Knockout : ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଥର ନକ୍ଆଉଟ୍ ନେଲେ ମାସେକୋ
"ମଣ୍ଟେରେ: ଥାପେଲୋ ମାସେକୋଙ୍କ ଗୁରୁତ୍ବପୂର୍ଣ୍ଣ ଗୋଲ୍ବଳରେ ଦକ୍ଷିଣ ଆଫ୍ରିକା ଫିଫା ବିଶ୍ବକପ୍ରେ ଐତିହାସକ ସଫଳତା ପାଇଛି।
ଗୁରୁବାର ଗ୍ରୁପ୍-ଏ"ର ଏକ ମ୍ୟାଚ୍ରେ ଏହି ଦଳ ୧-୦ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ଲାଗି ଫିଫା ବିଶ୍ବକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି।
ପୂର୍ବରୁ ୩ ବିଶ୍ବକପ୍ ୧୯୯୮, ୨୦୦୨ ଓ ୨୦୧୦ରେ ଖେଳିଥିବା ଦକ୍ଷିଣ ଆଫ୍ରିକା ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।
ଜୁନ୍-୨୮ ତାରିଖରେଦକ୍ଷିଣ ଆଫ୍ରିକା ରାଉଣ୍ଡ-୩୨ ମୁକାବିଲାରେ ଲସ୍ ଏଞ୍ଜେଲ୍ସରେ ସହଆୟୋଜକ କାନାଡାକୁ ଭେଟିବ।Advertisment ଦକ୍ଷିଣ ଆଫ୍ରିକା ରାଉଣ୍ଡ-୩୨ ମୁକାବିଲାରେ ଗୁରୁବାର ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
୬୩ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ନେଇଥିଲା।
ଟିସେପାଙ୍ଗ ମୋରେମିଙ୍କ ପାସ୍କୁ ମାସେକୋ ଗୋଲ୍ରେ ପରିଣତ କରି ଦକ୍ଷିଣ ଆଫ୍ରିକାକୁ ଏହି ଐତିହାସିକ ବିଜୟ ଦେଇଥିଲେ।
ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ କୋରିଆ ୩ ପଏଣ୍ଟ ସହ ଏବେ ଟେବୁଲର ତୃତୀୟକୁ ଖସିଛି।
ତଥାପି ଦଳ ଶ୍ରେଷ୍ଠ ତୃତୀୟ ଦଳ ଭାବେ ରାଉଣ୍ଡ-୩୨ରେ ପହଞ୍ଚିବା ଆଶାରେ ରହିଛି। https://sambad.in/sports/brazil-vs-scotland-vinicius-junior-fifa-world-cup-knockout-stage-12100764 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।