kisan 24th instalment: ଆସିଲା ପିଏମ୍ କିଷାନ ସମ୍ମାନ ନିଧିର ୨୪ତମ କିସ୍ତି; ୯.୩୦ କୋଟିରୁ ଅଧିକ ଚାଷୀ ପାଇବେ ଲାଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସି ଯାଇଛି।
ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ର ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ସେ ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି।
ଏହି କିସ୍ତି ବାବଦରେ ପ୍ରାୟ ୧୯,୦୦୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ପଠାଯିବ।
ଏହାଦ୍ୱାରା ୯ କୋଟି ୩୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।
ସୂଚନାଯୋଗ୍ୟ, ୨୦୨୬ ଜୁନ୍ ମାସରେ ଏହି ଯୋଜନାର ୨୩ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିଥିଲା।
Advertisment ଯୋଜନା ବିଷୟରେ ଜାଣନ୍ତୁ ୨୦୧୯ ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ପିଏମ୍-କିଷାନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୨୩ଟି କିସ୍ତିରେ ଯୋଗ୍ୟ ଚାଷୀଙ୍କୁ ମୋଟ ୪.୪୭ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି।
ଏହି ଯୋଜନା ଅନୁସାରେ ଯୋଗ୍ୟ ଜମି ମାଲିକ ଚାଷୀ ପରିବାରଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ମିଳିଥାଏ।
ଏହି ରାଶିକୁ ତିନୋଟି ସମାନ କିସ୍ତିରେ ଅର୍ଥାତ୍ ପ୍ରତି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଏ।
ଏହି ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଆଧାର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଥାଏ।
ୂପିଏମ୍-କିଷାନ ଯୋଜନାର ଲାଭ ପାଇବା ପାଇଁ ଚାଷୀମାନଙ୍କୁ କିଛି ନିୟମ ପୂରଣ କରିବାକୁ ପଡ଼ିଥାଏ।
୧.
ଚାଷୀଙ୍କ ଜମି ସମ୍ପର୍କିତ ବିବରଣୀ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।
୨.
ବ୍ୟାଙ୍କ ଖାତା ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଜରୁରୀ।
୩.
ଚାଷୀଙ୍କର e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ।
ତାଲିକାରେ ନିଜ ନାମ କିପରି ଯାଞ୍ଚ କରିବେ?
ଚାଷୀମାନେ ପିଏମ୍-କିଷାନ ଯୋଜନାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଲାଭାର୍ଥୀ ତାଲିକାରେ ନିଜ ନାମ ଅଛି କି ନାହିଁ ଯାଞ୍ଚ କରିପାରିବେ।
ଅଫିସିଆଲ୍ ୱେବସାଇଟ୍: https://pmkisan.gov.in/ ଆସିଲା ପିଏମ୍ କିଷାନ ସମ୍ମାନ ନିଧିର ୨୪ତମ କିସ୍ତି; ୯.୩୦ କୋଟିରୁ ଅଧିକ ଚାଷୀ ପାଇବେ ଲାଭ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।