Kavya Maran, Anirudh to Marry in November: କାଭ୍ୟା ମାରାନ୍‌ଙ୍କ ହାତ ଧରିବେ ଅନିରୁଦ୍ଧ! ଏହି ଦେଶରେ କରିବେ ବିବାହ

Oct 17, 2026 - 16:58
Kavya Maran, Anirudh to Marry in November: କାଭ୍ୟା ମାରାନ୍‌ଙ୍କ ହାତ ଧରିବେ ଅନିରୁଦ୍ଧ! ଏହି ଦେଶରେ କରିବେ ବିବାହ

କ୍ରିକେଟ୍ ଜଗତରୁ ସିନେମା ଦୁନିଆ... ଏବେ ସବୁଠି ଗୋଟିଏ ଚର୍ଚ୍ଚା। ସନ୍‌ରାଇଜର୍ସ ହାଇଦ୍ରାବାଦର ସହ-ମାଲିକାଣୀ କାଭ୍ୟା ମାରାନ୍‌ ଏବଂ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନଭେମ୍ବର ୨୧ରେ ଚେନ୍ନାଇରେ ହେବ ଏହି ଯୋଡ଼ିଙ୍କ ବିବାହ ରିସେପ୍ସନ୍‌। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ସୂଚନା ମିଳିଛି।

ସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ କଳାନିଧି ମାରାନ୍‌ ଓ ତାଙ୍କ ପତ୍ନୀ କାଭେରୀ ମାରାନ୍‌ ନିଜ ଝିଅ କାଭ୍ୟାଙ୍କ ବିବାହ ରିସେପ୍ସନ୍‌ ପାଇଁ ନିମନ୍ତ୍ରଣ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ସେହିପରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି। ରେଭନ୍ତ ରେଡ୍ଡୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ୍ ମିଡିଆରେ ଏହି ରିସେପ୍ସନ୍‌ର ତାରିଖ ସ୍ପଷ୍ଟ କରାଯାଇଛି।

ତେବେ ଏହି ବିବାହକୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ମଧ୍ୟ ରହିଛି। କିଛି ରିପୋର୍ଟ ଅନୁସାରେ, ନଭେମ୍ବର ୧୧ରେ ଗ୍ରୀସ୍‌ରେ ବିବାହ ହେବା ନେଇ ଖବର ଆସିଛି। କିନ୍ତୁ ଏହି ତାରିଖ ଓ ସ୍ଥାନକୁ ନେଇ ଯୋଡ଼ିଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ, କାଭ୍ୟା ଓ ଅନିରୁଦ୍ଧଙ୍କ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ୨୦୨୫ ଜୁନ୍‌ରେ ବିବାହ ଗୁଜବକୁ ଖଣ୍ଡନ କରିଥିଲେ ଅନିରୁଦ୍ଧ। ଏବେ ରିସେପ୍ସନ୍‌ ପାଇଁ ନିମନ୍ତ୍ରଣ ଖବର ସାମ୍ନାକୁ ଆସିବା ପରେ ଏହି ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ରିସେପ୍ସନ୍‌ର ତାରିଖ ସାମ୍ନାକୁ ଆସିଥିବା ବେଳେ, ବିବାହ ସମ୍ପର୍କିତ ଅନ୍ୟ ବିବରଣୀ ପାଇଁ ଏବେ ସମସ୍ତଙ୍କ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।