09 NOVEMBER 2026

Welcome!

Unlock your personalized experience.
Sign Up

Kidney Patient: ଭଙ୍ଗା ଚାଳିଆରୁ ପକ୍କାଘର

Nov 08, 2026 - 23:53
Kidney Patient: ଭଙ୍ଗା ଚାଳିଆରୁ ପକ୍କାଘର

ଗୋପ: କିଡ୍‌ନି ରୋଗରେ ଆକ୍ରାନ୍ତ ପୁରୀଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ବନ୍ତୁଳି ଗ୍ରାମପଞ୍ଚାୟତର ତରଣା ଗ୍ରାମର ଟୁଟୁ ନାୟକ (୩୧)ଙ୍କୁ ଭୁବନେଶ୍ବର ରୋଟାରି କ୍ଲବ୍ ସହାୟତାରେ ନୂତନ ପକ୍କାଘର ନିର୍ମାଣ କରିଦିଆଯାଇଛି। 

ସୂଚନାଯୋଗ୍ୟ ଯେ ଦୁଇଟି ଯାକ କିଡ୍‌ନି ହରାଇ ଘରେ ପଡ଼ି ରହିଥିବା ଟୁଟୁ ଓ ତାଙ୍କ ମା' ମନୋରମାଙ୍କ ସମସ୍ୟାକୁ ନେଇ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଖବରକୁ ଦେଖି ଭୁବନେଶ୍ଵର ରୋଟାରି କ୍ଲବ୍ ପକ୍ଷରୁ ତୁରନ୍ତ ଟୁଟୁଙ୍କ ପରିବାରକୁ ଜରୁରୀ ଖାଦ୍ୟ ସାମଗ୍ରୀ ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ପରେ ଗୋଟିଏ ଘର ନିର୍ମାଣ କରିବା ପାଇଁ କ୍ଲବ୍ ପକ୍ଷରୁ ଆର୍ଥିକ ସାହାଯ୍ୟ କରାଯାଇଥିଲା। ସେହି ଟଙ୍କାରେ ଘର ନିର୍ମାଣ କରି ଟୁଟୁ ଏବେ ତାଙ୍କ ମା'ଙ୍କ ସହିତ ରହୁଛନ୍ତି। 

ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ନିର୍ମାଣ ଧିମେଇଛି: ୨୨୭୮୮ ଅସମ୍ପୂର୍ଣ୍ଣ

ରୋଟାରି କ୍ଲବ୍, ଭୁବନେଶ୍ଵର କନ୍‌ଫ୍ଲୁଏନ୍ସର ସଭାପତି ଅଶୋକ କୁମାର ମହାପାତ୍ର, ରୋଟାରିଆନ୍ କୈଳାସ କାନୁନ୍‌ଗୋ, ସତ୍ୟାନନ୍ଦ ସାହୁ, ଆଲୋକ ସାମଲ, ନୀଳାଚଳ ପ୍ରଧାନ, ରବୀନ୍ଦ୍ର ନାଥ ସାହୁ, ବିଦ୍ୟୁତ୍ ସେଠୀ, ଅର୍‌ବିନ କୁମାର, ଅଭିଳାଷ ପତି ସମ୍ପାଦକ) ଓ ଗଗନ ବିହାରୀ ଦାଶ ପ୍ରମୁଖ ତରଣା ଗ୍ରାମକୁ ଯାଇ ଟୁଟୁ ଓ ତାଙ୍କ ମା'ଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ବୁଝିଥିଲେ |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।