Kendrapara Murder Shock: ପୁଅ, ଝିଅ ସହ ମିଶି ସ୍ୱାମୀକୁ ହତ୍ୟା ଅଭିଯୋଗ; ଘରୁ ୩ ଜଣଙ୍କୁ ଉଠାଇନେଲା ପୋଲିସ

Oct 08, 2026 - 15:50
Kendrapara Murder Shock: ପୁଅ, ଝିଅ ସହ ମିଶି ସ୍ୱାମୀକୁ ହତ୍ୟା ଅଭିଯୋଗ; ଘରୁ ୩ ଜଣଙ୍କୁ ଉଠାଇନେଲା ପୋଲିସ

ପୁଅ ଓ ନାବାଳିକା ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ମାଳପାଟଣା ଗାଁରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୃତକ ଜଣକ ମଦ୍ୟପାନ କରି ଘରକୁ ଆସିଥିଲେ। ପରେ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତଣ୍ଟିରେ ଛିଡ଼ା ହୋଇ ହତ୍ୟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ଏହି ଘଟଣାରେ ସ୍ତ୍ରୀ, ପୁଅ ଓ ନାବାଳିକା ଝିଅ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ଉଠିଛି। ଘଟଣା ପରେ ଆଳି ପୋଲିସ ଘରେ ପହଞ୍ଚି ପରିବାରର ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

ତେବେ ପ୍ରକୃତରେ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା, ଏଥିରେ କିଏ କିଏ ସମ୍ପୃକ୍ତ ଏବଂ ଘଟଣା ପଛର କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସର ତଦନ୍ତ ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ।

କେନ୍ଦ୍ରାପଡ଼ା ଆଳି ଅଂଚଳରେ ଚାଞ୍ଚଲ୍ୟ
ପୁଅ, ଝିଅ ସହ ମିଶି ମଦ୍ୟପ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ତଣ୍ଟିରେ ଛିଡ଼ା ହୋଇ ହତ୍ୟା
ସ୍ବାମୀକୁ ହତ୍ୟା ନେଇ ମାଳପାଟଣା ଗାଁରେ ଚାଞ୍ଚଲ୍ୟ
ନାବାଳିକା ଝିଅ ଓ ପୁଅ ସହ ମିଶି ସ୍ବାମୀକୁ ହତ୍ୟା ଅଭିଯୋଗ
ପରିବାରର ୩ ଜଣଙ୍କୁ ଘରୁ ଉଠାଇନେଲା ଆଳି ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।