Vatican City: ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ଫୁସଫୁସ କର୍କଟର ସଫଳ ଅସ୍ତ୍ରୋପଚାର: ମେଡିକାଲ୍ ବୁଲେଟିନ୍ ଜାରି କଲା ଭଟିକାନ୍

Oct 14, 2026 - 11:27
Vatican City: ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ଫୁସଫୁସ କର୍କଟର ସଫଳ ଅସ୍ତ୍ରୋପଚାର: ମେଡିକାଲ୍ ବୁଲେଟିନ୍ ଜାରି କଲା ଭଟିକାନ୍

"ଭଟିକାନ୍ ସିଟି: କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଭଟିକାନ୍ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ବୁଲେଟିନ୍ ଜାରି କରିଛି।

ଏଥିରେ କୁହାଯାଇଛି, ମଙ୍ଗଳବାର ରୋମର ଜେମେଲି ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ୭୧ ବର୍ଷୀୟ ପୋପ୍‌ଙ୍କର ଫୁସଫୁସ ଟ୍ୟୁମର କାଢ଼ିବା ପାଇଁ ୯୦ ମିନିଟର ସଫଳ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଯାଇଛି।Advertisment ଅସ୍ତ୍ରୋପଚାର ସମୟରେ କରାଯାଇଥିବା ଟିସୁ ପରୀକ୍ଷାରୁ ପପ୍‌ଙ୍କୁ ପଲମୋନାରୀ ଆଡେନୋକାର୍ସିନୋମା ବା ଫୁସଫୁସ କର୍କଟ ରୋଗ ହୋଇଥିବା ନିଶ୍ଚିତ ହୋଇଛି।

ହସ୍ପିଟାଲର ମୁଖ୍ୟ ଥୋରାସିକ୍ ସର୍ଜନ ପ୍ରଫେସର ଷ୍ଟେଫାନୋ ମାର୍ଗାରିଟୋରା ଏବଂ ତାଙ୍କ ଡାକ୍ତରୀ ଦଳ ଭିଡିଓ ସହାୟକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ତାଙ୍କ ଡାହାଣ ଫୁସଫୁସର ତଳ ଅଂଶକୁ ସଫଳତାର ସହ କାଢ଼ି ଦେଇଛନ୍ତି।

୯୦ ମିନିଟର ସଫଳ ଅସ୍ତ୍ରୋପଚାର ଆମେରିକାରେ ଜନ୍ମିତ ପୋପ୍ ଲିଓ ତାଙ୍କ ୧୭ ମାସର କାର୍ଯ୍ୟକାଳ ମଧ୍ୟରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ କଥା କହିଛନ୍ତି।

ରବିବାର ଦିନ, ସେ ସର୍ବସାଧାରଣରେ ତାଙ୍କର ଏକ ଛୋଟ ଫୁସଫୁସ ଟ୍ୟୁମର ହୋଇଥିବା ପ୍ରକାଶ କରିଥିଲେ ଏବଂ କହିଥିଲେ ଏହାକୁ ଅପସାରଣ କରାଯିବ।

ମଙ୍ଗଳବାର ସନ୍ଧ୍ୟାରେ ଅସ୍ତ୍ରୋପଚାର ଚାଲିଥିବା ସମୟରେ, ଡାକ୍ତରୀ କର୍ମଚାରୀ ଏବଂ ଶୁଭେଚ୍ଛୁମାନେ ହସ୍ପିଟାଲ ପ୍ରାର୍ଥନା କୋଠରୀରେ ରୋଜରି ପ୍ରାର୍ଥନା କରିଥିଲେ।

ଭାଟିକାନ୍ ରିପୋର୍ଟ କରିଛି, ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ସଫଳ ହୋଇଛି ଏବଂ ପୋପ୍ ଏବେ ତାଙ୍କ ହସ୍ପିଟାଲ କୋଠରୀରେ ସୁସ୍ଥ ହେବାରେ ଲାଗିଛନ୍ତି।

ସତର୍କତା ସ୍ୱରୂପ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ପୋପ୍ ଲିଓଙ୍କ ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ହିଂସା,ଯୌନ ନିର୍ଯାତନା ଏବଂ ଅବ୍ୟବସ୍ଥାକୁ ରୋକିବା ପାଇଁ ପଦକ୍ଷେପ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।