Khesari Lal Yadav Slipper Incident: ଷ୍ଟେଜରେ ଗୀତ ଗାଉଥିଲେ ଖେସାରୀ ଲାଲ ଯାଦବ; ଉପରକୁ ହେଲା ଚପଲ ମାଡ଼, ରାଗିଗଲେ ସାଂସଦ ପପ୍ପୁ ଯାଦବ
ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଅଭାବନୀୟ ଘଟଣା।
ଷ୍ଟେଜ୍ରେ ଗୀତ ଗାଉଥିବା ବେଳେ ଭିଡ଼ ଭିତରୁ ତାଙ୍କ ଉପରକୁ ଚପଲ ଫିଙ୍ଗିଲେ ଜଣେ ଦର୍ଶକ।
ଏହାପରେ ଗୀତ ବନ୍ଦ କରି ନିଆରା ଢଙ୍ଗରେ ଜବାବ ଦେଲେ ଅଭିନେତା।
ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେତାବନୀ ଦେଇଛନ୍ତି ସାଂସଦ ପପ୍ପୁ ଯାଦବ।
Advertisment ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତା ତଥା ଗାୟକ ଖେସାରୀ ଲାଲ ଯାଦବ ଏବେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାରେ।
ବିହାରର ମଧେପୁରା ଜିଲ୍ଲାରେ ଆୟୋଜିତ ଖୁର୍ଦା ମହୋତ୍ସବରେ ତାଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଖୁର୍ଦା ବାର୍ଷିକ ମହୋତ୍ସବରେ ଖେସାରୀ ଲାଲ ଯାଦବ ନିଜ ଗୀତ ଓ ନୃତ୍ୟରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ।
ତାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା।
ହେଲେ ହଠାତ୍ ଭିଡ଼ ଭିତରୁ କେହି ଜଣେ ଷ୍ଟେଜ୍ ଆଡ଼କୁ ଚପଲ ଫିଙ୍ଗିଥିଲେ।
ଏଥିରେ ଖେସାରୀ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ ଏବଂ ନିଜ ପରଫର୍ମାନ୍ସ ବନ୍ଦ କରିଦେଇଥିଲେ।
Advertisment ତେବେ ଏହି ଘଟଣା ପରେ ଖେସାରୀ ନିଜ ରାଗକୁ ନିୟନ୍ତ୍ରଣ କରି ମଞ୍ଚ ଉପରୁ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ କଟାକ୍ଷ କରିଥିଲେ।
ସେ କହିଥିଲେ, 'ବହୁତ ଭଲ କଲ ପୁଅ, ଆଇ ଲଭ୍ ୟୁ।
ତୁମେ ଜୀବନରେ ବହୁତ ଆଗକୁ ଯିବ।
ଯେଉଁମାନେ ଭୁଲ୍ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରେ।
କାରଣ ସେମାନଙ୍କ ଭୁଲ୍ରୁ ଦୁନିଆ ଶିଖିବ।' ଖେସାରୀଙ୍କ ଏହି ପ୍ରତିକ୍ରିୟା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଅନ୍ୟପଟେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ।
ସେ କହିଥିଲେ, ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କ କାରନାମା ସିସିଟିଭିରେ କଏଦ ହୋଇଛି।
ଦୁଇ ଦିନ ମଧ୍ୟରେ ତାଙ୍କୁ ଚିହ୍ନଟ କରାଯିବ।
ଏଭଳି ଆଚରଣକୁ ସେ କଡ଼ା ନିନ୍ଦା କରିଥିଲେ। खेसारी लाल यादव के लिए लोग बिजली के खंभे पर चढ़ गए, तो पप्पू यादव भी पूरे जोश में नजर आए!
L pic.twitter.com/yl5jCiAN5d — छपरा जिला 🇮🇳 (@ChapraZila) October 24, 2026 କେବଳ ସେତିକି ନୁହେଁ, କାର୍ଯ୍ୟକ୍ରମ ସମୟରେ ଖେସାରୀଙ୍କୁ ଦେଖିବା ପାଇଁ କିଛି ଦର୍ଶକ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିଯାଇଥିଲେ।
ଏହା ଦେଖି ପପ୍ପୁ ଯାଦବ ସେମାନଙ୍କୁ ତୁରନ୍ତ ତଳକୁ ଓହ୍ଲାଇବାକୁ କହିଥିଲେ।
ନିର୍ଦ୍ଦେଶ ନମାନିଲେ କାର୍ଯ୍ୟକ୍ରମ ବନ୍ଦ କରିଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଖେସାରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ତେବେ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କ ପରିଚୟ ଓ ଏଭଳି କରିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।