Package for New NACs ୨୮ଟି ନୂଆ ଏନ୍ଏସିର ବିକାଶ ପାଇଁ ଖର୍ଚ୍ଚ ହେବ ୫୬୦ କୋଟି ଟଙ୍କା
"ଭୁବନେଶ୍ବର: ରାଜ୍ୟର ୨୮ଟି ନୂତନ ଭାବେ ଗଠିତ ହୋଇଥିବା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗୁଡ଼ିକର ସାମଗ୍ରିକ ଓ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ବିକାଶ ନିମନ୍ତେ ରାଜ୍ୟ ସରକାର ୫୬୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଏହି ଅନୁଦାନ ଟଙ୍କାରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ।
Advertisment OSWAS In ULBs "ଓସ୍ୱାସ୍"ରେ ଯୋଡ଼ି ହେଲା ସମସ୍ତ ୧୧୫ ପୌର ପରିଷଦ ଓ ଏନ୍ଏସି ଏହି ସ୍ୱତନ୍ତ୍ର ପ୍ୟାକେଜ୍ରେ, ପୌର କାର୍ଯ୍ୟାଳୟ ଭବନ ପାଇଁ ୬.୪୦ କୋଟି, ରାସ୍ତା ଓ ଡ୍ରେନ୍ ପାଇଁ ୩ କୋଟି, ମଡେଲ୍ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ୨ କୋଟି ଏବଂ ମଡେଲ୍ ସହରୀ ହାଟ ପାଇଁ ୧ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା ରହିଛି।
ସେହିପରି ଶ୍ମଶାନ ପାଇଁ ୬୦ ଲକ୍ଷ , ଇଭି ଚାର୍ଜିଂ ଷ୍ଟେସନ୍ ନିମନ୍ତେ ୫୦ଲକ୍ଷ , ପାର୍କ ଓ ଖୋଲା ସ୍ଥାନ, କମ୍ୟୁନିଟି ଟଏଲେଟ୍ ଅନ୍ୟନା ସମୁଦାୟିକ ଭିତ୍ତିଭୂମି ପାଇଁ ୩ କୋଟି, କାଞ୍ଜିଆ ହୁଦା ଓ ବୁଲା ପ୍ରାଣୀ କଲ୍ୟାଣ ଭିତ୍ତିଭୂମି ୫୦ ଲକ୍ଷ, ଜଳାଶୟର ଉନ୍ନୟନ ଓ ସୌନ୍ଦର୍ଯ୍ୟୀକରଣ ୧କୋଟି, ଷ୍ଟ୍ରିଟ୍ ଲାଇଟ୍ ପାଇଁ ୧କୋଟି ଏବଂ ସ୍ୱଚ୍ଛତା ଭିତ୍ତିଭୂମି ପାଇଁ ମଧ୍ୟ ୧କୋଟି ଏହି ପ୍ୟାକେଜ୍ରେ ବ୍ୟୟବରାଦ କରାଯାଇଛି।
ମୋଟ ନବଗଠିତ ଏନଏସି ପାଇଁ ପ୍ରତ୍ୟେକ ୨୦ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା କରାଯାଇଛି | 24 new NAC and municipal: ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ: ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି ଏ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ନୂତନ ଭାବେ ଗଠିତ ଏନ୍ଏସିଗୁଡ଼ିକର ବିକାଶ ଆମ ସରକାରଙ୍କ ପ୍ରାଥମିକତା।
କେବଳ ପ୍ରଶାସନିକ ପରିସର ବୃଦ୍ଧି ନୁହେଁ, ଏହି ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ନାଗରିକ ସୁବିଧା ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ।
ଏଥିସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।
ଏହି ପ୍ରକଳ୍ପ ଗୁଡିକ "ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା" ଅଧିନରେ କାର୍ଯ୍ୟକାରୀ ହେବ।
ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।