Kerala Congress: କ୍ଷମତାକୁ ଆଣିଥିବା ନିର୍ବାଚନ ପ୍ରକ୍ରିୟାକୁ ନେଇ କେରଳ କଂଗ୍ରେସର ଆପତ୍ତି
"ତିରୁଅନନ୍ତପୁରମ୍: ଯେଉଁ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଦଳକୁ କ୍ଷମତାକୁ ଆଣିଛି, ଏବେ ସେହି ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି କେରଳ କଂଗ୍ରେସ।
ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ୟୁଡିଏଫ୍) ସରକାର ସୋମବାର ବିଧାନସଭାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିବା ଓ ନିର୍ବାଚନ ଆୟୋଗର ନିରପେକ୍ଷତାକୁ ନେଇ ଏହି ପ୍ରସ୍ତାବରେ ଉଦ୍ବେଗ ପ୍ରକାଶ କରାଯାଇଛି।Advertisment ତେବେ ଏହି ପଦକ୍ଷେପକୁ ନେଇ ବିଜେପି କଂଗ୍ରେସକୁ ଘେରିଛି।
ଚଳିତବର୍ଷ ମେ ମାସରେ ଏସ୍ଆଇଆର୍ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ୟୁଡିଏଫ୍ ବିଜୟୀ ହୋଇଥିବାବେଳେ ଏବେ ସେହି ପ୍ରକ୍ରିୟାକୁ ପ୍ରଶ୍ନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଦଳ ପ୍ରଶ୍ନ ଉଠାଇଛି।
୧୪୦ ସଦସ୍ୟବିଶିଷ୍ଟ କେରଳ ବିଧାନସଭାରେ ପ୍ରସ୍ତାବ ସପକ୍ଷରେ ୧୩୭ ଜଣ ସଦସ୍ୟ ମତ ଦେଇଥିବାବେଳେ ବିରୋଧରେ ବିଜେପିର ତିନିଜଣ ବିଧାୟକ ଭୋଟ୍ ଦେଇଥିଲେ।
ଏହାକୁ ଭାରତରେ ଏହି ଧରଣର ପ୍ରଥମ ପ୍ରସ୍ତାବ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି।
ଭୋଟର ତାଲିକାରେ ପ୍ରାୟ ୮.୫୭ ଲକ୍ଷ ନାମ ବାଦ୍ ପଡ଼ିଥିଲା କେରଳରେ ଏସ୍ଆଇଆର୍ ପ୍ରକ୍ରିୟା ପରେ ଭୋଟର ତାଲିକାରେ ପ୍ରାୟ ୮.୫୭ ଲକ୍ଷ ନାମ ବାଦ୍ ପଡ଼ିଥିଲା।
ଏହି ପ୍ରକ୍ରିୟା ଦେଶବ୍ୟାପୀ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଗତବର୍ଷ ଅକ୍ଟୋବର ୨୭ରେ ଘୋଷଣା କରାଯାଇଥିଲା।
କେରଳରେ ମାର୍ଚ୍ଚ-ଏପ୍ରିଲ୍ରେ ନିର୍ବାଚନ ହୋଇଥିଲା ଏବଂ ମେ ୪ରେ ଫଳ ପ୍ରକାଶ ପାଇଥିଲା।
ୟୁଡିଏଫ୍ ୧୪୦ ଆସନରୁ ୧୦୨ଟି ଜିତି କ୍ଷମତାକୁ ଫେରିଥିଲା।
କଂଗ୍ରେସ ସାଂସଦ ଶଶୀ ଥରୁର ମେ ୧୦ରେ ଷ୍ଟାନଫୋର୍ଡ ଇଣ୍ଡିଆ ସମ୍ମିଳନୀରେ କହିଥିଲେ ଯେ ଭୋଟର ତାଲିକାରୁ ଜାଲ୍ ଓ ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କୁ ବାଦ୍ ଦେବା ଦ୍ୱାରା କଂଗ୍ରେସ ଲାଭ ପାଇଥାଇପାରେ।
ତାଙ୍କର ଏହି ମନ୍ତବ୍ୟକୁ ମଧ୍ୟ ବିଜେପି ଏବେ ଉଦ୍ଧାର କରିଛି।
କେରଳ ବିଜେପି ସଭାପତି ରାଜୀବ ଚନ୍ଦ୍ରଶେଖର କଂଗ୍ରେସର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।
ଏସ୍ଆଇଆର୍ରୁ କଂଗ୍ରେସ ଲାଭ ପାଇଥିବାବେଳେ ଏବେ ସେହି ପ୍ରକ୍ରିୟାକୁ ବିରୋଧ କରିବା କିପରି ଯୁକ୍ତିସଙ୍ଗତ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭି.ଡି.
ସତୀଶନ୍ କହିଛନ୍ତି ଯେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିବା ଓ ନିର୍ବାଚନ ଆୟୋଗର ନିରପେକ୍ଷତା ସମ୍ପର୍କିତ ଅଭିଯୋଗକୁ ଅଣଦେଖା କରାଯାଇପାରିବ ନାହିଁ।
ଏହାକୁ ନେଇ କେରଳରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି।
ଓଡ଼ିଶାର ୧୦ଜିଲ୍ଲାରୁ ଫେରିଗଲା ମୌସୁମୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।