11 OCTOBER 2026

Welcome!

Unlock your personalized experience.
Sign Up

Kiran Bedi: ଭାରତ ଭଳି ଦେଶ ଚଳାଇବା ସହଜ ନୁହେଁ, ସାର୍ବଜନୀନ ଆଲୋଚନାରେ ସଂଯମ ରଖିବାକୁ କିରଣ ବେଦୀଙ୍କ ଆହ୍ବାନ

Oct 11, 2026 - 22:28
Kiran Bedi: ଭାରତ ଭଳି ଦେଶ ଚଳାଇବା ସହଜ ନୁହେଁ, ସାର୍ବଜନୀନ ଆଲୋଚନାରେ ସଂଯମ ରଖିବାକୁ କିରଣ ବେଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ଭାରତ ଭଳି ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଚଳାଇବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସବୁଠୁ କଠିନ କାର୍ଯ୍ୟ ହୋଇପାରେ। ଏଥିସହ ଗଣତନ୍ତ୍ରରେ ନିଜ ମତ ରଖିବା ଓ ଅସହମତି ପ୍ରକାଶ କରିବାର ଅଧିକାର ଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସମ୍ମାନ ରଖିବା ଜରୁରି। ରବିବାର ପୂର୍ବତନ ଆଇପିଏସ୍‌ ଅଧିକାରୀ କିରଣ ବେଦୀ ଏହି ମତ ରଖିବା ସହ ସାର୍ବଜନୀନ ଆଲୋଚନାରେ ସଂଯମ ଓ ଶାଳୀନତା ବଜାୟ ରଖିବାକୁ ସମସ୍ତ ମୁଖପାତ୍ର ଏବଂ ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଆହ୍ବାନ ଦେଇଛନ୍ତି।

ଆହୁରି ପଢନ୍ତୁ: Nana Patekar: ନାନା ପାଟେକରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହୃଦ୍‌ଘାତ ମୃତ୍ୟୁର କାରଣ

ବେଦୀ କହିଛନ୍ତି, ଗଣତନ୍ତ୍ରରେ ବିରୋଧ କରିବା, ନ୍ୟାୟସଙ୍ଗତ ଅଭିଯୋଗ ଉଠାଇବା ଏବଂ ନିଜ ଦାବି ଜଣାଇବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ନିଜ ମତ ସହ ଅନ୍ୟମାନେ ଏକମତ ନ ହେଲେ ମଧ୍ୟ ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା ଆମର ଦାୟିତ୍ବ। ମତଭେଦ ଗଣତନ୍ତ୍ରର ଏକ ସ୍ବାଭାବିକ ଅଂଶ। ତେବେ ଏହାକୁ ନେଇ ଅସମ୍ମାନଜନକ ଓ ଅଶାଳୀନ ଭାଷା ବ୍ୟବହାର କରିବା ଅନୁଚିତ। ସେ କହିଛନ୍ତି, ସମ୍ମାନ ଏପରି ଏକ ମୂଲ୍ୟବୋଧ, ଯାହା ଆମେ ପିଲାଦିନରୁ ମାତାପିତା ଓ ଶିକ୍ଷକଙ୍କଠାରୁ ଶିଖିଥାଉ।

ଆହୁରି ପଢନ୍ତୁ: Akhilesh: ଅଯୋଧ୍ୟାରୁ ଲଢ଼ିବେନି ଅଖିଳେଶ, ପବନ ପାଣ୍ଡେଙ୍କ ଉପରେ ଭରସା

ଗଣମାଧ୍ୟମରେ ବାରମ୍ବାର ଅପମାନଜନକ ମନ୍ତବ୍ୟ ଦିଆଯିବା ଦୁଃଖଦ ଓ ଉଦ୍‌ବେଗଜନକ। କାରଣ, ନୂଆ ପିଢ଼ି ଆମର ଆଚରଣ ଓ କଥାବାର୍ତ୍ତାକୁ ଦେଖୁଛି, ଶୁଣୁଛି ଓ ସେଥିରୁ ଶିଖୁଛି। ବେଦୀଙ୍କ ମତରେ, ଅଭଦ୍ର ଭାଷା ବ୍ୟବହାର ନ କରି ମଧ୍ୟ ନିଜ ମତକୁ ଦୃଢ଼ ଭାବେ ଉପସ୍ଥାପନ କରାଯାଇପାରିବ। ଅନ୍ୟଙ୍କୁ ଅସମ୍ମାନ ନ କରି ସମାଲୋଚନା କରିବା ସହ ନିଜ ମର୍ଯ୍ୟାଦା ମଧ୍ୟ ବଜାୟ ରଖିହେବ। ତେଣୁ ମୁଖପାତ୍ରମାନେ ମତ ରଖିବା ସମୟରେ ସଂଯମ ଅବଲମ୍ବନ କରିବା ଉଚିତ। ମତଭେଦ ଥିଲେ ମଧ୍ୟ ପାରସ୍ପରିକ ସମ୍ମାନ, ଶାଳୀନତା ଓ ଦାୟିତ୍ବପୂର୍ଣ୍ଣ କଥାବାର୍ତ୍ତାର ପରମ୍ପରାକୁ ବଜାୟ ରଖିବା ଆବଶ୍ୟକ ବୋଲି କିରଣ ବେଦୀ ଆହ୍ବାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।