ଟଙ୍କା•    ମେସ୍ ମ୍ୟାନେଜର (ଚୁକ୍ତିଭିତ୍ତିକ): ୩୫,୦୦୦ଟଙ୍କା•    ନର୍ସିଂ ସିଷ୍ଟର (ମହିଳା) (ଚୁକ୍ତିଭିତ୍ତିକ): ୩୦,୦୦୦ଟଙ୍କା•    ୱାର୍ଡ ବୟ (ଚୁକ୍ତିଭିତ୍ତିକ): ୨୫,୦୦୦ଟଙ୍କା କିପରି କରିବେ ଆବେଦନ?

ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ସ୍କୁଲର ଅଧିକୃତ ୱେବସାଇଟ୍‌ରୁ ଆବେଦନ ଫର୍ମର ପ୍ରୋଫର୍ମା ଡାଉନଲୋଡ୍ କରିବାକୁ ପଡ଼ିବ।

ଫର୍ମଟି ସତର୍କତାର ସହ ପୂରଣ କରିବା ପରେ ସମସ୍ତ ସ୍ୱୟଂ-ପ୍ରମାଣିତ ସାର୍ଟିଫିକେଟ୍ ଓ ଆବଶ୍ୟକ ଦସ୍ତାବିଜ ସହ ୫୦୦ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେଇ ସ୍କୁଲକୁ ପଠାଇବାକୁ ପଡ଼ିବ।ଆବେଦନର ଶେଷ ତାରିଖ ୨୦୨୬ ୩୧ ଅକ୍ଟୋବର ।

ଚୟନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ସ୍କୁଲର ୱେବସାଇଟ୍‌ରେ ପ୍ରକାଶ କରାଯିବ।

ଏହାପରେ ଚୟନିତ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, ପ୍ରାକ୍ଟିକାଲ୍ ଓ ସାକ୍ଷାତକାର ପାଇଁ ଡକାଯିବ।ଅନ୍ୟ କୌଣସି ସୂଚନା ପାଇଁ ପ୍ରାର୍ଥୀମାନେ ସୈନିକ ସ୍କୁଲ କୁଞ୍ଜପୁରାର ଅଧିକୃତ ୱେବସାଇଟ୍‌କୁ ଯାଇ ଯାଞ୍ଚ କରିପାରିବେ।

୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।