Katie Zakaria: ‘ମୋ ରାଷ୍ଟ୍ରପତି..., କ୍ଷମା କରିବେ, ମୋ ସ୍ୱାମୀ’: ଟ୍ରମ୍ପଙ୍କ ନୂଆ ପ୍ରେସ୍ ସଚିବ କେଟିଙ୍କ ପାଟିରୁ ଖସିଗଲା କଥା
"ୱାସିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରେସ୍ ସଚିବ କେଟି ଜାକାରିଆ ତାଙ୍କର ପ୍ରଥମ ବ୍ରିଫିଂରେ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।
ତେବେ ତାଙ୍କର ପ୍ରଥମ ପ୍ରେସ୍ ବ୍ରିଫିଂ ଏକ ଅଜବ ଢଙ୍ଗରେ ଆରମ୍ଭ ହୋଇଥିଲା।
ତାଙ୍କ ଚାକିରି ଏବଂ ଚାରି ପିଲାଙ୍କ ପାଳନପୋଷଣ ନେଇ ସମନ୍ବୟ ରକ୍ଷା କରିବା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ, ସେ ସ୍ୱାମୀ ଏବଂ ରାଷ୍ଟ୍ରପତିଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।Advertisment ସେ ବସ୍ଙ୍କୁ ସ୍ୱାମୀ ବୋଲି କହିଦେଇଥିଲେ।
କହୁ କହୁ ତାଙ୍କ ପାଟିରୁ କଥା ଖସି ଯାଇଥିଲା।
ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
୧୪ ମିନିଟ୍ର ବ୍ରିଫିଂ ସମୟରେ କେଟି ଭୁଲ୍ରେ "ମୋ ସ୍ୱାମୀ" ବଦଳରେ "ମୋ ରାଷ୍ଟ୍ରପତି" କହିଦେଇ ଲାଜରେ ଝାଳେଇ ଯାଇଥିଲେ।
ଏନେଇ ସେ ଉପସ୍ଥିତ ଲୋକଙ୍କଠାରୁ କ୍ଷମା ମଧ୍ୟ ମାଗିନେଇଥିଲେ।
ଲାଜରେ ଝାଳେଇ ଗଲେ କେଟିଙ୍କ ସ୍ୱାମୀ ଏବଂ ପିଲାମାନେ କାଲିଫର୍ନିଆରେ ରହୁଛନ୍ତି।
ତାଙ୍କର ଚାରି ପିଲା ଅଛନ୍ତି ।
ସେମାନଙ୍କର ବୟସ ୧୨, ୧୦, ୮ ଏବଂ ୬ ବର୍ଷ।
ତାଙ୍କୁ ପଚରାଯାଇଥିଲା ଯେ, ସେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବା ସମୟରେ ତାଙ୍କ ପିଲାମାନଙ୍କର କିଭଳି ପାଳନପୋଷଣ କରିବେ।
ସେ କହିଥିଲେ, ମୋ ପରିବାର ଖୁବ୍ ଶୀଘ୍ର ରାଜଧାନୀକୁ ସ୍ଥାନାନ୍ତରିତ ହେବେ ।
ଭାରତ-ବାଂଲାଦେଶ ସୀମା ସୁରକ୍ଷା ଏବଂ ଦୁର୍ଗାପୂଜା କମିଟିଗୁଡ଼ିକୁ ଅନୁମତି ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କେଟି ଜାକାରିଆଙ୍କୁ ନୂତନ ହ୍ୱାଇଟ୍ ହାଉସ୍ ସଚିବ ଭାବରେ ନିଯୁକ୍ତ କରିଥିଲେ।
ସେ ଅଗଷ୍ଟରେ ଇସ୍ତଫା ଦେଇଥିବା କାରୋଲିନ୍ ଲେଭିଟ୍ଙ୍କ ସ୍ଥାନ ନେଇଥିଲେ।
୪୧ ବର୍ଷୀୟ ଜାକାରିଆ ଜଣେ ଓକିଲ ଏବଂ ବର୍ତ୍ତମାନ ଟ୍ରମ୍ପ୍ ମିଡିଆ ଏବଂ ଟେକ୍ନୋଲୋଜି ଗ୍ରୁପ୍ରେ ପରାମର୍ଶଦାତା।
କେଟି ଜାକାରିଆ ଆମେରିକୀୟ ରାଜନୀତି ଉପରେ ଲଗାତାର ତାଙ୍କର ମତାମତ ଦେଇ ଆସୁଛନ୍ତି।
ସେ ଫକ୍ସ ନ୍ୟୁଜ୍ ଏବଂ ନ୍ୟୁଜ୍ମାକ୍ସ ଭଳି ପ୍ରମୁଖ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ପାଇଁ କାମ କରିଛନ୍ତି।
ସେ କିଛି ଦିନ ପାଇଁ ଆମେରିକା ଗୃହ ସୁରକ୍ଷା ବିଭାଗର ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।