Kidnap: ଅପହରଣ ମାମଲାରେ ମହିଳା ଗିରଫ, ନାବାଳିକା ଉଦ୍ଧାର

Aug 12, 2026 - 16:31
Kidnap: ଅପହରଣ ମାମଲାରେ ମହିଳା ଗିରଫ, ନାବାଳିକା ଉଦ୍ଧାର

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ପଶ୍ଚିମବଙ୍ଗରୁ ପାରଳାଖେମୁଣ୍ଡି ଆସିଥିବା ଜଣେ ୧୫ ବର୍ଷୀୟ ନାବାଳିକା ଉଦ୍ଧାର।

ନାବାଳିକା ଅପହରଣ ଅଭିଯୋଗରେ ପାରଳାଖେମୁଣ୍ଡି ସହରର ଗୋବିନ୍ଦ ବିହାରରୁ ଜଣେ ମହିଳାଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ।

ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସର ସହଯୋଗରେ ପଶ୍ଚିମବଙ୍ଗ ପୁଲିସର ଏକ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ କରିଛି।

Advertisment ଉତ୍ତର ୨୪ ପ୍ରଗଣା ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ଗତ ଜୁଲାଇ ୩୧ ତାରିଖରେ ନିଖୋଜ ହୋଇଥିଲେ।

ଏନେଇ ପରିବାର ପକ୍ଷରୁ ଅଗଷ୍ଟ ୧ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା।

ଏହାକୁ ଆଧାର କରି ମେଦିନପୁର ଥାନାରେ କେସ୍ ନମ୍ବର ୪୭୭/୨୬ରେ ବିଏନ୍‌ଏସ୍‌ ଧାରା ୧୩୭(୨)/୧୪୦(୩) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ତଦନ୍ତ ବେଳେ ନାବାଳିକାଙ୍କ ସହ ପାରଳାଖେମୁଣ୍ଡିର ଜଣେ ମହିଳାଙ୍କ ସୋସିଆଲ ମିଡିଆ ଯୋଗାଯୋଗ ଥିବା ପୋଲିସ ଜାଣିବାକୁ ପାଇଥିଲା।

Rescue: ବରମୁଣ୍ଡା ବସଷ୍ଟାଣ୍ଡରୁ ଅପହୃତ ୩ ଯୁବତୀ ଓ ଜଣେ ନାବାଳିକା ଉଦ୍ଧାର ବିଶେଷକରି ଇନ୍‌ଷ୍ଟାଗ୍ରାମ୍‌ରେ ଉଭୟଙ୍କ ମଧ୍ୟରେ ନିୟମିତ ଚାଟିଂ ହେଉଥିବା ଏବଂ ପରେ ସମ୍ପର୍କ ଘନିଷ୍ଠ ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।

ନାବାଳିକାଙ୍କୁ ପଶ୍ଚିମବଙ୍ଗରୁ ପାରଳାଖେମୁଣ୍ଡି ଆଣିବାରେ ଗିରଫ ମହିଳାଙ୍କ ଭୂମିକା ଥିବା ନେଇ ପୋଲିସ ଅଭିଯୋଗ ପାଇଥିଲା।

ପରେ ପଶ୍ଚିମବଙ୍ଗ ପୋଲିସ ପାରଳାଖେମୁଣ୍ଡି ଗୋବିନ୍ଦ ବିହାରରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିଲା।

ତେବେ ନାବାଳିକାଙ୍କୁ କାହିଁକି ପାରଳାଖେମୁଣ୍ଡି ଅଣାଯାଇଥିଲା ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।

ଗିରଫ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା।

ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ନିଜ ସହ ନେଇଯାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

ନାବାଳିକାଙ୍କ ସହ ମହିଳାଙ୍କ ସମ୍ପର୍କର ପ୍ରକୃତ ସ୍ୱରୂପ, ତାଙ୍କୁ ପାରଳାଖେମୁଣ୍ଡି ଆଣିବାର ଉଦ୍ଦେଶ୍ୟ ଏବଂ ଘଟଣା ପଛରେ ଅନ୍ୟ କାହାର ଭୂମିକା ରହିଛି କି ନାହିଁ ଏସବୁ ଦିଗକୁ ନେଇ ପଶ୍ଚିମବଙ୍ଗ ପୁଲିସ ତଦନ୍ତ ଜାରି ରଖିଛି।

ତଦନ୍ତ ଶେଷ ହେଲେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।