Khandagiri-Udayagiri: ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଆରମ୍ଭ: ଶବ୍ଦ, ଆଲୋକରେ ଖାରବେଳଙ୍କ ବୀରତ୍ୱର ଗାଥା
"ଖଣ୍ଡଗିରି: ସନ୍ଧ୍ୟାରେ ହସି ଉଠିଛି ଖଣ୍ଡଗିରି ଓ ଉଦୟଗିରି ପାହାଡ଼।
ଆଲୋକ, ଶବ୍ଦ ଓ ଆଧୁନିକ ପ୍ରଯୁକ୍ତିର ମନୋରମ ସମନ୍ୱୟରେ ଜୀବନ୍ତ ହୋଇଉଠିଥିଲା ଖଣ୍ଡଗିରି-ଉଦୟଗିରିର ପ୍ରାଚୀନ ଇତିହାସ।
ଐତିହାସିକ ଖଣ୍ଡଗିରିଠାରେ ବହୁ ପ୍ରତୀକ୍ଷିତ ଆଲୋକ ଓ ଶବ୍ଦ ସୋ"ର ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି।
ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପର୍ଯ୍ୟଟନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ପକ୍ଷରୁ ଏହି ସୋ" ପ୍ରସ୍ତୁତ କରାଯାଇଛି।
ଆଧୁନିକ ଆଲୋକ, ଶବ୍ଦ ଓ କାହାଣୀ କଥନ ମାଧ୍ୟମରେ ଖଣ୍ଡଗିରି-ଉଦୟଗିରି ଗୁମ୍ଫାର ଇତିହାସ, ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଓ ପ୍ରାଚୀନ ଗୌରବକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି।Advertisment Sports or Farming?
ଖେଳ ହେବ ନା ଚାଷ?
କାଦୁଅ ପଡ଼ିଆରେ ସାହାଣୀ କପ୍ ୨୯ ତାରିଖରୁ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଦୁଇଟି ସୋ" ଅନୁଷ୍ଠିତ ହେବ।
ପ୍ରଥମ ସୋ" ସନ୍ଧ୍ୟା ୭ଟାରୁ ୭ଟା ୩୫ ଏବଂ ଦ୍ୱିତୀୟ ସୋ" ୭ଟା ୪୫ରୁ ୮ଟା ୨୦ ପର୍ଯ୍ୟନ୍ତ ଚାଲିବ।
ପ୍ରତ୍ୟେକ ପ୍ରଦର୍ଶନୀର ମୁଖ୍ୟ ସୋ"ର ଅବଧି ପ୍ରାୟ ୧୬ ମିନିଟ୍ ୭ ସେକେଣ୍ଡ ରହିଛି।
ଏକାସାଙ୍ଗରେ ୧୨୦ ଜଣ ଦର୍ଶକ ଏହି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋା" ଉପଭୋଗ କରିପାରିବେ।
Unemployment: ଶିଳ୍ପ ଯେଉଁଠି, ବେକାରି ସେଇଠି: ଯାଜପୁରରେ ବେକାରି ହାର ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ ପର୍ଯ୍ୟଟକମାନେ ଓଡ଼ିଶା ପର୍ଯ୍ୟଟନର ଅଫିସିଆଲ୍ ଟିକେଟିଂ ପୋର୍ଟାଲ୍ "ବୁକ୍ ଓଡ଼ିଶା" ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିପାରିବେ।
ଏହି ସୋ" ଭୁବନେଶ୍ୱରର ପ୍ରମୁଖ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିକୁ ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣୀୟ କରିବା ସହ ରାଜ୍ୟର ଐତିହ୍ୟ ପର୍ଯ୍ୟଟନକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।ଉଦ୍ଘାଟନ କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପର୍ଯ୍ୟଟନ ବିଭାଗର କମିସନର-ତଥା-ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।