AC, TV and Refrigerator Prices Set to Rise: ଅକ୍ଟୋବର ୧ରୁ ବଡ଼ ଝଟକା! ପାର୍ବଣ ପୂର୍ବରୁ ଦାମ୍ ବଢିବ

Sep 28, 2026 - 08:50
AC, TV and Refrigerator Prices Set to Rise: ଅକ୍ଟୋବର ୧ରୁ ବଡ଼ ଝଟକା! ପାର୍ବଣ ପୂର୍ବରୁ ଦାମ୍ ବଢିବ

ପାର୍ବଣ ଋତୁରେ ଗ୍ରାହକଙ୍କୁ ଲାଗିପାରେ ଦାମ୍ ବୃଦ୍ଧିର ଝଟକା। ଅକ୍ଟୋବର ୧ରୁ ଏସି, ଏଲଇଡି ଟିଭି, ଫ୍ରିଜ୍, ୱାଶିଂ ମେସିନ୍ ସମେତ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ୍ ବଢ଼ିବାକୁ ଯାଉଛି। ଶିଳ୍ପ ସୂତ୍ର ଅନୁସାରେ, ବିଭିନ୍ନ ସାମଗ୍ରୀର ଦାମ୍ ପ୍ରାୟ ୩ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

ବିଶେଷକରି ଏସିର ଦାମ୍ ୫ରୁ ୮ ପ୍ରତିଶତ ବଢ଼ିବା ନେଇ ସୂଚନା ମିଳିଛି। ସେହିପରି ଫ୍ରିଜ୍, ୱାଶିଂ ମେସିନ୍ ଓ ଏଲଇଡି ଟିଭିର ଦାମ୍ ମଧ୍ୟ କିଛି କମ୍ପାନୀ ୩ରୁ ୪ ପ୍ରତିଶତ ବଢ଼ାଇପାରନ୍ତି। ତମ୍ବା, ଷ୍ଟିଲ୍, ଆଲୁମିନିୟମ୍ ଓ କ୍ରୁଡ୍ ଅଏଲ୍‌ରୁ ତିଆରି ସାମଗ୍ରୀର ଦାମ୍ ବଢ଼ିବା ସହ ପରିବହନ ଖର୍ଚ୍ଚ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କମ୍ପାନୀଗୁଡ଼ିକ କହୁଛନ୍ତି।

୨୦୨୬ରେ ଏହା ଶିଳ୍ପ କ୍ଷେତ୍ରର ତୃତୀୟ ଦାମ୍ ବୃଦ୍ଧି ବୋଲି ଜଣାପଡ଼ିଛି। ବ୍ଲୁ ଷ୍ଟାର୍, ଗୋଦରେଜ୍, ହାଏର୍, ଡାଇକିନ୍ ଓ ସୁପର୍ ପ୍ଲାଷ୍ଟ୍ରୋନିକ୍ସ ଭଳି କମ୍ପାନୀ ବିଭିନ୍ନ ଉତ୍ପାଦର ଦାମ୍ ବଢ଼ାଇବା ନେଇ ସୂଚନା ଦେଇଛନ୍ତି। ତେଣୁ ପାର୍ବଣରେ ନୂଆ ଏସି, ଟିଭି କିମ୍ବା ଫ୍ରିଜ୍ କିଣିବା ଯୋଜନା ଥିଲେ, ଅକ୍ଟୋବର ପୂର୍ବରୁ ବଜାର ଦାମ୍ ତୁଳନା କରି ନିଷ୍ପତ୍ତି ନେବା ଗ୍ରାହକଙ୍କ ପାଇଁ ଉପଯୋଗୀ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।