Kill 5 Crew Members: ଉଦ୍ଧାର ପୂର୍ବରୁ ଭାରତୀୟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା

Sep 30, 2026 - 12:43
Kill 5 Crew Members: ଉଦ୍ଧାର ପୂର୍ବରୁ ଭାରତୀୟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା

"ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ପୂର୍ବ ଭାଗରେ ଅବସ୍ଥିତ ସୋମାଲିଆର ପୁଣ୍ଟଲାଣ୍ଡ ଅଧିକାରୀମାନେ ମଙ୍ଗଳବାର ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି।

ଅଧିକାରୀଙ୍କ କହିବ‌ାନୁସାରେ, ସୁରକ୍ଷାବଳ ଉଦ୍ଧାର କରିବା ପୂର୍ବରୁ ସୋମାଲିଆ ସମୁଦ୍ର ଡକାୟତମାନେ ଅପହୃତ ପେଟ୍ରୋଲିୟମ୍‌ ଉତ୍ପାଦ ବୋଝେଇ ଟ୍ୟାଙ୍କର "ଏମ୍‌ଟି ଅନର-୨୫"ର ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା କରିଥିଲେ।

ମଙ୍ଗଳବାର ସେମାନେ ମେ" ମାସରେ ଅପହରଣ ହୋଇଥିବା ଆଉ ଏକ ଜାହାଜକୁ ମଧ୍ୟ ଉଦ୍ଧାର କରିଛନ୍ତି।

ଏହି ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ।

ଏପ୍ରିଲ୍‌ ମାସରେ ସମୁଦ୍ର ଡକାୟତମାନେ ଏହି ଜାହାଜକୁ ନିଜ କବ୍‌ଜାକୁ ନେଇଥିଲେ।

ସେହି ସମୟରେ ସୋମାଲିଆରେ ସମୁଦ୍ର ଡକାୟତି ଘଟଣା ପୁଣିଥରେ ବଢ଼ିବା ଆରମ୍ଭ ହୋଇଥିଲା।Advertisment ବିଶେଷଜ୍ଞମାନଙ୍କ କହିବାନୁସାରେ, ଯୁଦ୍ଧର ପ୍ରଭାବରେ ତେଲ ଦର ବୃଦ୍ଧି ପାଉଛି।

ଏହି କାରଣରୁ ଟ୍ୟାଙ୍କର ଲୁଟେରାମାନେ ତେଲ ଜାହାଜଗୁଡ଼ିକୁ ଟାର୍ଗେଟ କରୁଛନ୍ତି।

ପୁଣ୍ଟଲାଣ୍ଡର ସୂଚନା ମନ୍ତ୍ରାଳୟ କହିଛି ଯେ ଏକ ଅଭିଯାନ ମାଧ୍ୟମରେ ଜାହାଜଟିକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା ଏବଂ ଏହି ସମୟରେ ୧୬ ଜଣ ଲୁଟେରାଙ୍କୁ କାବୁ କରାଯାଇଥିଲା।

ଦୁଃଖର ବିଷୟ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଜାହାଜରେ ଥିବା ଲୁଟେରାମାନେ ପାଞ୍ଚ ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲେ।

ମୃତକଙ୍କ ମଧ୍ୟରେ ପାକିସ୍ତାନର ତିନି ଜଣ, ମିଆଁମାରର ଜଣେ ଏବଂ ଭାରତର ଜଣେ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ଉଦ୍ଧାର କାର୍ଯ୍ୟ ପୂର୍ବରୁ ଗତ ସପ୍ତାହରେ ଆଉ ଏକ ଅଭିଯାନ କରାଯାଇଥିଲା, ଯେଉଁଥିରେ ପୁଣ୍ଟଲ୍ୟାଣ୍ଡର ସାମୁଦ୍ରିକ ପୁଲିସ ବାହିନୀ 'ସିବୁ ୧' ନାମକ ଟ୍ୟାଙ୍କରକୁ ଉଦ୍ଧାର କରିଥିଲା।

ଯାହା ଉପରେ ଆମେରିକା  କଟକଣା ଲଗାଇଥିଲା।

ସୋମାଲିଆର ଲୁଟେରାମାନେ ଅଗଷ୍ଟ ମାସରେ ଏହି ଟ୍ୟାଙ୍କରକୁ ଅପହରଣ କରିଥିଲେ।ଏହି ଦୁଇଟି ଉଦ୍ଧାର କାର୍ଯ୍ୟ ସହିତ, ଅଗଷ୍ଟ ମାସରୁ ସୋମାଲିଆ ଉପକୂଳରେ ଲୁଟେରାଙ୍କ କବ୍ଜାରେ ଥିବା ଛଅଟି ଜାହାଜ ମଧ୍ୟରୁ ମୋଟ ପାଞ୍ଚଟି ଜାହାଜକୁ ବର୍ତ୍ତମାନ ଉଦ୍ଧାର କରାଯାଇସାରିଛି।

ଦୁର୍ଗାପୂଜା ନାମରେ କୋଟି କୋଟି ଟଙ୍କା ଆଦାୟ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଗାୟକ ଇନ୍ଦ୍ରନୀଲ ସେନଙ୍କ ଘରେ ଇଡି ଚଢ଼ାଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।